ଅନୁବନ୍ଧ- ୧ :

ଅନୁବାଦ ଶିଳ୍ପର ଉନ୍ନୟନ
ଜୟାତି ଘୋଷଙ୍କଠାରୁ ବିବରଣ
ଏକ ନିପୁଣ ତ୍ୱରିତ ଉଚ୍ଚମାନର ଅନୁବାଦ ଶିଳ୍ପର ଆବଶ୍ୟକତା ସ୍ପଷ୍ଟ ଭାବରେ ଦେଖାଯାଏ. ଭାରତୀୟ ଭାଷାଗୁଡିକର ଉର୍ବରତା ଏବଂ ବିବିଧତାକୁ ଦୃଢ ଏବଂ ରକ୍ଷାକରିବାର ଆବଶ୍ୟକତା ଏବଂ ଆମର ଭାଷାବୈଜ୍ଞାନିକ ସମୂହକୁ ନିଜ ଭାଷାରେ ବହୁପରିମାଣରେ ଉପାଦାନ ଯୋଗାଇବାର ଆବଶ୍ୟକତାକୁ ଲକ୍ଷ୍ୟକରି ଏହି ଶିଳ୍ପର ଯଥେଷ୍ଟ ଆବଶ୍ୟକତା ରହିଛି.ଏହା ମଧ୍ୟ ଉଲ୍ଲେଖ କରାଯିବା ଉଚିତ ଯେ ଯେଉଁ ଦେଶମାନେ ଜ୍ଞାନ ଉପରେ ଗୁରୁତ୍ୱ ଦିଅନ୍ତି ସେମାନେ ଅନୁବାଦ ସେବାକୁ ପ୍ରୋତ୍ସାହନ ଦିଅନ୍ତି ଏବଂ ବିଭିନ୍ନ ଭାଷାରେ ଯେତେ ସମ୍ଭବ ଉପାଦାନ ତିଆରି ଉପଲବ୍ଧ କରିବାରେ ଚେଷ୍ଟା କରନ୍ତି.ଏହା ବିସ୍ତୃତ ଭାବରେ ଉନ୍ନତି କରୁଥିବା ଦେଶମାନଙ୍କ କ୍ଷେତ୍ରରେ ସତ, ଯେମିତି ଚୀନ ଯାହାର ଏକ ଗୁଞରଣ ସୃଷ୍ଟିକାରୀ ସକ୍ରୀୟ ଅନୁବାଦ ଶିଳ୍ପ ଅଛି ଯାହା ବହୁକ୍ଷେତ୍ରରେ ଅଦ୍ୟତନ ଅନୁବାଦ ଯୋଗାଇ ଥାଏ.ଏହା ମଧ୍ୟ କେତେଗୁଡିଏ କ୍ଷୁଦ୍ର ଉନ୍ନତ ଦେଶମାନଙ୍କ କ୍ଷେତ୍ରରେ ସତ ଅଟେ ଯେଉଁଠି ବହୁଲୋକ ମୁଖ୍ୟ ବିଦେଶୀୟ ଭାଷାରେ କଥାବାର୍ତ୍ତାରେ ନିପୁଣ ଏବଂ ଶିକ୍ଷିତ ଅଟନ୍ତି(ଯେମିତି ୟୁରୋପର ନେଦରଲ୍ୟାଣ୍ଡଏବଂ ଫିନଲ୍ୟାଣ୍ଡ) ଯେଉଁଠାରେ ବହୁଳ ଭାବରେ ଅନୁବାଦର ଉପସ୍ଥିତି ଥିବାରୁ ଆଞ୍ଚଳିକ ଭାଷାଗୁଡିକ ଶକ୍ତ ଅଟେ.

ଅନୁବାଦ ଆବଶ୍ୟକ
  » ଇଂରାଜୀରୁ ଭାରତୀୟ ଭାଷାଗୁଡିକୁ
  » ଭାରତୀୟ ଭାଷାଗୁଡିକରୁ ଇଂରାଜୀକୁ
  » ଭାରତୀୟ ଭାଷାଗୁଡିକ ମଧ୍ୟରେ

ନିମ୍ନବିଷୟଗୁଡିକ ଅନୁବାଦ ଦରକାର କରନ୍ତି
  » ବିଦ୍ୟାଳୟସ୍ତରର ପାଠ୍ୟପୁସ୍ତକ
  » ଉଚ୍ଚ ଶୈକ୍ଷିକ ସ୍ତରରେ ପାଠ୍ୟପୁସ୍ତକ
  » ଅନ୍ୟ ପ୍ରଶିକ୍ଷଣ ସମ୍ବନ୍ଧୀୟ ବିଷୟ
  » ବିଜ୍ଞାନ,ସାମାଜିକ ବିଜ୍ଞାନ ଏବଂ କଳା ଏବଂ ମାନବୀୟ ବିଜ୍ଞାନର ସ୍ୱତନ୍ତ୍ର ପୁସ୍ତକଗୁଡିକ
  » ସନ୍ଦର୍ଭ ପୁସ୍ତକ (ବିଶ୍ୱକୋଷ ଇତ୍ୟାଦି)
  » ସାହିତ୍ୟ
  » ସାମ୍ପ୍ରତିକ ରୁଚିର କଳ୍ପନାରହିତ ପୁସ୍ତକଗୁଡ଼ିକ
  » ନିୟମାବଳୀ ପୁସ୍ତିକା
  » ପତ୍ରପତ୍ରିକା
  » ୱେବ ଆଧାରିତ ବିଷୟ

ବର୍ତ୍ତମାନ ନିଜ କାର୍ଯ୍ୟକଳାପର ଏକ ଅଂଶରୂପେ ଏସବୁ ଉପରେ କାମକରୁଥିବା କେତେଗୁଡିଏ ସଂସ୍ଥା ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଏହା ସାର୍ବଜନୀନ ଏବଂ ବେସରକାରୀ ସଂସ୍ଥାକୁ ଅନ୍ତର୍ଭୂକ୍ତ କରେ.ଏହିରୂପେ ନେସେନାଲ ବୁକ୍ ଟ୍ରଷ୍ଟ ଇଂରାଜୀରୁ ଭାରତୀୟ ଭାଷାଗୁଡିକୁ ଏବଂ ଭାରତୀୟ ଭାଷାଗୁଡିକରୁ ଇଂରାଜୀକୁ ସାଧାରଣତଃ ପ୍ରସିଦ୍ଧ ଏବଂ ପୁରସ୍କାରପ୍ରାପ୍ତ ଲେଖକମାନଙ୍କର ବିଶିଷ୍ଟ ସାହିତ୍ୟିକ କୃତିର ଅନୁବାଦ ଯୋଗାଇ ଥାଏ.କେତେ ବେସରକାରୀ ସଙ୍ଗଠନ(ଯଥା କଥା ପ୍ରକାଶନ,ପ୍ରଜାଶକ୍ତି ସମ୍ବାଦପତ୍ର ଗୋଷ୍ଠୀ ଇତ୍ୟାଦି) ପ୍ରସିଦ୍ଧ ସାହିତ୍ୟ ଏବଂ ସାମ୍ପ୍ରତିକ ରୁଚିର କେତେ ପୁସ୍ତକର ଅନୁବାଦ ଯୋଗାଇ ସାରିଲେଣି.କୌଣସି ସର୍ବସାଧାରଣ ସଂସ୍ଥା ନାହିଁ ଯିଏ ଉପରୋକ୍ତ ସମସ୍ତ ବିଷୟଉପରେ ଏବଂମୁଖ୍ୟଭାଷାଗୁଡିକ ଉପରେ ନିରିକ୍ଷଣ କରିବ ଏବଂ ଧ୍ୟାନ ଦେବ.

ଅନୁବାଦ ସମ୍ପର୍କିତ ସାମ୍ପ୍ରତିକ ସମସ୍ୟାଗୁଡିକୁ ନିମ୍ନରେ ଦିଆଯାଇଛି :
୧. ଉପରେ ଉଲ୍ଲେଖ କରାଯାଇଥିବା କ୍ଷେତ୍ରରେ ଅନୁବାଦିତ ବିଷୟର ଉପଲବ୍ଧତା ଖୁବ୍ କମ.
୨. ଅନୁବାଦ ହୋଇଥିବା ବିଷୟଗୁଡିକର ମାନ ଏବଂ ପହଞ୍ଚକୁ ନେଇ ଅନେକ ସମସ୍ୟା ରହିଛି.ମାନ ସବୁବେଳେ ସମାନ ରହେନାହିଁ ଅନେକ ସମୟରେ ମାନ ମଧ୍ୟ ହ୍ରାସ ପାଏ.ଅତିମାତ୍ରାରେ କଠିନ ଭାଷାରେ ବା ଆକ୍ଷରିକ ଅନୁବାଦ କରିବାର ଏକ ପ୍ରବଣତା ରହିଥାଏ ଯାହା ଅନୁବାଦିତ ବିଷୟର ପହଞ୍ଚକୁ ହ୍ରାସ କରେ.ଏଥିରେ ଉତ୍ପାଦନର ମାନରେ ମଧ୍ୟ ପ୍ରଭେଦ ଦେଖାଯାଏ.
୩. ଅନେକ ଗୁଡ଼ିଏ ସାମ୍ପ୍ରତିକ କୃତି ବହୁବର୍ଷ ଧରି ଅନୁବାଦିତ ହୋଇନାହିଁ.
୪. ଅନୁବାଦିତ ବିଷୟ ବସ୍ତୁର ପ୍ରୋତ୍ସାହନ ଏବଂ ପ୍ରସାର ପ୍ରଚାର ଯଥେଷ୍ଟ ନୁହେଁ, ଫଳତଃ ବହୁ ଲୋକ ଯେଉଁମାନଙ୍କ ହାତରେ ଏହା ପହଞ୍ଚିବା ଦରକାର ସେମାନେ ଜାଣିନାହାଁନ୍ତି ଯେ ଏମିତି ଉନ୍ନତମାନର ଅନୁବାଦିତ ବିଷୟ ଉପଲବ୍ଧ ଅଛି.
୫. ଅନୁବାଦ କାର୍ଯ୍ୟ ଆଗେଇ ନେବାରେ ସମନ୍ୱୟ ନାହିଁ.ଏମିତି କି ଯେତେବେଳେ ଅନ୍ତରତା ରହେ, ଅନାବଶ୍ୟକ ପ୍ରତିଲିପିମଧ୍ୟ କରାଯାଏ.
୬. ଇଂରାଜୀରୁ ଆଞ୍ଚଳିକ ଭାଷାଗୁଡିକୁ ଏବଂ ଆଞ୍ଚଳିକଭାଷାଗୁଡିକରୁ ଇଂରାଜୀକୁ ଅନୁବାଦ ପାଇଁ ୱେବ ଅନୁବାଦ ସେବା ଏବେ ବି ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି.ଏ କ୍ଷେତ୍ରରେ ଶିଳ୍ପୋଦ୍ୟୋଗମାନେ କେତେଗୁଡିଏ ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି ଯଥା ସିଡେକ: ବ୍ୟାକର୍ତ୍ତା,ମନ୍ତ୍ର,ଏନସିଏସଟିମୁମ୍ବାଇ:ମାତ୍ରା,ଆଇଆଇଟି(ବିଶେଷତଃ କାନପୁର)ଅନୁସାରକା,ଅଙ୍ଗ୍ଲାଭାରତୀ ଇତ୍ୟାଦି.ଏ ଗୁଡିକରେ ଏବେ ମଧ୍ୟ ସମସ୍ୟା ରହିଛି ଏବଂ ସେଇ ଭାରତୀୟ ଭାଷାଗୁଡିକରେ ସଫଳତା ମିଳିଛି ଯେଉଁ ଭାଷାଗୁଡିକର ବାକ୍ୟବିଜ୍ଞାନ ସମାନ ଅଟେ.ଶାବ୍ଦିକ ସମ୍ବଳଯୁକ୍ତ ଅନ୍ଲାଇନ ସେବା ଏବଂ ସମନ୍ୱୟର ଅଭାବ ରହିଛି.

ସେ ଯାହା ବି ହେଉ,କେତେଗୁଡିଏ ଉପକାରିତା ମଧ୍ୟ ଅଛି ଯାହା ଭାରତରେ ଅନୁବାଦ ସେବାର କ୍ଷିପ୍ର ଉନ୍ନତିକୁ ସହଯୋଗ କରିବ:
୧. ଏସବୁ କାର୍ଯ୍ୟରେ ଦ୍ୱୀଭାଷୀ ଶିକ୍ଷିତ ସମାଜକୁ ନିଯୁକ୍ତ କରାଯାଇପାରେ ଯାହା ଫଳରେ ଏହା ନିଯୁକ୍ତି ସୃଷ୍ଟିକରିବାର ଏକ ସ୍ରୋତ ହୋଇପାରିବ.
୨. ଭାଷା ପ୍ରଶିକ୍ଷଣ ଦେଉଥିବା ବହୁଗୁଡିଏ ସଂସ୍ଥା ଅଛନ୍ତି ଯେଉଁମାନଙ୍କର ସଂଖ୍ୟାକୁ ସହଜରେ ବୃଦ୍ଧି ମଧ୍ୟ କରାଯାଇପାରେ.ସଫଳ ଅନୁବାଦ ପାଇଁ ଯେଉଁ ଅତିରିକ୍ତ ଦକ୍ଷତା ଆବଶ୍ୟକ,ତାହା ଅର୍ଜନ କରିବା କଠିନ ନୁହେଁ ଏବଂ ବର୍ତ୍ତମାନ ପ୍ରଚଳିତ ପାଠ୍ୟକ୍ରମରେ ଯୋଗ କରାଯାଇପାରେ.
୩. ଯେତେବେଳେ ଅନୁବାଦ ଏକ ସୀମିତ ବଜାର ଦରକାର କରେ, ସେତେବେଳେ ସର୍ବସ୍ୱତ୍ୱାଧିକାର ବିଷୟର ଗୁରୁତ୍ୱ କମିଯାଏ.ଏହାର ଅର୍ଥ ଏହି ଯେ ବହିଗୁଡିକର କମ୍ ମୂଲ୍ୟ ସଂସ୍କରଣଗୁଡିକୁ ସହଜରେ ଯୋଗାଇ ଦିଆଯାଇପାରେ.
୪. ଖଣ୍ଡଗୁଡିକ ବଡ ହୋଇଯାଇପାରେ ଯାହା ଅପେକ୍ଷାକୃତ ଶସ୍ତା ଉତ୍ପାଦନ ଏବଂ ବହୁ ପରିମାଣରେ ବେସରକାରୀ କ୍ଷେତ୍ରର ଯୋଗଦାନକୁ ଅନୁମତି ଦେବ ଯେତେବେଳେ ମୂଳସଂରଚନା ଉନ୍ନତ ହୋଇଯିବ.

ନିମ୍ନ ବିଷୟ ଉପରେ ଧ୍ୟାନ ଦିଆଯିବା ଦରକାର:
  » ଅନୁବାଦ ଯୋଗାଇବାରେ ସଂପୃକ୍ତ ସାର୍ବଜନୀନ ସଂସ୍ଥାଗୁଡିକ କଣ କଣ ଅଟେ ଏବଂ କେତେଦୂର ସେମାନେ ସଫଳ ଓ ପ୍ରଭାବଶାଳୀ?
  » ଏଇଭଳି କାର୍ଯ୍ୟରେ ସଂପୃକ୍ତ ସାର୍ବଜନୀନ କ୍ଷେତ୍ରର ପ୍ରକୃତି କଣ ହେବା ଉଚିତ? ଏମିତି କିଛି ଆବଶ୍ୟକ ସୁବିଧା ଅଛି କି ଯାହା ସାର୍ବଜନୀନ ଭାବରେ ଯୋଗାଣ କରିବାକୁ ଦରକାର କରେ?
  » ଏମିତି କିଛି ମାଧ୍ୟମ ଅଛି କି ଯାହା ବିଭିନ୍ନ ପ୍ରକାରର ବିଷୟବସ୍ତୁର ସ୍ୱତଃ ଅନୁବାଦ ମୁଖ୍ୟ ଭାରତୀୟ ଭାଷାଗୁଡିକୁ ହୋଇଥିବାର କଥାକୁ ନିଶ୍ଚିତ କରିବ? କିଏ ସ୍ଥିର କରିବ କେଉଁଟି?
  » ଏଭଳି ନିର୍ଣ୍ଣୟଗୁଡିକ କେନ୍ଦ୍ରୀଭୂତ ହେବା ଉଚିତ ନା ରାଜ୍ୟ ସରକାରମାନଙ୍କ ଦ୍ୱାରା ସମନ୍ୱିତ ହେବା ଉଚିତ?
  » ଏମିତି ଏକ ସାର୍ବଜନୀନ ସଂସ୍ଥାର ବ୍ୟବସ୍ଥା ଅଛି କି ଯିଏ ବିଭିନ୍ନ ପ୍ରକାରର ଅନୁବାଦ ସେବାପାଇଁ ପ୍ରକାଶନ ଅଧିକାରଠୁଁ ନେଇ ପ୍ରୋତ୍ସାହନ ଇତ୍ୟାଦିର କାର୍ଯ୍ୟଭାର ଗ୍ରହଣ କରିବ?
  » କେମିତି ଭାବରେ ଏ କ୍ଷେତ୍ରରେ ବେସରକାରୀ କ୍ରିୟାକଳାପକୁ ପ୍ରୋତ୍ସାହନ ଦିଆଯାଇପାରିବ? ଏ କାର୍ଯ୍ୟଗୁଡିକରେ ନିବେଶ ପାଇଁରାଜକୋଷୀୟ ପ୍ରୋତ୍ସାହନ ଦିଆଯିବା ଉଚିତ୍ କି? ପ୍ରକାଶନ ସଂସ୍ଥାମାନଙ୍କ ସହ ଭାଗିଦାରୀ ବଢାଇବା ଉଚିତ୍ କି ?
  » ଅନୁବାଦର ମାନ କିଭଳି ଭାବେ ନିଶ୍ଚିତ ଏବଂ ନିରୀକ୍ଷଣ କରାଯାଇ ପାରିବ? ଏ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇ ବୃତ୍ତିନିଷ୍ଠ ପେସାଦାର ବ୍ୟକ୍ତି ଗଢିବାପାଇଁ ସ୍ୱତନ୍ତ୍ର ସମ୍ବଳ ବିନିଯୋଗ କରିବା ଆବଶ୍ୟକ କି ?
  » ଅନୁବାଦ ହୋଇଥିବା ବିଷୟବସ୍ତୁକର କ୍ଷିପ୍ର ପ୍ରଦାନକୁ କିଭଳି ଉତ୍ସାହିତ କରାଯାଇ ପାରିବ?
  » ମେସିନ ଟ୍ରାନ୍ସଲେସନରେ କଣ ସବୁ ସମ୍ଭାବନା ଅଛି ମେସିନ୍ ଟ୍ରାନ୍ସଲେସନ ଏବଂ ପରମ୍ପରାଗତ ଅନୁବାଦ ମଧ୍ୟରେ ସମନ୍ୱୟ ଅଧିକ ରହି ପାରିବ କି ?

ବାଞ୍ଛନୀୟ ପଦକ୍ଷେପ
ଅନୁବାଦ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବାପାଇଁ ଥିବା ବିଷୟଗୁଡିକଉପରେ ଜାତୀୟ ପରାମର୍ଶ,ଯାହା ପ୍ରତିନିଧି ଅନ୍ତର୍ଭୂକ୍ତ କରେ
  » କେନ୍ଦ୍ରାୟ ଏବଂ ରାଜ୍ୟ ସରକାରୀ କର୍ମଚାରୀ(ଭାଷା,ଶିକ୍ଷା,ସଂସ୍କୃତି,ବିଜ୍ଞାନ ବିଭାଗଗୁଡିକରୁ)
  » ବିଦ୍ୟାଳୟ,ବିଶ୍ୱବିଦ୍ୟାଳୟ ଏବଂ ଉଦ୍ୟୋଗିକ ସଂସ୍ଥାଗୁଡିକରୁ
  » ଶିଳ୍ପୋଦ୍ୟୋଗ
  » ମାଧ୍ୟମ
  » ପ୍ରକାଶନ ଶିଳ୍ପ
  » ଭାଷା ବିଦ୍ୟାଳୟ

ଉପଯୁକ୍ତ ବ୍ୟକ୍ତି ଏବଂ ସଙ୍ଗଠନଗୁଡିକୁ ଯେତେ ଶୀଘ୍ର ସମ୍ଭବ ଚିହ୍ନଟ କରିବା ଦରକାର ହେବ ଏବଂ ବିଶାରଦମାନଙ୍କ ସହ ଆଲୋଚନା କରି ପ୍ରଚାର ପାଇଁ କାର୍ଯ୍ୟସୂଚୀର ସ୍ୱରୂପ ତିଆରି କରିବା ଦରକାର ହେବ.