ଅନୁବନ୍ଧ-୩

ରାଷ୍ଟ୍ରୀୟ ଅନୁବାଦ ମିଶନ୍ର ସଂରଚନା
ଆବଶ୍ୟକୀୟ ଉପାଦାନ ଅନୁଯାୟୀ ଏନଟିଏମ୍ ସଂଗଠନରେ ନମନୀୟ ହୋଇ ଚିହ୍ନିତ କ୍ଷେତ୍ରରେ ଉଦ୍ଦିଷ୍ଟ ଅର୍ଥକୁ କାମରେ ଲଗାଇବା ପାଇଁ ଏନଟିଏମ୍ର ଯଥେଷ୍ଟ ବଜେଟ୍ ରହିବ.ଏହାର ସାଧାରଣ ନିର୍ଦ୍ଦେଶକ ରହିବେ ଯିଏ ୧୫ରୁ୨୦ ଜଣ ଫୁଲ୍ ଟାଇମ୍ ଏକାଡେମିକ୍ ଷ୍ଟାପ୍ ଏବଂ ସମାନ ସଂଖ୍ୟାର ସପୋର୍ଟ ଷ୍ଟାପ୍(ଏକାଉଣ୍ଟ୍ସ/ଅଡିଟ୍,ପାଠାଗାର ଏବଂ ତଥ୍ୟ, ) ଦ୍ୱାରା ସହଯୋଗ ପାଇବେ.

ଅନୁବାଦ କ୍ଷେତ୍ରରେ ତଥ୍ୟ,ପ୍ରୟୋଗ,ପ୍ରଶିକ୍ଷଣ ଏବଂ ସୃଜନୀଶକ୍ତି ହେବ ଏନ୍ଟିଏମ୍ର ମୂଖ୍ୟ କର୍ମ.କେନ୍ଦ୍ରୀଭୂତ ଭାବେ ଏହା କାର୍ଯ୍ୟ କରିବ ନାହିଁ, ଆଞ୍ଚଳିକ ଏବଂ ରାଜ୍ୟ ସ୍ତରରେ ଓ ବିଭିନ୍ନ ସଂସ୍ଥାମାନଙ୍କ ସହ ଏହା କାମ କରିବ.

ଅଧିକ୍ରମଣ ଏବଂ ପ୍ରତିଳିପିକରଣକୁ ଏଡାଇବାପାଇଁ ଏବଂ ଅନୁବାଦ କାର୍ଯ୍ୟର ନମନୀୟ ଅଭିବୃଦ୍ଧି ପାଇଁ ଏନ୍ଟିଏମ୍ ଅନେକଗୁଡିଏ ଅନୁଷ୍ଠାନ ସହ ସମୟୋଜନ ଏବଂ ସହଯୋଗ ଦରକାର କରିବ. ଏହି ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗ,ଶୈକ୍ଷିକ ଏବଂ ଗବେଷଣା ପ୍ରଶିକ୍ଷଣ ଜାତୀୟ ପରିଷଦ,ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ,ସାହିତ୍ୟ ଏକାଡେମୀ,କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମହୀଶୂର,ଗ୍ରନ୍ଥ ଏକାଡେମୀ,ଜନସାଧାରଣ ପାଠାଗାର ନେଟ୍ୱାର୍କ୍ସ,ଅନୁବାଦରେ ଗବେଷଣାମୂଳକ ପାଠ୍ୟକ୍ରମ ଦେଉଥିବା ବିଶ୍ୱବିଦ୍ୟାଳୟର ବିଭାଗଗୁଡ଼ିକ ଇତ୍ୟାଦି. ସେମାନେ ମଧ୍ୟ ପ୍ରକାଶକ,ସମ୍ବାଦପତ୍ର/ବାର୍ତ୍ତାବାହକ, କର୍ପୋରେଟ୍ ହାଉସେସ୍, ବହିବିକ୍ରେତାମାନଙ୍କୁ ଅନ୍ତର୍ଭୂକ୍ତ କରିବେ.ଏହା ସହ ଏନ୍ଟିଏମ୍ ଶିକ୍ଷକ,ଛାତ୍ର,ଅଭିଭାବକ ଏବଂ ଅନ୍ୟ ନାଗରିକମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେବ. ଜନସାଧାରଣ ଏବଂ ବେସରକାରୀ ଏଜେଣ୍ଟ୍ ମାନଙ୍କସହ କୌଶଳାତ୍ମକ ପଦକ୍ଷେପ ଏବଂ ସହକାରିତାରେ ନିୟୋଜନ ହେବା ହିଁ ଏହାର ସାରବିନ୍ଦୁ.

ସମ୍ବିଧାନର ଧାରା ୮ରେ ସ୍ୱୀକୃତ ୨୨ଟି ଭାରତୀୟ ଭାଷାରେ କାମକରିବା ଏନ୍ଟିଏମ୍ ପାଇଁ ଯୁକ୍ତିଯୁକ୍ତ ହେବ ଅନ୍ୟ କିନ୍ତୁ , ଆଞ୍ଚଳିକ ଭାଷାକୁ ମଧ୍ୟ ଭୁଲିଯିବା ଉଚିତ୍ ନୁହେଁ.

୨୫୦କୋଟି ଟଙ୍କାର ବଜେଟ୍(୮0କୋଟି ଟଙ୍କା ସାଙ୍ଗଠନିକ କାମ,ମାନବୀୟ ସମ୍ବଳ ଓ ଛାତ୍ରବୃତ୍ତି ପାଇଁ ଏବଂ ୧୭୦କୋଟି ଟଙ୍କା ଅନ୍ୟ କାର୍ଯ୍ୟକଳାପ ପାଇଁ ଯାହା ବିଭିନ୍ନ ଅନୁଷ୍ଠାନକୁ ଆର୍ଥିକ ସହାୟତାକୁ ଅନ୍ତର୍ଭୂକ୍ତ କରେ) ସହ ଏକାଦଶ ଯୋଜନାରେ ଏସବୁ କାର୍ଯ୍ୟ ତୁଳାଇବା ପାଇଁ ଏକ ରାଷ୍ଟ୍ରୀୟ ଅନୁବାଦ ମିଶନ୍ ସ୍ଥାପନ କରାଯାଇପାରିବ. ଏକାଦଶ ଯୋଜନାର ଅନୁଭୂତି ଅନୁସାରେ, ପରବର୍ତ୍ତୀ ବର୍ଷଗୁଡ଼ିକରେ ଆର୍ଥିକ ସହାୟତାର ମୂଲ୍ୟବୃଦ୍ଧି କରାଯାଇପାରିବ.ଏନ୍ଟିଏମ୍ ଆବଶ୍ୟକୀୟ ଉପାଦାନର ଅଭିବୃଦ୍ଧି ଏବଂ ସୃଷ୍ଟି ପାଇଁ

ଏହା ମଧ୍ୟ ସ୍ଥିର କରାଯାଇପାରେ ଯେ ସୃଷ୍ଟି ଏବଂ ଅଭିବୃଦ୍ଧିର କାର୍ଯ୍ୟକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଦିଆଯିବ(ବିଶେଷତଃ ଭାଷା ବିଭାଗ ଯେଉଁଠି ଏନ୍ବିଟି କାମ କରେ,ତା ପରେ ବହୁ ବିଶ୍ୱବିଦ୍ୟାଳୟ,ଆଇଆଇଟି ଏବଂ ଅନେକ ଭାଷା ଅନୁଷ୍ଠାନ ଏହି ମନ୍ତ୍ରାଳୟର ଅନ୍ତର୍ଗତ) ନା ସଂସ୍କୃତି ମନ୍ତ୍ରାଳୟକୁ(ଯେଉଁଠି ସାହିତ୍ୟ ଏକାଡେମୀ କାମ କରେ) ଦିଆଯିବ.

ଏହି ପ୍ରସ୍ତାବଟି ସରକାରଙ୍କୁ ଦିଆଯିବା ପୂର୍ବରୁ ପୁନଃ ବିସ୍ତାରଣ ଦରକାର କରେ ନା ନାହିଁ ନିଶ୍ଚୟ ବିଚାରଯୋଗ୍ୟ ଅଟେ.ମାନବସମ୍ବଳ,ସଂସ୍କୃତି ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରାଳୟଙ୍କର ପରାମର୍ଶ କ୍ରମେ ଦଶଜଣିଆ ସଭ୍ୟ କମିଟୀ ଗଠିତ :

୧. ପ୍ରଫେସର.ବିପନ ଚନ୍ଦ୍ର, ଚେୟାରମ୍ୟାନ ଏନ୍.ବି.ଟି.
୨. ପ୍ରଫେସର. କେ.ସଚ୍ଚିଦାନନ୍ଦନ (ସେକ୍ରେଟାରୀ ସାହିତ୍ୟ ଏକାଡେମୀ)ବା ଡଃ ନିର୍ମଲ କାନ୍ତି ଭଟ୍ଟାଚାର୍ଜୀ (ସଂପାଦକ ଭାରତୀୟ ସାହିତ୍ୟ, ଏବଂ ସାହିତ୍ୟ ଏକାଡେମୀର ସଦସ୍ୟ)
୩. ପ୍ରଫେସର. ପ୍ରମୋଦ ତାଲଗେରି (ପୂର୍ବତନ ଉପକୂଳପତି, ସି.ଆଇଇଏଫଏଲ୍ ବର୍ତ୍ତମାନ ଜେଏନୟୁ ରେ) ବା ପ୍ରଫେସର. ଆଲୋକ ଭଲ୍ଲ(, (ସି.ଆଇଇଏଫଏଲ୍,ହାଇଦ୍ରାବାଦ୍)
୪. ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀ(ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦି ବିଭାଗର ପୂର୍ବତନ ପ୍ରଫେସର,ନେହେରୁ ସେଣ୍ଟରର ନିର୍ଦ୍ଦେଶକ,ସାହିତ୍ୟ ଏକାଡେମୀ ର ସେକ୍ରେଟାରୀ)
୫. ପ୍ରଫେସରୟୁ.ଆର୍ ଅନନ୍ଥମୁର୍ଥ ସାହିତ୍ୟ ଏକେଡେମୀର ପୂର୍ବତନ ସଭାପତି ଏବଂ ମହାତ୍ମା-ଗାନ୍ଧୀ ବିଶ୍ୱବିଦ୍ୟାଳୟର ଉପକୂଳପତି))ବାଗିରିଶ କର୍ନଦ (ନେହେରୁ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ)
୬. ପ୍ରଫେସରଅମିୟ ଦେବ ବା ପ୍ରଫେସର ନବନିତା ଦେବସେନ (ଉଭୟେ ଯାଦବପୁର ବିଶ୍ୱବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟ ବିଭାଗର ପୂର୍ବତନ ପ୍ରଫେସର)
୭. ପ୍ରଫେସରଏସ୍.ବି ବର୍ମା (ଜାପାନୀ ଭାଷାର ପୂର୍ବତନ ପ୍ରଫେସର,ଜେଏନ୍ ୟୁ ଏବଂ ଜଣେ ଜଣାଶୁଣା ଅନୁବାଦକ)
୮. ପ୍ରଫେସର ହରିଶ ତ୍ରିବେଦି, ଇଂରାଜୀ ବିଭାଗ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
୯. ପ୍ରଫେସର ପୁସ୍ପକ ଭଟ୍ଟାଚାର୍ଯ୍ୟ (ଆଇଆଇଟି ମୁମ୍ବାଇ)
୧୦. ପ୍ରଫେସର ଉଦୟ ନାରାୟଣ ସିଂ (ନିର୍ଦ୍ଦେଶକ,ସିଆଇଆଇଏଲ୍,ମହୀଶୂର)