ଭାରତୀୟ ବିଶ୍ୱବିଦ୍ୟାଳୟ ଡାଟାବେସ୍

ଭାରତୀୟ ବିଶ୍ୱବିଦ୍ୟାଳୟ ଡାଟାବେସ୍, ଭାରତର ସବୁ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଷୟରେ ତଥ୍ୟ ଯୋଗାଏ| ଏହି ଡାଟାବେସ୍ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଦିଆଯାଉଥିବା ପାଠ୍ୟକ୍ରମ, ତାଲିକାରେ ଥିବା ପୁସ୍ତକ ଉପରେ ତଥ୍ୟ ଯୋଗାଏ|ଏଠି ତାଲିକାରେ ଥିବା ଅନୁଷ୍ଠାନଗୁଡ଼ିକ ବିଷୟରେ ମଧ୍ୟ ତଥ୍ୟ ପାଇପାରିବେ | ଏବେ ଡାଟାବେସ୍ ରେ ୧୫୫ଟି ୟୁଜିସି ସ୍ୱୀକୃତ ଭାରତୀୟ ବିଶ୍ୱବିଦ୍ୟାଳୟର ବିସ୍ତୃତ ବିବରଣୀ ରହିଛି | ବିଭିନ୍ନ ବିଷୟର ପାଠ୍ୟପୁସ୍ତକ ଏବଂ ପାଠ୍ୟକ୍ରମ ଉପରେ ତଥ୍ୟ ଡାଟାବେସ୍ ରେ ରହିଛି |ଏଥିରେ ବିଶ୍ୱବିଦ୍ୟାଳୟରେ ପଢ଼ାଯାଉଥିବା ପାଠ୍ୟର ପ୍ରକାଶକ, ଲେଖକ ଇତ୍ୟାଦିର କମ୍ପ୍ୟୁଟରୀକୃତ ତାଲିକା ରହିଛି |

ମୋଡ୍ୟୁଲ୍ ରେ ଥିବା ଅନୁସନ୍ଧାନ କାର୍ଯ୍ୟଟି ବିଦ୍ୱାନ ଏବଂ ଶିକ୍ଷାବିତ୍ ମାନଙ୍କୁ ଦେଶର ବିଭିନ୍ନ ଅନୁଷ୍ଠାନର ପାଠ୍ୟକ୍ରମର ଅଦ୍ୟତନ ତଥ୍ୟ ଯୋଗାଇବା ପାଇଁ ସାହାଯ୍ୟ କରେ| ବିଶ୍ୱବିଦ୍ୟାଳୟ ବୋର୍ଡଗୁଡ଼ିକ ସେମାନଙ୍କ ପାଠ୍ୟକ୍ରମକୁ ପରିବର୍ତ୍ତନ କରିବା ପୂର୍ବରୁ ଅନ୍ୟ ବିଶ୍ୱବିଦ୍ୟାଳୟର ପାଠ୍ୟ ଖସଡ଼ାକୁ ସମୀକ୍ଷା କରିପାରିବେ, ଫଳତଃ ଗ୍ରାମୀଣ ଏବଂ ସହରାଞ୍ଚଳ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଏକ ମେଳ ଅଣାଯାଇପାରିବ| ଭବିଷ୍ୟତରେ ଏନଟିଏମ୍ ସିଡ୍ ଏବଂ ଅନ୍ୟ ମାଧ୍ୟମରେ ଏହି ଡାଟାବେସ୍ କୁ ପ୍ରସ୍ତୁତ କରିବ| ଇଚ୍ଛୁକ ବ୍ୟକ୍ତି ବିଶେଷ ପାଇଁ ଏହାର ଏକ ପ୍ରିଣ୍ଟ ସଂସ୍କରଣ ମଧ୍ୟ ଉପଲବ୍ଧ ହେବ|