| 
         
         
         
         
                
    
                
                
                
                
                
                
                    
                    
                     
                    
             
              | 
             
        
               
                
                 
         
         
         
         
            
    
        ଅନୁବନ୍ଧ- ୨
         
         
                    
                         
    
        
        
            
                | 
                    ରାଷ୍ଟ୍ରୀୟ ଅନୁବାଦ ମିଶନ ପାଇଁ ପ୍ରସ୍ତାବ
                 | 
             
            
                
                    ଏନକେସିକୁ ଜୟାତୀ ଘୋଷଙ୍କ ଦ୍ୱାରା ଦିଆଯାଇଥିବା
                     
                    (୧୧ ଫେବୃଆରୀ,୨୦୦୬ ଏନକେସିର ଅନୁବାଦ କର୍ମଶାଳାରେ ହୋଇଥିବା ଆଲୋଚନା ଏବଂ ତଦ୍ ପଶ୍ଚାତ୍ ଅଂଶଗ୍ରହଣ
                    କରିଥିବା ବ୍ୟକ୍ତିବିଶେଷଏବଂ ଅନ୍ୟମାନଙ୍କ ସହ ଆଲୋଚନ କୁ ଭିତ୍ତିକରି)
                     
                 | 
             
         
        
        
            
                
                    ବିଭିନ୍ନପ୍ରକାରର ଅନୁବାଦ(ମଣିଷକୃତ,ମେସିନଯୁକ୍ତ,ଇନଷ୍ଟାଣ୍ଚ) ଏବଂ ବିଭିନ୍ନ କ୍ଷେତ୍ରର ଅନୁବାଦ
                    (ସାହିତ୍ୟିକ,ବୈଜ୍ଞାନିକ,ବୈଷୟିକ,ବ୍ୟବସାୟଗତ ଇତ୍ୟାଦି) ଗୁଡିକର ଗୁଣାତ୍ମକ ଏବଂ ପରିମାଣାତ୍ମକ ଅଭିବୃଦ୍ଧି
                    ଅତ୍ୟନ୍ତ ଜରୁରୀ ଅଟେ ଯାହାକି ଜ୍ଞାନର ପହଞ୍ଚକୁ ଦେଶସାରା ପ୍ରସାରିତ କରିବ. ଏହି ପ୍ରକ୍ରିୟାକୁ ଆରମ୍ଭ
                    କରିବାକୁ ଏବଂ ଦେଶରେ ଉନ୍ନତମାନର ଅନୁବାଦର ପ୍ରୋତ୍ସାହନ ଏବଂ ପ୍ରସାର ପ୍ରଚାରର ସର୍ବୋତ୍କୃଷ୍ଟ ପନ୍ଥା
                    ହୋଇପାରେ ଏକ ରାଷ୍ଟ୍ରୀୟ ଅନୁବାଦ ମିଶନ ସ୍ଥାପନ କରିବା.ଏହି ମିଶନ ଜ୍ଞାନକ୍ଷେତ୍ରରେ ଦେଖାଯାଉଥିବା
                    ଅନ୍ତରତାକୁ ଚିହ୍ନଟ କରିବ,ଉନ୍ନତ ମାନର ଅନୁବାଦର ପ୍ରୋତ୍ସାହନ ଓ ପ୍ରଶିକ୍ଷଣ,ଅନୁବାଦ ଏବଂ ଅନୁବାଦକମାନଙ୍କ
                    ଉପରେ ତଥ୍ୟର ପ୍ରଚାର ଏବଂ ବେସରକାରୀ ଓ ସାର୍ବଜନୀନ ସଙ୍ଗଠନରେ ଚାଲୁଥିବା କାର୍ଯ୍ୟରେ ସହଯୋଗ ଦାନ
                    କରିବ.ଏଥିରେ କୌଣସି ସାର୍ବଜନୀନ କ୍ଷେତ୍ରର ବା ବେସରକାରୀ ସଙ୍ଗଠନଗୁଡିକର କାମର ପ୍ରତିଳିପି କରାଯିବ
                    ନାହିଁ ବରଂ ସେମାନଙ୍କୁ ସେମାନଙ୍କ କାମର ପୁନଃ ପରୀକ୍ଷଣ,ମାନର ଅଭିବୃଦ୍ଧିକରଣ ପାଇଁ ସାହାଯ୍ୟ କରାଯିବ.
                     
                     
                    ଏକ କାର୍ଯ୍ୟ ହିସାବରେ ବହୁସମୟ ଧରି ଭାରତୀୟ ଭାଷାଗୁଡିକ ଭିତରେ ଅନୁବାଦ ଚାଲି ଆସୁଅଛି.ଊାରତରେ ଏବଂ
                    ଅନ୍ୟ ସ୍ଥାନରେ ବିଭିନ୍ନ ଭାଷା ଗୋଷ୍ଠୀରେ କ୍ରିୟାଶୀଳ ହେଉଥିବା ଅନେକ ବିଦ୍ୱାନଙ୍କୁ ଅନୁବାଦ ଦେଖିଛି.ଏକ
                    ବୃତ୍ତି ଭାବରେ ଅନୁବାଦ ଅଧିକରୁ ଅଧିକ ଲାଭପ୍ରଦ ହୋଇ ଚାଲିଛି,ବିଶେଷତଃ ସମ୍ପ୍ରତି ଦଶନ୍ଧିରେ.ଏକ
                    ଗବେଷଣାର କ୍ଷେତ୍ର ଭାବରେ,ଅନୁବାଦ ଅଧ୍ୟୟନର ଧାରଣା ଭାଷାବିଜ୍ଞାନ,ଦର୍ଶନ ଶାସ୍ତ୍ର,ସାହିତ୍ୟିକ ଅଧ୍ୟୟନ,ସଙ୍କେତ
                    ବିଜ୍ଞାନ,ଶବ୍ଦକୋଷ ଶାସ୍ତ୍ର,ନୃବିଜ୍ଞାନ,କମ୍ପୂଟର ବିଜ୍ଞାନ ଏବଂ ଆହୁରି କେତେ ବିଷୟ କ୍ଷେତ୍ରରୁ
                    ଆସିଥିବାର ଜଣାପଡେ.ଅନେକଗୁଡିଏ ଭାଷା,ସଂସ୍କୃତି ଏବଂ ରାଷ୍ଟ୍ରରେ ଏହାରି ବିସ୍ତାରତାକୁ ଲକ୍ଷ କଲେ,
                    ଏହି କ୍ଷେତ୍ର ଏବେ ମଧ୍ୟ ତାରି କ୍ରିୟାକଳାପକୁ ସମନ୍ୱିତ କରିବାର ପ୍ରଚେଷ୍ଟାର ଅଭାବ ଅନୁଭବ କରେ. 
                     
                    ବହୁ ଶତାବ୍ଦୀଧରି ଏକ ବହୁଭାଷୀ ଏବଂସଂସ୍କୃତିବହୁଳ ଦେଶ ଭାବରେ ଏବଂସର୍ବପୁରାତନ ଜ୍ଞାନରେ ଆଧାରିତ
                    ଦେଶ ଭାବରେ ଭାରତ ଅନୁବାଦରେ ଅଗ୍ରଣୀ ଭୂମିକା ନେଇ ଆସୁଛି.ସାହିତ୍ୟିକ ଏବଂ ମେସିନ ଅନୁବାଦ କ୍ଷେତ୍ରରେ
                    ସମସ୍ତ ତାତ୍ତ୍ୱିକ ପ୍ରାରମ୍ଭିକ କାର୍ଯ୍ୟକଳାପ ପାଇଁ ବହୁଭାଷା ଏବଂବହୁସଂସ୍କୃତିର ଏ ଦେଶ ଏକ ଉନ୍ନତ
                    ପରୀକ୍ଷଣ ପରିସର ଯୋଗାଏ.ଏହା ଆଶା କରାଯାଏ ଯେ ରାଷ୍ଟ୍ରୀୟ ଅନୁବାଦ ମିଶନ ଏକ ବହୁଦିନର ଅଭାବକୁ ପୂରଣ
                    କରିବ ଯାହାକି ପରିତୃପ୍ତି ପ୍ରଦାନ କରିବ:ଶିକ୍ଷକ,ଶିକ୍ଷାର୍ଥୀ,ଭାଷା ଉଦ୍ୟୋଗର ବିଶାରଦ,ବ୍ୟବସାୟୀ
                    ଗୋଷ୍ଠୀ,ସମ୍ବାଦପତ୍ର ସ୍ଥାପକ ଏବଂ ଅନ୍ୟଗଣମାଧ୍ୟମ ଗୋଷ୍ଠୀ,ଲେଖକ,ପାଠକ, ଯେଉଁମାନେ ତୁଳନାତ୍ମକ ଅଧ୍ୟୟନରେ
                    ନିଯୁକ୍ତ ଏବଂ ଅନୁବାଦ ତତ୍ତ୍ୱବିଶାରଦ.
                     
                     
                    ଏନଟିଏମର ଉଦ୍ଦେଶ୍ୟଗୁଡିକ:
                 | 
             
         
        
            
                | 
                    ୧.
                 | 
                
                    ଭାରତୀୟ ଭାଷାଗୁଡିକର ଅନୁବାଦ ଉପରେ ତଥ୍ୟର ଭଣ୍ଡାର ଭାବେ କାମ କରିବା,ଏବଂ ପ୍ରକାଶିତ ଅନୁବାଦଗୁଡିକ
                    ଉପରେ ତଥ୍ୟ ଅଦ୍ୟତନ କରିବା,ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୟ ନିର୍ଦ୍ଧାରଣ କରିବା,ଅନୁବାଦ ଉପକରଣଏବଂଟୁଲ୍ସର
                    ଉପଲବ୍ଧ କରାଇବା,ନୂଆଁ ପଦକ୍ଷେପ ଏବଂ ସୁବିଧା ଯେପରି ଅନୁବାଦକମାନଙ୍କ ପାଇଁ ରାଷ୍ଟ୍ରୀୟ ରେଜିଷ୍ଟର୍
                 | 
             
            
                | 
                    ୨.
                 | 
                
                    ସମସ୍ତ ଅନୁବାଦ କାର୍ଯ୍ୟର ଗୃହରୂପେ ଯେତେଗୁଡିଏ ଭାରତୀୟ ଭାଷାରେ ସମ୍ଭବ ସେତେଗୁଡିଏ ଭାଷାରେ କାମ
                    କରିବା,
                 | 
             
            
                | 
                    ୩.
                 | 
                
                    ଭାରତୀୟ ଭାଷାରେ ଅନୁବାଦ ସମ୍ବନ୍ଧିତ କାର୍ଯ୍ୟକଳାପ ଏବଂ ଅନୁବାଦରେ ସମ୍ପୃକ୍ତ ବ୍ୟକ୍ତିବିଶେଷ,ସଙ୍ଗଠନ
                    ଏବଂ ସଂସ୍ଥାଗୁଡିକୁ ସଂଯୋଗ ଯୋଗାଇବା.
                 | 
             
            
                | 
                    ୪.
                 | 
                
                    ଉଚ୍ଚମାନର ଅନୁବାଦଦ୍ୱାରା ଭାରତୀୟ ଭାଷା ଏବଂ ସାହିତ୍ୟର ଦେଶ ଏବଂ ବିଦେଶରେ ପ୍ରଦର୍ଶନ.
                 | 
             
            
                | 
                    ୫.
                 | 
                
                    ଅନୁବାଦ ପାଇଁ ବିଭିନ୍ନ ପ୍ରକାରର ଟୁଲ୍ସର ନିର୍ମାଣ ଏବଂ ବହୁଭାଷୀ ସ୍ୱତନ୍ତ୍ର ଉଦ୍ଦେଶ୍ୟ ନିହିତ
                    ଅନୁବାଦ ଅଭିଧାନ,ୱାର୍ଡ ଫାଇଣ୍ଡର୍ସ,ଏବଂ ଥେସରିର ନିର୍ମାଣ.
                 | 
             
            
                | 
                    ୬.
                 | 
                
                    ଅନୁବାଦ କ୍ଷେତ୍ରରେ ଇଚ୍ଛା ରଖୁଥିବା ବ୍ୟକ୍ତିବିଶେଷ ଏବଂ ସମସ୍ତ ଅନୁଷ୍ଠାନର ଲାଭ ପାଇଁ ସଂଯୁକ୍ତ
                    ଭାବରେ ବା ସ୍ୱାଧିନଭାବରେ ଅନୁବାଦ ଅଧ୍ୟୟନ ଉପରେ ହୋଇଥିବା କାମର ମୂଦ୍ରଣ ଓ ଯଥାର୍ଥ ପ୍ରକାଶନର ପ୍ରୋତ୍ସାହନ.
                 | 
             
            
                | 
                    ୭.
                 | 
                
                    ଲୋକମାନଙ୍କର ପ୍ରଶ୍ନୋତ୍ତର ପାଇଁ ଏକ ବୁଲିଟିନ୍ ବୋର୍ଡ ତିଆରି କରି କଥାବାର୍ତ୍ତା ପାଇଁ ଏକ ଫୋରମ୍
                    ଯୋଗାଇବା.
                 | 
             
            
                | 
                    ୮.
                 | 
                
                    ଅନୁବାଦ ଅଧ୍ୟୟନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଶିକ୍ଷାଦାନର ଗୁଣ ବୃଦ୍ଧି କରିବାକୁ କାର୍ଯ୍ୟକ୍ରମ
                    ଏବଂ ଅନୁବାଦର ପଦ୍ଧତିରେ ପରାମର୍ଶ ଯୋଗାଇବା
                 | 
             
         
        
        
            
                
                    ରାଷ୍ଟ୍ରୀୟ ଅନୁବାଦ ମିଶନ୍ର ମୁଖ୍ୟକାର୍ଯ୍ୟଗୁଡିକ 
                    ଅନୁବାଦକ ଶିକ୍ଷା:
                     
                    ଏହା ପ୍ରତିଫଳିତ କରେ ଯେ ଅନୁବାଦ ଦ୍ୱିଭାଷୀତ୍ୱ ଦରକାର କରେ ଏହା ଏମିତି ଏକ କାର୍ଯ୍ୟ ଯାହା ଅନୁମାନିକ
                    ଭାବେ କରାଯାଇ ପାରିବ ନାହିଁ,କେତେଗୁଡିଏ ବୈଶିଷ୍ଟ୍ୟ ଶିକ୍ଷା କରିବାକୁ ପଡେ.ଏହା ସହ ବିଭିନ୍ନ ପ୍ରକାରର
                    ଅନୁବାଦ ବିଭିନ୍ନ ପ୍ରକାରର ଦକ୍ଷତା ଦରକାର କରେ,ଉଦାହରଣ ସ୍ୱରୂପ ବୈଷୟିକ ଏବଂ ବୈଜ୍ଞାନିକ ବିଷୟର
                    ଅନୁବାଦ ଭିନ୍ନ ଦକ୍ଷତା ଆବଶ୍ୟକ କରେ.ଆହୁରି ମଧ୍ୟ ବ୍ୟାଖ୍ୟାଗତ ଦକ୍ଷତା ଉନ୍ନତ ନୁହେଁ,ତେଣୁ ଏହା
                    ସ୍ୱତନ୍ତ୍ର ପ୍ରଶିକ୍ଷଣ ଦରକାର କରେ.
                     
                     
                    ଏହି କ୍ଷେତ୍ରରେ ଏନଟିଏମ୍ର କାର୍ଯ୍ୟଗୁଡିକ ହେଉଛି:
                 | 
             
         
        
            
                | 
                     
                 | 
                
                    »
                 | 
                
                    ସ୍ୱଳ୍ପ ମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ
                 | 
             
            
                | 
                     
                 | 
                
                    »
                 | 
                
                    ଅନୁବାଦକମାନଙ୍କ ପାଇଁ କୋର୍ସ ପ୍ୟାକେଜ୍ର ସୃଷ୍ଟି ଯାହା ଦେଶସାରା ଭାଷା ଶିକ୍ଷାଦାନ କାର୍ଯ୍ୟକ୍ରମରେ
                    ଏକ ଅଂଶ ହୋଇପାରିବ.
                 | 
             
            
                | 
                     
                 | 
                
                    »
                 | 
                
                    ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଆୟୋଜନ ଯାହା ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଭିତରେ ବିନିମୟକୁ
                    ଅନୁମତି ଦେବ.ଏଠାରେ ଭାରତୀୟ ଭାଷାଗୁଡିକ ମଧ୍ୟରେ ଅନୁବାଦକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇପାରିବ.
                 | 
             
            
                | 
                     
                 | 
                
                    »
                 | 
                
                    ଗବେଷଣାତ୍ମକ ପ୍ରକଳ୍ପ ସହ ଛାତ୍ର ଗବେଷଣା ପାଇଁ ଉତ୍ସାହଦାନ ବିଶେଷତଃ ଜ୍ଞାନସମ୍ବଳିତ ପାଠ୍ୟର ଉଚ୍ଚଗୁଣ
                    ସମ୍ପନ୍ନ ଅନୁବାଦର ଉପଲଭ୍ୟତା ଉଦାହରଣ ଭାବରେ ଯାହା ଶୈକ୍ଷିକ ଉଦ୍ଦେଶ୍ୟରେ ସାହାଯ୍ୟ କରିପାରିବ.
                 | 
             
         
        
        
            
                
                    ତଥ୍ୟର ପ୍ରଚାର ଓ ପ୍ରସାର
                     
                    ସମ୍ପ୍ରତି ଅନୁବାଦ ଏକ ଉଚ୍ଚ ପୁରସ୍କୃତ କାର୍ଯ୍ୟ ନ ହେଲେ ମଧ୍ୟ,ଭାରତରେ ଅନୁବାଦର ସଫଳତା ଉପରେ ତଥ୍ୟ
                    ଏବଂ ଜ୍ଞାନ ପର୍ଯ୍ୟାପ୍ତ ନୁହେଁ.ଉଦାହରଣ ସ୍ୱରୂପ ଆଞ୍ଚଳିକ ଭାଷାରେ ବହୁଗୁଡିଏ ଭଲ ଅନୁବାଦକ ଅଛନ୍ତି
                    ଯେଉଁମାନଙ୍କ ବିଷୟରେ ପ୍ରକାଶକମାନେ ଅଜଣା.କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ,ମହୀଶୂର ପ୍ରତ୍ୟେକ
                    ବର୍ଷ ୪୦୦ଶିକ୍ଷକଙ୍କୁ ସେମାନଙ୍କ ମାତୃଭାଷା ଛଡା ଅନ୍ୟ ଏକ ଭାରତୀୟ ଭାଷାରେ ତାର ସାତଟି ଆଞ୍ଚଳିକ
                    ଭାଷା କେନ୍ଦ୍ରରେ ତାଲିମ୍ ଦେଉଛି.ଏହା ଜରୁରୀ କିନ୍ତୁ ଏକ ଦୁର୍ଲ୍ଲଭ ଦକ୍ଷତା ଅଟେ,କିନ୍ତୁ ଏଇ ତାଲିମପ୍ରାପ୍ତ
                    ଲୋକମାନେ ବ୍ୟବହାରକାରୀମାନଙ୍କୁ ବିସ୍ତୃତଭାବରେ ଜଣା ନୁହଁନ୍ତି.ବହୁଗୁଡିଏ ଭାଷାରେ ଅନୁବାଦ ହୋଇଛି
                    ଏବଂ ପ୍ରକାଶିତ ମଧ୍ୟ ହୋଇଛି କିନ୍ତୁ ଏହାର ଉତ୍ପାଦନ ବହୁ କମ୍ ଲୋକଙ୍କୁ ଜଣା.
                     
                     
                    ତେଣୁ ଏଇ କ୍ଷେତ୍ରରେ ଏନଟିଏମ୍.ର ପ୍ରଧାନ କାର୍ଯ୍ୟଗୁଡିକ ହେବ:
                 | 
             
         
        
            
                | 
                     
                 | 
                
                    »
                 | 
                
                    ବିଭିନ୍ନ ଦକ୍ଷତା ଏବଂ ଯୋଗ୍ୟତା ଥିବା ବିଭିନ୍ନ ବିଷୟର ଅନୁବାଦକମାନଙ୍କର ତଥ୍ୟାବଳୀର ସୃଷ୍ଟି.ଏହି
                    ତଥ୍ୟାବଳୀ ଅନ୍ଲାଇନ୍ ଉପଲବ୍ଧ ହେବ.
                 | 
             
            
                | 
                     
                 | 
                
                    »
                 | 
                
                    ଭାରତୀୟ ଏବଂବୈଦେଶିକ ଭାଷାଗୁଡିକରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅନୁବାଦଗୁଡିକର ଏକ ଅନ୍ ଲାଇନ୍
                    ଗ୍ରନ୍ଥସୁଚୀର ସୃଷ୍ଟି ଏବଂ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ର,ଭାଷା ଆଧାରିତ ଅନ୍ୱେଷଣର
                    ସୃଷ୍ଟି
                 | 
             
         
        
        
            
                
                    ଉନ୍ନତମାନର ଅନୁବାଦ ବିଷୟର ପ୍ରୋତ୍ସାହନ ଏବଂ ପ୍ରସାର 
                     
                    ଏହା ଯୁକ୍ତି କରାଯାଇପାରେ ଯେ ଯଦି ଅନୁବାଦିତ ବିଷୟ ବସ୍ତୁର ଆବଶ୍ୟକତା ଥାଆନ୍ତା,ବଜାର ନିଶ୍ଚୟ ଏଇ
                    ଚାହିଦା ପୂରଣ କରିବା ଆରମ୍ଭ କରିଦେଇଥାନ୍ତା.ସେ ଯାହା ବି ହେଉ,ସମ୍ଭାବନା ବିଷୟରେ ଜ୍ଞାନର ଅଭାବ
                    କୌଣସି ଜିନିଷର ପ୍ରକଟତାକୁ ବାଧା ଦିଏ.ଯେମିତି ଆପଣ ଅନୁଭୂତି ନ ପାଇବା ପର୍ଯ୍ୟନ୍ତ,ଜାଣି ନାହାଁନ୍ତି
                    ଆପଣ କଣ ବିଷୟରେ ଅଭାବ ବୋଧ କରୁଛନ୍ତି.
                     
                     
                    ଏହା ଉଲ୍ଲେଖ କରାଯିବା ଉଚିତ୍ ଯେ ଅନୁବାଦଗୁଡିକ କେବଳ ଇଂରାଜୀରୁ ଭାରତୀୟ ଭାଷାଗୁଡିକୁ ନହୋଇ ଭାରତୀୟ
                    ଭାଷାଗୁଡିକରେ ମହଜୁଦ୍ ଥିବା ଜ୍ଞାନ ଉଭୟ ଇଂରାଜୀ ଏବଂ ଭାରତୀୟ ଭାଷାଗୁଡିକରେ ଅନୁବାଦଦ୍ୱାରା ପ୍ରସାରିତ
                    ହେବା ଉଚିତ୍.ଅନୁବାଦ ଏକ ନୂତନ ସୃଷ୍ଟି ଭାବରେ ଉତ୍ସାହିତ ହେବା ଉଚିତ୍.ମୂଳ ଏବଂଉଦ୍ଦିଷ୍ଟ ଭାଷାରେ
                    ଅନୁବାଦ ପାଇଁ ଏକ ସମାନ୍ତରାଳୀୟ ଆଦର୍ଶର ପ୍ରୟୋଜନ ଯାହା ଭାରତର ବହୁଭାଷୀତ୍ୱ ଏବଂ ସାଂସ୍କୃତିକ ବିବିଧତାକୁ
                    ଉନ୍ନୟନ କରିବ.କେତେକ କ୍ଷେତ୍ରରେ ଭରତରେ ଅନୁବାଦର ଅତ୍ୟଧିକ ବୃଦ୍ଧି ମଧ୍ୟ ଘଟିଛି(ଡଃ ଆମ୍ବେଦକରଙ୍କର
                    କୃତିଗୁଡ଼ିକ ବହୁଗୁଡ଼ିଏ ଭାଷାରେ ଅନୁବାଦିତ ହୋଇଛି)ଯାହା ଏକ ନୂତନ ଶିକ୍ଷିତ ଗୋଷ୍ଠୀର ଆବଶ୍ୟକତା
                    ଏବଂ ଅଭିଳାଷକୁ ପ୍ରତିଫଳିତ କରେ.
                     
                     
                    ଭାଷାଗୁଡ଼ିକ ଭିତରେ ବୋଧଗମ୍ୟତାକୁ ସରଳ ଏବଂ ସହଜ କରିବା ପାଇଁ ବୈଷୟିକ ଏବଂ ବୈଜ୍ଞାନିକ ଅନୁବାଦ
                    ପାଇଁ ଶବ୍ଦଏବଂ ପ୍ରତ୍ୟୟଗୁଡ଼ିକର ମାନକୀକରଣ ଆବଶ୍ୟକ.ଏହା ମଧ୍ୟ ମନେରଖିବା ଉଚିତ୍ ଯେ ଅନୁବାଦ କେବଳ
                    ବ୍ୟକ୍ତିଗତ କାର୍ଯ୍ୟ ନୁହେଁ ସାମାଜିକ କାର୍ଯ୍ୟ ମଧ୍ୟ ଅଟେ ଯେଉଁଠି ସଫଳତା ପାଇବା ପାଇଁ ବହୁଲୋକଙ୍କର
                    ଆବଶ୍ୟକତା ରହିଛି. 
                     
                    ଏହି ପ୍ରସଙ୍ଗରେ ଏନଟିଏମ୍.ରେ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ଗ୍ରହଣ କରାଯାଇପାରେ:
                 | 
             
         
        
            
                | 
                     
                 | 
                
                    »
                 | 
                
                    ପୁସ୍ତକ ଉନ୍ମୋଚନ,ମେଳା,ଛାତ୍ର ବୃତ୍ତି,ପୁରସ୍କାର ଦ୍ୱାରା ଉତ୍କୃଷ୍ଟ ମାନର ଅନୁବାଦଗୁଡ଼ିକର ପ୍ରୋତ୍ସାହନ
                 | 
             
            
                | 
                     
                 | 
                
                    »
                 | 
                
                    ସହଯୋଗୀ ଅନୁବାଦ କାର୍ଯ୍ୟ ସହ ଦୀର୍ଘ ମିଆଦି ବହୁ ଅନୁବାଦକ ପ୍ରକଳ୍ପ ପାଇଁ ଉତ୍ସାହଦାନ, ଏବଂ ଅନୁବାଦକମାନଙ୍କ
                    ମତ ଓ ଅନୁଭୂତିର ଆଦାନପ୍ରଦାନ ପାଇଁ କର୍ମଶାଳାର ଆୟୋଜନ.
                 | 
             
            
                | 
                     
                 | 
                
                    »
                 | 
                
                    ପ୍ରକାଶକମାନଙ୍କ ସହ କିଣାବିକାର ବ୍ୟବସ୍ଥା ଏବଂ ଉନ୍ନତମାନର ଅନୁବାଦ ପାଇଁ ପ୍ରାଥମିକ ବଜାରର ନିଶ୍ଚିତକରଣ
                    କରିବାକୁ ପାଠାଗାର ନେଟ୍ୱାର୍କ ସହ ସଂଯୋଗ ସ୍ଥାପନ.
                 | 
             
            
                | 
                     
                 | 
                
                    »
                 | 
                
                    ଅନୁବାଦିତ ବିଷୟବସ୍ତୁର ନିର୍ମାତା ଏବଂ ପ୍ରକାଶକ ବା କ୍ରେତାମାନଙ୍କ ସହ ଏକ ଅନ୍ତରାପୃଷ୍ଟ ଯୋଗାଇବା
                 | 
             
            
                | 
                     
                 | 
                
                    »
                 | 
                
                    ସାମ୍ପ୍ରତିକ ପତ୍ରପତ୍ରିକା ଏବଂ ଅନ୍ୟ ଉପକାରୀ ବିଷୟବସ୍ତୁର ଅନୁବାଦ ପାଇଁ ଆର୍ଥିକ ଦାନ
                 | 
             
            
                | 
                     
                 | 
                
                    »
                 | 
                
                    ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଅନୁବାଦିତ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ
                    କରିବା ପାଇଁ ପରାମର୍ଶ ଦାନ ଏବଂ ସ୍ୱତନ୍ତ୍ର ଭାବରେ ସବୁସ୍ତରର ସାହିତ୍ୟ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ
                    ଭାରତୀୟ ଭାଷାରୁ ଅନୁବାଦିତ ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦାନ.
                 | 
             
            
                | 
                     
                 | 
                
                    »
                 | 
                
                    ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଭାଷାସମ୍ବଳ କେନ୍ଦ୍ରର ତିଆରି ଏବଂ ବିଦ୍ୟାଳୟରେ ସ୍ୱତନ୍ତ୍ର
                    ବୁକ୍ କର୍ନର ପ୍ରତିଷ୍ଠା ପାଇଁ ପରାମର୍ଶ
                 | 
             
            
                | 
                     
                 | 
                
                    »
                 | 
                
                    ବେଶି ଦୃଶ୍ୟମାନ ହେଉନଥିବା ଚଳନ୍ତି କାର୍ଯ୍ୟକଳାପ ଯାହା ଦ୍ୱୀଭାଷୀ ଦକ୍ଷତା ଉପରେ ଗୁରୁତ୍ୱ ଦିଏ
                    ତାର ପ୍ରୋତ୍ସାହନ ଏବଂ ପ୍ରଚାର.
                 | 
             
            
                | 
                     
                 | 
                
                    »
                 | 
                
                    କ୍ଷୁଦ୍ର ସହର ଓ ଗ୍ରାମଗୁଡ଼ିକୁ ଅନୁବାଦିତ ବିଷୟବସ୍ତୁର ଉପଲବ୍ଧିର ନିଶ୍ଚିତକରଣ ପାଇଁ ଅନ୍ୟ ଜନସାଧାରଣ
                    ଓ ବେସାମରୀକ ସମାଜ ସଙ୍ଗଠନ(ଯେପରି ଜାତୀୟ ସାକ୍ଷରତା ମିଶନ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତି)କୁ
                    ବ୍ୟବହାର କରି ସାଧନର ବିଚାର.
                 | 
             
         
        
        
            
                
                    ମେସିନ୍ ଅନୁବାଦର ପ୍ରୋତ୍ସାହନ 
                     
                    ନୂତନ ବୈଷୟିକ ବିଜ୍ଞାନ କମ୍ ମୂଲ୍ୟର କ୍ଷିପ୍ର ଏବଂ ବିପୁଳ ଅନୁବାଦ ଯୋଗାଏ,ଯଦିଓ ଏ ପ୍ରସଙ୍ଗରେ ବୈଷୟିକ
                    ଅଭିବୃଦ୍ଧି ଏବଂ ମାନବୀୟ ସମ୍ବଳର ବିଷୟ ଅନ୍ତର୍ଭୂକ୍ତ ଅଛି.ଏନ୍ଟିଏମ୍ ବୈଷୟିକ ବିଜ୍ଞାନର ସୃଷ୍ଟି
                    ଏବଂ ବ୍ୟବହାର ଓ ମେସିନ୍ ଟ୍ରାନ୍ସଲେସନରେ ବୈଷୟିକ ଅଭିବୃଦ୍ଧିକୁ ନିମ୍ନଲିଖିତ ପଦକ୍ଷେପ ମାଧ୍ୟମରେ
                    ସୁବିଧା ଦେଇପାରେ:
                 | 
             
         
        
            
                | 
                     
                 | 
                
                    »
                 | 
                
                    ଉତ୍କୃଷ୍ଟ ଏବଂ ପ୍ରଭାବଶାଳୀ ଅନୁବାଦରେ ତୁରନ୍ତ ପ୍ରୟୋଗରେ ଆସୁଥିବା ଡିଜିଟାଲ୍ ଉପକରଣ ଯଥା ଥେସୌରି,ଦ୍ୱିଭାଷୀ
                    ଅଭିଧାନ,ଅନୁବାଦ ମେମୋରି ପାଇଁ ସଫ୍ଟ୍ୱେର୍ ଇତ୍ୟାଦି ଆବଶ୍ୟକୀୟ ଉପାଦାନର ସୃଷ୍ଟିର ନିଶ୍ଚିତକରଣ.
                 | 
             
            
                | 
                     
                 | 
                
                    »
                 | 
                
                    ଶାବ୍ଦିକ ସମ୍ବଳ ଯଥା ଇ-ଅଭିଧାନ,ୱାର୍ଡନେଟ୍,ଭାଷା ବିଶ୍ଲେଷଣ ଏବଂ ସମ୍ମିଶ୍ରଣ ଉପକରଣ,କନ୍କର୍ଡେନ୍ସର୍ସ,ବାରମ୍ବାରତା
                    ବିଶ୍ଲେଷକ ଇତ୍ୟାଦି ମେସିନ୍ ଅନୁବାଦର ଅତ୍ୟାବଶ୍ୟକୀୟ ଉପାଦାନ.ଏଗୁଡ଼ିକୁ ଗୋଟିଏ ସଂସ୍ଥାନଦ୍ୱାରା
                    ତିଆରି ଏବଂ ସମ୍ପାଦନ କରାଯାଇପାରିବ ନାହିଁ,ଏହା ଦରକାର କରେ ବହୁଅନୁଷ୍ଠାନର ସହାୟତା.ଏନ୍ଟିଏମ୍ ଆଦାନପ୍ରଦାନ
                    ସଭା ଏବଂ ଅନ୍ଲାଇନ ଆଲୋଚନା ମାଧ୍ୟମରେ ଟିମ୍ ୱାର୍କ ପାଇଁ ସ୍ଥାନ ଯୋଗାଇ ପାରିବ.
                 | 
             
            
                | 
                     
                 | 
                
                    »
                 | 
                
                    ଯେତେଦୂର ସମ୍ଭବ ମୂଳପାଠ୍ୟ ଏବଂ ଅନୁବାଦ ସ୍ୱତ୍ତ୍ୱାଧିକାର ସହ ଡିଜିଟାଲ୍ ଫର୍ମରେ ଉପଲବ୍ଧ ହେବ.ଏନ୍ଟିଏମ୍
                    ନିଶ୍ଚିତ କରିବ ଯେ ଏହି ଡିଜିଟାଲ୍ ବିଷୟବସ୍ତୁ ମାନକପ୍ରାପ୍ତ ଏକ୍ସଏମ୍ଏଲ୍ ଟେଗ୍ସ ଏବଂ ଡିଟିଡି ମାନକ
                    ଫର୍ମରେ ସମ୍ପାଦିତ ହେଉଛି.
                 | 
             
            
                | 
                     
                 | 
                
                    »
                 | 
                
                    ବ୍ୟାଖ୍ୟା ଏବଂ ଏଲାଇନମେଣ୍ଟ ସହ ଉତ୍କୃଷ୍ଟମାନର କର୍ପୋରାର ପ୍ରସ୍ତୁତି କରିବା ବର୍ତ୍ତମାନ ଆନ୍ତର୍ଜାତିକ
                    ଧାରା ହୋଇଅଛି.ମେସିନ୍ ଅନୁବାଦ ବ୍ୟବସ୍ଥାକୁ ପାଇବାକୁ ଏହିପରି କର୍ପୋରା ସହ ମେସିନ ଶିକ୍ଷଣ କୌଶଳ
                    ବ୍ୟବହାର କରାଯାଏ.ଏ ସମ୍ପୂର୍ଣ ତଥ୍ୟ ଏବଂ ଉଦ୍ୟମର ମହତ୍ତ୍ୱ ପ୍ରାଥମିକ ପୁଞି ନିବେଶ ଦରକାର କରେ
                    ଯାହା କୌଣସି ବ୍ୟକ୍ତିଗତ ଅନୁଷ୍ଠାନଦ୍ୱାରା କରାଯିବ ନାହିଁ,ଏନଟିଏମ୍ ଏହିପରି ଉଦ୍ୟମକୁ ସୁବିଧା ପ୍ରଦାନ
                    କରିବା ସହ ସହଯୋଗ ମଧ୍ୟ କରିବ.
                 | 
             
            
                | 
                     
                 | 
                
                    »
                 | 
                
                    ୫ଟି ଦେଶକୁ ଅନ୍ତର୍ଭୂକ୍ତ କରି ମିଳିତ ଜାତିସଂଘ ଦ୍ୱାରା ଆରମ୍ଭ କରାଯାଇଥିବା ୟୁନିଭାର୍ସଲ୍ ନେଟୱାର୍କିଙ୍ଗ୍
                    ଲେଙ୍ଗୁଏଜ୍କୁ ଆଧାର କରି ଏକ ଅନ୍ତର୍ଭାଷୀ ଦୃଷ୍ଟିକୋଣର ପ୍ରୋତ୍ସାହନ.(ଆଇଆଇଟି,ବମ୍ବେ ଇଂରାଜୀ ଏବଂ
                    ଭାରତୀୟ ଭାଷା ମେସିନ୍ ଅନୁବାଦ ପାଇଁ ବହୁଗୁଡ଼ିଏ ଉପକରଣ,କୌଶଳ ଏବଂ ସମ୍ବଳ ପ୍ରସ୍ତୁତ କରିସାରିଛି
                 | 
             
         
     
                
                
            
                     
                        
                    
                    
    
                    
                    
                     | 
                     
                     
                    
                 
                
                |