ଜ୍ଞାନପାଠ୍ୟର ଚିହ୍ନଟକରଣ

ଏନଟିଏମ୍ ର ଅନୁବାଦ ପାଇଁ ଜ୍ଞାନପାଠ୍ୟର ଚିହ୍ନଟ କରି ଚୟନ କରିବା ପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟ ଡାଟାବେସ୍ ରୁ ବହୁଥର ପାଠ୍ୟକ୍ରମରେ ସ୍ଥାନପାଇଥିବା ପୁସ୍ତକଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଏ|ଏହି ତାଲିକାକୁ ପୁଣି ବିଶାରଦମାନଙ୍କଦ୍ୱାରା ସମୀକ୍ଷା କରାଯାଏ | ବିଭିନ୍ନ ବିଷୟର ଶିକ୍ଷକ,ଛାତ୍ର\ଛାତ୍ରୀ, ଅନ୍ୟ ବିଶାରଦଙ୍କଠୁଁ ଭାରତୀୟ ଭାଷାରେ ଏହି ପୁସ୍ତକଗୁଡ଼ିକର ଚାହିଦା ଉପରେ ମତ ନିଆଯାଏ ଏବଂ ଏହି ତାଲିକାକୁ ପୁଣି ଥରେ ପରୀକ୍ଷା କରି ଯେଉଁ ପୁସ୍ତକଟି ବହୁ ଛାତ୍ର\ଛାତ୍ରୀମାନଙ୍କ ପାଇଁ ଉପଯୋଗୀ ହେବ, ସେଗୁଡ଼ିକୁ ଚୟନ କରାଯାଏ| ପରିଶେଷରେ ଏନଟିଏମ୍ ର ଜ୍ଞାନପାଠ୍ୟ ଉପକମିଟୀ ଏବଂ ଏନଟିଏମ ପ୍ରକଳ୍ପ ଉପଦେଷ୍ଟା କମିଟୀ ଚୟନ କରାଯାଇଥିବା ଜ୍ଞାନପାଠ୍ୟକୁ ସ୍ୱୀକୃତି ଦିଅନ୍ତି|

ଏବେ ୨୧ଟି ବିଷୟରେ ବିଶାରଦମାନେ ସ୍ୱୀକୃତି ଦେଇଥିବା ୧୦୫ଟି ପୁସ୍ତକଗୁଡ଼ିକର ଅନୁବାଦ ଏବଂ ପ୍ରକାଶନ ପାଇଁ ଏନଟିଏମ କାମ କରୁଛି|