|  | 
                 
         
         | 
        ଅନୁବାଦକ ମାନଙ୍କର ସାର୍ଟିଫିକେସନ୍ ଏବଂ ଟ୍ରେନିଙ୍ଗ୍
    
                         
    
        
            
                | ବିସ୍ତୃତ ପରିଯୋଜନା ରିପୋର୍ଟ (ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ) ରେ ଉଲ୍ଲେଖ କରାଯିବା ପରି, ଅନୁବାଦକ
                    ମାନଙ୍କର ସାର୍ଟିଫିକେସନ୍ ହେଉଛି, ଦେଶରେ ଅନୁବାଦର ଉଦ୍ୟୋଗ ସ୍ଥାପନା କରିବା ଏନ୍ ଟି ଏମ୍ ର ରଣନୀତି
                    ମଧ୍ୟରୁ ଅନ୍ୟତମ. ଏନ୍ ଟି ଏମ୍ ବିଶ୍ବାସ କରେ ଯେ, ଏହା ଦ୍ବାରା ଅନୁବାଦକମାନଙ୍କୁ ଅଧିକରୁ ଅଧିକ
                    ଦୃଶ୍ୟ ମଧ୍ୟକୁ ଅଣାଯାଇ ପାରିବ. 
 ଏନ୍ ଟି ଏମ୍ ଅନୁବାଦକ ମାନଙ୍କ ପାଇଁ ଜାତୀୟ ରେଜିଷ୍ଟର ପ୍ରସ୍ତୁତ କରିଛି ଯେଉଁଥିରେ କି ୫୦୦୦ ଅନୁବାଦକ
                    ନାମାଙ୍କନ କରିଛନ୍ତି. ଦେଶର ବିଭିନ୍ନ ଭାଗରେ ବିଭିନ୍ନ ଭାଷା ଓ କ୍ଷେତ୍ରର ବିଶେଷଜ୍ଞ ମାନଙ୍କୁ ନେଇ
                    ଏନ୍ ଟି ଏମ୍ ବହୁତ ଗୁଡ଼ିଏ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରିଛି ଏବଂ ସେମାନଙ୍କ ଠାରୁ ପ୍ରତିକ୍ରିୟା
                    (ଫିଡ୍ ବ୍ୟାକ୍) ମଧ୍ୟ ନେଇଛି.
 
 ବର୍ତ୍ତମାନ ଏନ୍ ଟି ଏମ୍ ସାଧାରଣ ଜନତା/ ଏଜେନସି ମାନଙ୍କ ଠାରୁ ପରାମର୍ଶ ନେଉଛି ଯେଉଁମାନେ କି ଅନୁବାଦକ
                    ମାନଙ୍କର ସାର୍ଟିଫିକେସନ୍ ଏବଂ ଟ୍ରେନିଙ୍ଗ୍ ପ୍ରୋଗ୍ରାମ୍ ସହିତ ଜଡ଼ିତ ଅଛନ୍ତି ଯେପରିକି ସ୍କୁଲ୍
                    ଅଫ୍ ଟ୍ରାନସଲେସନ୍ ଷ୍ଟଡ଼ିସ୍ ଏଣ୍ଡ୍ ଟ୍ରେନିଙ୍ଗ୍, ଇଗ୍ନୋ (IGNOU), କ୍ବାଲିଟି କାଉନସିଲ୍ ଅଫ୍
                    ଇଣ୍ଡିଆ (QCI) ଇତ୍ୟାଦି. ବିଭିନ୍ନ ସଂସ୍ଥାର ବିଶେଷଜ୍ଞମାନଙ୍କର ଦଳ ଏବଂ ଏଜେନସି ଯେଉଁମାନେ କି
                    ସାର୍ଟିଫିକେସନ୍ ପ୍ରୋଗ୍ରାମ୍ ରେ ଜଡ଼ିତ ସେମାନଙ୍କୁ ନେଇ ଏନ୍ ଟି ଏମ୍ କେତେଗୁଡ଼ିଏ ବୁଦ୍ଧିଶୀଳତା
                    ଅଧିବେଶନ ଆୟୋଜନ କରିଛି. ସାର୍ଟିଫିକେସନ୍ ର ପ୍ରଣାଳୀ ଏବଂ ଶୈଳୀ ବିଷୟରେ ଓ୍ବେବସାଇଟ୍ ରେ ଜଲଦି
                    ଘୋଷଣା କରାଯିବ.
 
 ଏନ୍ ଟି ଏମ୍ ଅନୁବାଦକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଯୋଜନା କରୁଛି. ଉଭୟ ଭାରତ
                    ଏବଂ ଭାରତ ବାହାରୁ ମଧ୍ୟ ପୂର୍ବରୁ ଅନୁବାଦକ ମାନଙ୍କର ପ୍ରଶିକ୍ଷଣ ପ୍ରୋଗ୍ରାମ୍ ପାଇଁ ଥିବା ପାଠ୍ୟକ୍ରମ
                    ଏବଂ ପାଠ୍ୟକ୍ରମ ବିଷୟବସ୍ତୁ ଆମେ ବର୍ତ୍ତମାନ ସଂଗ୍ରହ କରୁଛୁ. ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତି
                    ପାଇଁ ଏନ୍ ଟି ଏମ୍ ବର୍ତ୍ତମାନ ବିଶେଷଜ୍ଞ ଏବଂ ବିଭିନ୍ନ ସଂସ୍ଥା ସହିତ କାର୍ଯ୍ୟ କରୁଛି. ଆସୁଥିବା
                    ସମୟରେ ଦେଶବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ.
 |  |  |