ଅନବରତ ପ୍ରଶ୍ନ ପଚାରିବା

1. ମୁଁ କିପରି ଏନଟିଏମ ର ଗୋଟିଏ ଅଂଶ ହୋଇପାରିବି? ମୁଁ ଜଣେ ଅନୁବାଦକ ଭାବରେ ପଞ୍ଜୀକୃତ ହେବାକୁ ଚାହୁଁଛି. ମୁଁ ଏହା କିପରି କରିପାରିବି? ମୁଁ କିପରି ଜଣେ ସ୍ନାତକ ଛାତ୍ର ଭାବରେ ଏନ୍ ଟି ଏମ୍ ରେ ଭର୍ତ୍ତି ହୋଇ ପାରିବି?
ଉତ୍ତର: ଉତ୍ତର: ଆପଣଙ୍କର ବିସ୍ତ୍ତୁତ ସାରାଂଶ ଆମକୁ ଦିଅନ୍ତୁ ଯାହାକି ଏହି http://www.ntm.org.in/languages/english/login.aspx. ସାଇଟ୍ କୁ ଯାଇ କରିପାରିବେ. ଆମଠାରୁ ଆପଣ ଜଲଦି କିଛି ଶୁଣିବାକୁ ଆଶ୍ବାସନା ଦେଉଛୁ.

2. ମୁଁ ଗୋଟିଏ ନିର୍ଦ୍ଧିଷ୍ଟ ପୁସ୍ତକକୁ ଅନୁବାଦ କରି ପ୍ରକାଶ କରିବାକୁ ଚାହୁଁଛି. ମୁଁ ଏହା କିପରି ଏନ୍ ଟି ଏମ୍ ରେ କରିପାରିବି?
ଉତ୍ତର: ନିଜ କାମର ଗୋଟିଏ ନମୂନା ପ୍ରସ୍ତୁତ କରି ବିସ୍ତୃତ ପରିଯୋଜନାର ପ୍ରସ୍ତାବ ଦାଖଲ କରନ୍ତୁ. ଆମର ଟିମ୍ ଏହାକୁ ମୂଲ୍ୟାଙ୍କନ କରିବ ଏବଂ ସେମାନଙ୍କର ପ୍ରତିକ୍ରିୟା ଆପଣଙ୍କୁ ଜଣାଇବୁ.

3. ଏନ୍ ଟି ଏମ୍ ସହିତ ଜଡ଼ିତ ହେବା ପାଇଁ ଆବଶ୍ୟକ ଶର୍ତ୍ତ ଗୁଡ଼ିକ କ’ଣ ଅଟେ?
ଉତ୍ତର:ଏନଟିଏମ୍ ନିଜର ଅନୁବାଦକ ମାନଙ୍କର ଆବଶ୍ୟକତା କ୍ଷେତ୍ରରେ ଅଦ୍ବିତୀୟ ଅଟେ. ମୂଳ ଭାଷା ଏବଂ ଲକ୍ଷ ଭାଷାରେ ଆପଣଙ୍କ ଦକ୍ଷତାରୁ ମଧ୍ୟ ଅଧିକ ଏବଂ ସମୟ ସୀମା ଭିତରେ ସମ୍ପୂର୍ଣ୍ଣ କରିବାର କ୍ଷମତା, ଏନ୍ ଟି ଏମ୍ ଆପଣଙ୍କ ଠାରୁ ଅଧିକ ଆବଶ୍ୟକ କରେ ନାହିଁ. ବୟସ, ଯୋଗ୍ୟତା, ଅବସ୍ଥିତି ଏନଟିଏମ୍ ର ଭବିଷ୍ୟତ ଅନୁବାଦକମାନଙ୍କ ପାଇଁ କୌଣସି ବନ୍ଧନ ନାହିଁ.

4. ମୁଁ ରହୁଥିବା ସ୍ଥାନ ଅବରୋଧ ଅଛି. ତେବେ ମଧ୍ୟ ଏନ୍ ଟି ଏମ୍ ସହିତ ଜଡ଼ିତ ହୋଇପାରିବି?
ଉତ୍ତର: ଏନ୍ ଟି ଏମ୍ ଅନୁବାଦ ଉଦ୍ୟୋଗକୁ ଆଗକୁ ବଢେଇବା ପାଇଁ ଏବଂ ଅନୁବାଦ ପ୍ରତି ଉତ୍ସାହୀ ଥିବା ଅନୁବାଦକ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଗଠିତ ହୋଇଛି. ସ୍ଥାନ ଏହି ପ୍ରୋଜେକ୍ଟ ପାଇଁ ଗୋଟିଏ ବାଧା ନୁହେଁ. ଆପଣ ବିଶ୍ବର କୌଣସି ସ୍ଥାନରୁ ମଧ୍ୟ ଏହି ପ୍ରୋଜେକ୍ଟର ଅନୁବାଦ କରିପାରିବେ.

5. ମଲ୍ଟିମିଡ଼ିଆ ଅନୁବାଦ କ’ଣ?
ଉତ୍ତର: ବିସ୍ତାରିତରୂପରେ ଏବଂ ଲିଖିତ ଏବଂ କଥିତ ତଥ୍ୟର ଅନୁବାଦ ବା ବାଖ୍ୟା କରା ହୁଏ. ମଲ୍ଟିମିଡ଼ିଆ ଅନୁବାଦ ସବୁକିଛି ଆଛାଦିତ କରୁଛି ଯାହାକି ଏହି ଦୁଇଟି ଶୀର୍ଷରେ ସୁବ୍ୟବସ୍ଥିତ ଭାବରେ ଆସୁନାହିଁ. ଉଦାହାରଣ ସ୍ବରୁପ, ବିବୃତି ଉପଲବ୍ଧ କରେଇବା ଏବଂ ଭଏସ୍-ଓଭର କାର୍ଯ୍ୟର ସୁଯୋଗ ଦେବା, ତଥା ଉପଶୀର୍ଷକ, ଓ୍ବେବସାଇଟ୍ ଅନୁବାଦ ଏବଂ ମଲ୍ଟିଲିଙ୍ଗୁଆଲ୍ ଡେସ୍କଟପ୍ ପବ୍ଲିସିଙ୍ଗ୍ ମଲ୍ଟିମିଡ଼ିଆ ଅନୁବାଦର ଅଧୀନରେ ଆସୁଛି.

6. ଭଏସ୍-ଓଭର ଏବଂ ବିବୃତି କଣ ଆପଣଙ୍କର ଅନୁବାଦ ପ୍ରକଳ୍ପର ଅନ୍ତର୍ଗତ ହେବ?
ଉତ୍ତର: CIIL ପ୍ରଚୁର ଡକୁମେଣ୍ଟାରୀ ଓ ପ୍ରକଳ୍ପ ପ୍ରସ୍ତୁତ କରିଛି ଯାହାକୁକି ଭଏସ୍ ଓଭର, ନ୍ୟାରେସନ୍ ଏବଂ ଅଧିକ କାର୍ଯ୍ୟ ସହିତ ସମ୍ବନ୍ଧିତ କରିଛି. ଏହି କାର୍ଯ୍ୟ କ୍ଷେତ୍ରରେ ସୁବିଧା ପାଇଁ ସଂସ୍ଥାନରେ ଗୋଟିଏ ପ୍ରଫେସନାଲ୍ ଷ୍ଟୁଡ଼ିଓ ଅଛି. ଯଦି ଏପରି କୌଣସି କାର୍ଯ୍ୟରେ ଏହି ନିର୍ଦ୍ଧିଷ୍ଟ ଉପକରଣର ପ୍ରୟୋଜନ ହୁଏ ତାହାହେଲେ ଏନ୍ ଟି ଏମ୍ ନିଶ୍ଚୟ ତାର ବ୍ୟବହାର କରିବ.

7. ଆପଣ କଣ ଅନୁବାଦ ଉପକରଣ ବ୍ୟବହାର କରିବେ କି?
ଉତ୍ତର: ଉଚ୍ଚମାନର ଉପକରଣ ଯେପରିକି ଅଭିଧାନ, ଅନୁବାଦ ସଫ୍ଟଓ୍ବାର୍, ଓ୍ବାର୍ଡନେଟ୍ ଇତ୍ୟାଦି ପ୍ରସ୍ତୁତ କରିବା ଏନ୍ ଟି ଏମ୍ ର ଗୋଟିଏ ଅନ୍ୟତମ ଉଦ୍ଦେଶ୍ୟ. ସେଥିରୁ ଉପକୃତ ଯିଏ ହେବ ସେହି ସମସ୍ତଙ୍କ ପାଇଁ ଏହି ଉପକରଣ ଉପଲବ୍ଧ କରାଯିବ.

8. ଗୋଟିଏ ପାଠ୍ୟର ଅନୁବାଦ କଲାବେଳେ କେଉଁ ଫର୍ମାଟ୍ ମୁଁ ଅନୁକରଣ କରିବା ଉଚିତ୍?
ଉତ୍ତର:

9. ମୁଁ କିପରି ଅନୁବାଦ କ୍ଷେତ୍ରର ଆନୁମାନିକ ଖର୍ଚ୍ଚର ସମ୍ପର୍କରେ କିପରି ଜାଣିବି?
ଉତ୍ତର:

10. ଅନୁବାଦକ ନିର୍ବାଚନ ପାଇଁ କୌଣସି ପାଠ୍ୟକ୍ରମ ଡିଜାଇନ୍ ଏବଂ ଓରିଏଣ୍ଟେସନ୍ ର ବ୍ୟବସ୍ଥା ଅଛି କି ?
ଉତ୍ତର: ଅନୁବାଦ କରିବା ପାଇଁ ବିଶେଷ ପ୍ରଶିକ୍ଷଣର ପ୍ରୟୋଜନ ସେଥିପାଇଁ ଅନୁବାଦକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏନ୍ ଟି ଏମ୍ ର ଗୋଟିଏ ଅନ୍ୟତମ ମୂଖ୍ୟ ଲକ୍ଷ. ଏକ୍ଷେତ୍ରରେ ଏନ୍ ଟି ଏମ୍ ପ୍ରସ୍ତୁତ ଅନୁବାଦକ ମାନଙ୍କର ସୁବିଧା ପାଇଁ ସ୍ବଳ୍ପ କାଳୀକ ପ୍ରଶିକ୍ଷଣ ବ୍ୟବସ୍ଥା, ପାଠ୍ୟକ୍ରମ ମଡ୍ୟୁଲ୍ ପ୍ରସ୍ତୁତ କରି ଏବଂ ଅନୁବାଦ ପାଇଁ ପ୍ୟାକେଜ୍, ଉତ୍ସାହଜନକ, ସମର୍ଥନ ଏବଂ ଅନୁବାଦ ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଶିଷ୍ଟ ପାଠ୍ୟକ୍ରମ, ରିସର୍ଚ୍ଚ ପ୍ରୋଜେକ୍ଟ କୁ ପ୍ରୋତ୍ସାହିତ କରି, ଫେଲୋସିପ୍ କାର୍ଯ୍ୟକ୍ରମ ଗଠିତ କରି ଏବଂ ଏହିପରି ଅଧିକରୁ ଅଧିକ ପ୍ରସ୍ତାବ ଦେଇ ପାଠ୍ୟ ସମ୍ପାଦନା, ସମ୍ପାଦନରେ ଏବଂ କପି-ଏଡ଼ିଟିଙ୍ଗ୍ ରେ ଅନୁବାଦକୁ ସହାୟତା କରିବାକୁ.

11. କଣ ମୁଁ ମୋ ପସନ୍ଦର ବହିଟିଏ ଅନୁବାଦ କରିପାରିବି କି?
ଉତ୍ତର: କିମ୍ବା ଏନ୍ ଟି ଏମ୍ ମତେ ଉଭୟ ଯୋଗାଇ ଦେବ ମୋର ପସନ୍ଦ ଏବଂ ପାଠ୍ୟ ମଧ୍ୟ?