ସଫ୍ଟୱେର୍

ଅପେକ୍ଷାକୃତ କମ୍ ମୂଲ୍ୟରେ ଶୀଘ୍ର ଏବଂ ଅଧିକ ମାତ୍ରାରେ ଅନୁବାଦ ପାଇଁ ନୂତନ ଟେକ୍ନୋଲୋଜୀ ନୂଆ ସୁବିଧା ପ୍ରଦାନ କରେ| ବିଭିନ୍ନ ସଂଗଠନ ମେସିନ୍ ଏଡେଡ୍ ଟ୍ରାନସଲେସନ୍ ପାଇଁ ସଫ୍ଟୱେର୍ ର ବିକାଶରେ ଅନ୍ତର୍ଭୁକ୍ତ ଅଛନ୍ତି|

ଏନ୍ ଟି ଏମ୍ ସିଡାକ୍, ଟିଡିଆଲ୍, ଆଇ ଆଇ ଟି ଇତ୍ୟାଦି ସହିତ ଏହି ପ୍ରଚେଷ୍ଟାର ପୁନରାବୃତ୍ତି କରିବ ନାହିଁ, ଯାହାକି ପ୍ରଥମରୁ ସରକାରଙ୍କ ଦ୍ବାରା ବହୁଳ ଭାବରେ ଅର୍ଥ ପାଉଛି | ସେ ଯାହା ବି ହେଉ, ଯାନ୍ତ୍ରିକ ଅନୁବାଦର ବିକାଶରେ ମାନବୀୟ ସମ୍ବଳର ତାଲିମ୍ ରେ ଏନଟିଏମ୍ ସୁବିଧା ଯୋଗାଇ ପାରିବ|

ଏନ୍ ଟି ଏମ୍ ଇଂରାଜୀ-କନ୍ନଡ଼ ଯାନ୍ତ୍ରିକ ଅନୁବାଦ ପ୍ୟାକେଜ୍ ଇନ୍-ଲାନ୍ ମଧ୍ୟ ପ୍ରସ୍ତୁତ କରୁଛି (ନିୟମ ଆଧାରିତ), ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଦିଆଯାଇଥିବା ଇଂରାଜୀ ବାକ୍ୟଗୁଡିକୁ କନ୍ନଡ଼ରେ ମେସିନ୍ ରେ କରିବା |
  » ଉତ୍କୃଷ୍ଟ ଅନୁବାଦ ପାଇଁ ତତକାଳିକ ପ୍ରୟୋଗ ରଖୁଥିବା ଆବଶ୍ୟକୀୟ ସଂସାଧନ ଯେମିତି ଅନଲାଇନ୍ ଥେସରୀ, ଦ୍ୱିଭାଷୀ ଶବ୍ଦକୋଷ, ଟ୍ରାନସଲେସନ୍ ମେମୋରୀ ପାଇଁ ସଫ୍ଟୱେର ପରି ଡିଜିଟାଲ ଉପକରଣର ପ୍ରସ୍ତୁତି ଆବଶ୍ୟକ |
  » ଶାବ୍ଦିକ ସାଧନ ଯଥା ଇ-ଶବ୍ଦକୋଷ, ଓ୍ବାର୍ଡନେଟ୍ ପରି, ଭାଷା ବିଶ୍ଲେଷଣ ଏବଂ ସଂଶ୍ଲେଷଣ ଉପକରଣ, ଶବ୍ଦ ସମୂହର ସୂଚିପତ୍ର, ବାରମ୍ବାରତା ବିଶ୍ଳେଷକ ଇତ୍ୟାଦି ମେସିନ୍ ଅନୁବାଦ ସିଷ୍ଟମ୍ ର ଅତ୍ୟାବଶ୍ୟକ ଉପାଦାନ| ଗୋଟିଏ ସଂସ୍ଥା ଦ୍ବାରା ଏଗୁଡ଼ିକର ପ୍ରସ୍ତୁତି ଏବଂ ନିର୍ବାହ ହୋଇପାରିବ ନାହିଁ, ଦୀର୍ଘ ସମୟ ଧରି ବହୁ-ସଂସ୍ଥାର ସହଯୋଗ ଆବଶ୍ୟକ କରେ. ମିଟିଙ୍ଗ୍ ଏବଂ ଅନ୍ଲାଇନ୍ ଆଲୋଚନା ଜରିଆରେ, ଟିମ୍ ଓ୍ବାର୍କ୍ ପାଇଁ ଏନ୍ ଟି ଏମ୍ ଗୋଟିଏ ପ୍ଲାଟଫର୍ମ ଦେଇପାରିବ|
  » ଯେତେଦୂର ସମ୍ଭବ ଏନ୍ ଟି ଏମ୍ ଦ୍ୱାରା ତାଲିକା ଭୁକ୍ତ କରାଯାଇଥିବା ପାଠ୍ୟପୁସ୍ତକ ଏବଂ ସେଗୁଡ଼ିକର ଅନୁବାଦ ଡିଜିଟାଲ୍ ରୂପରେ ଉପଲବ୍ଧ କରାଯିବ| ମାନକୀକୃତ XML ଟ୍ୟାଗ୍ ଏବଂ DTD ସହିତ ଏହି ଡିଜିଟାଲ୍ ବସ୍ତୁଟି ର ନିର୍ବାହ କରାଯିବା ଏନଟିଏମ୍ ନିଶ୍ଚିତ କରେ|
  » ଏବେ ଏନୋଟେସନ୍ ଏବଂ ଏଲାଇନମ୍ୟାଣ୍ଟ ସହିତ ଉତ୍ତମ ମାନର ସମାନ୍ତରଳ କର୍ପୋରା ବିକାଶ କରିବା ହେଉଛି ଅନ୍ତରାଷ୍ଟ୍ରୀୟ ପରମ୍ପରା. ମେସିନ୍ ଟ୍ରାନସଲେସନ୍ ସିଷ୍ଟମ ପାଇବାକୁ ଏହି ଏନୋଟେଟେଡ୍ କର୍ପୋରା ମେସିନ୍ ଲାର୍ନିଂ ଟେକନିକ୍ ସହିତ ବ୍ୟବହାରା କରାଯାଏ| ଏତେ ପରିମାଣର ତଥ୍ୟ ସହ ଏତେ ଉଦ୍ୟମ କୌଣସି ବ୍ୟକ୍ତିଗତ ସଂସ୍ଥା କରିପାରିବେ ନାହିଁ; କିନ୍ତୁ ଏନ୍ ଟି ଏମ୍ ଏହିପରି ଉଦ୍ୟମ ପାଇଁ ସୁବିଧା ଏବଂ ସହଯୋଗ ପ୍ରଦାନ କରି ପାରିବ|