ସମ୍ବୋଧିତ ବିଷୟସମୂହ

ଅଧିକ୍ରମଣ ଏବଂ ପ୍ରତିଳିପିକରଣକୁ ଏଡାଇବାପାଇଁ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗ,ଶୈକ୍ଷିକ ଏବଂ ଗବେଷଣା ପ୍ରଶିକ୍ଷଣ ଜାତୀୟ ପରିଷଦ,ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ,ସାହିତ୍ୟ ଏକାଡେମୀ,କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ ମହୀଶୂର,ଗ୍ରନ୍ଥ ଏକାଡେମୀ,ଜନସାଧାରଣ ପାଠାଗାର ନେଟ୍ୱାର୍କ୍ସ ଇତ୍ୟାଦି ଅନେକଗୁଡିଏ ଅନୁଷ୍ଠାନ ସହ ସମୟୋଜନ ଏବଂ ସହଯୋଗ ଦରକାର.ପ୍ରକାଶକ,ସମ୍ବାଦପତ୍ର/ବାର୍ତ୍ତାବାହକ, କର୍ପୋରେଟ୍ ହାଉସେସ୍, ବହିବିକ୍ରେତାମାନଙ୍କ ସହ ମଧ୍ୟ ଏହିଭଳି ସଂଯୋଜନ ଆବଶ୍ୟକ. ଜନସାଧାରଣ ଏବଂ ବେସରକାରୀ ଏଜେଣ୍ଟ୍ ମାନଙ୍କସହ କୌଶଳାତ୍ମକ ପଦକ୍ଷେପ ଏବଂ ସହକାରିତାରେ ନିୟୋଜନ ହେବା ହିଁ ଏହାର ସାରବିନ୍ଦୁ.

ଏନ୍.ଟି.ଏମ୍ ଦ୍ୱାରା ସମ୍ବୋଧିତ ମୁଖ୍ୟବିଷୟଗୁଡିକ ନିମ୍ନରେ ବର୍ଣିତ.

A. ପାରିଭାଷିକ ଏବଂ ବୈଜ୍ଞାନିକ ଶବ୍ଦାବଳୀର ସୃଷ୍ଟି.
ଭାରତର ବହୁଭାଷୀପରିବେଶ ମଧ୍ୟରେ ଭାଷାଗୁଡିକ ଭିତରେ କୌଣସି ଆଧିପତ୍ୟମୂଳକ ଭାବନା ନ ଆଣି ଗୋଟିଏ ଭାଷାରୁ ଅନ୍ୟଏକ ଭାଷାକୁ ଅନୁବାଦର ସହଜ ପ୍ରବାହ ପାଇଁ ପରିସର ପୁରି ରହିଛି,କିନ୍ତୁ ଯଦି ଆମେ ଏହି ମୁକ୍ତପ୍ରବାହକୁ ସୁବିଧା ଦେବାର ମାଧ୍ୟମ ଏବଂ ମାର୍ଗ ଖୋଜିପାଉଁ .
ଜ୍ଞାନସମ୍ବଳିତ ପାଠ୍ୟଗୁଡିକର ଅନୁବାଦରେ ସବୁଠୁଁ ଗୋଟିଏ ବଡ ଆବଶ୍ୟକତା ହେବ ଶବ୍ଦାବଳୀର ମାନକୀକରଣ ଏବଂ ଯେଉଁ ଶବ୍ଦ ମାନକ ନୁହେଁ ଏବଂ ଅପଭାଷା, ଏସବୁକୁ ବ୍ୟବହାର ପାଇଁ ଅନୁମତି ନ ଦେବା,ଏବଂ ସଂପ୍ରତ୍ୟୟର ସୃଷ୍ଟିକରିବା, ଯାହାଫଳରେ ଭାଷାଗୁଡିକ ଭିତରେ ଗତିଶୀଳତା ସହଜ ହେବ.ଏହା ଏକ ସମସ୍ୟା ଯାହା ଏନ୍.ଟି.ଏମ୍ ଦ୍ୱାରା ଆଲୋଚିତ ହେବ.

B. ଅନୁବାଦକ ଶିକ୍ଷା
ଅନୁବାଦ ନିଜେ ଏକ ବିଶେଷ ଜ୍ଞାନସମ୍ପନ୍ନ କାର୍ଯ୍ୟ ଏବଂ ଏହା ପୁଣି ସ୍ୱାତନ୍ତ୍ରୀକରଣ ଦରକାର କରିପାରେ ଯେତେବେଳେ ପାଠ୍ୟଗୁଡିକର ଅନୁବାଦ ସ୍ୱତନ୍ତ୍ର ଶାଖାରେ ହେବ.ଅନୁବାଦକ ଶିକ୍ଷାପାଇଁ ମିଶନ୍ ନିମ୍ନ ପଦକ୍ଷେପ ନେଇପାରେ--:
1. ସ୍ୱଳ୍ପ ମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କେତେଗୁଡିଏ ବିଶେଷ ଉଦ୍ଦେଶ୍ୟ ପାଇଁ ଯେମିତି ବିଭିନ୍ନ ବିଷୟର ଗବେଷକ ଏବଂ ବିଶାରଦମାନଙ୍କୁ ଅନ୍ତର୍ଭୁକ୍ତ କରି ବ୍ୟାଖ୍ୟା,ଉପନାମକରଣ,ଆଇନ୍ ଶାସ୍ତ୍ର,ବିଜ୍ଞାନ,ପ୍ରୟୋଗାତ୍ମକ ବିଜ୍ଞାନ,ସାମାଜିକ ବିଜ୍ଞାନ ଆଦି ଗୁଡିକର ଅନୁବାଦ.
2. ଅନୁବାଦକମାନଙ୍କପାଇଁ ଏକକ ପାଠ୍ୟକ୍ରମ ଏବଂ ପ୍ୟାକେଜ୍ ର ସୃଷ୍ଟି ଯାହାକି ଭାଷାଶିକ୍ଷା କାର୍ଯ୍ୟକ୍ରମ ସହ ଯୋଡାଯାଇପାରେ ବା ଛୁଟିସମୟରେ କାମପରେ ବା ଶ୍ରେଣୀ ନିର୍ଘଣ୍ଟ ପରେ ସ୍ୱତନ୍ତ୍ର ପାଠ୍ୟକ୍ରମର ଆୟୋଜନ.
3. ଅନୁବାଦ ଶିଳ୍ପରେ ସ୍ୱତନ୍ତ୍ର ପାଠ୍ୟକ୍ରମର ଉନ୍ନତିପାଇଁ ପ୍ରୋତ୍ସାହନ, ସହଯୋଗ ଦାନ ଏବଂ ତତ୍ ସମ୍ପର୍କିତ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଅନୁଷ୍ଠାନଗୁଡିକରେ ହେଉଥିବା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ, ସହଯୋଗ ଦାନ.
4. ଗବେଷଣାତ୍ମକ ପ୍ରକଳ୍ପ ସହ ଛାତ୍ର ଗବେଷଣା ପାଇଁ ଉତ୍ସାହଦାନ, ଯାହାର ଉଦ୍ଦେଶ୍ୟ ପରିଚିତ ଜ୍ଞାନସମ୍ବଳିତ ପାଠ୍ୟର ଉଚ୍ଚଗୁଣ ସମ୍ପନ୍ନ ଅନୁବାଦର ଉପଲଭ୍ୟତା ଏବଂ ସମ୍ବଳର ସୃଷ୍ଟି ଯାହା ଶୈକ୍ଷିକ ଉଦ୍ଦେଶ୍ୟରେ କାର୍ଯ୍ୟ କରିପାରିବ.
5. ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଅନୁଷ୍ଠାନିକୀକରଣ ଯାହା ଭାରତୀୟ ଭାଷାଗୁଡିକରେ ଅନୁବାଦକୁ ଗୁରୁତ୍ୱଦେଇ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଭିତରେ ବିନିମୟକୁ ଅନୁମତି ଦେବ;
6. ସ୍ୱତନ୍ତ୍ରପାଠ୍ୟକୁ ନେଇ କର୍ମଶାଳାର ଆୟୋଜନ ଯେଉଁଠାରେ ବିଶାରଦ ଏବଂ ପ୍ରଶିକ୍ଷାର୍ଥୀମାନେ ଏକାଠି ହୋଇ ଆଲୋଚନା କରିବେ ଏବଂ ପାଠ୍ୟସମ୍ପର୍କିତ ବିଭିନ୍ନ ସମସ୍ୟା ଯଥା ପ୍ରାଦେଶିକ ଶବ୍ଦାବଳୀ,ସାଂସ୍କୃତିକ ଏବଂ ଭାଷାବୈଜ୍ଞାନିକ ପ୍ରସଙ୍ଗ ଇତ୍ୟାଦି ବିଷୟରେ ସମାଧାନ କରିବେ.
7. ଅନୁବାଦର ସମ୍ପାଦନା,ପ୍ରତିଳିପି-ସମ୍ପାଦନା ଏବଂ ତନ୍ନ ତନ୍ନ ପରୀକ୍ଷାପାଇଁ କର୍ମଶାଳାର ଆୟୋଜନ.

C. ତଥ୍ୟର ପ୍ରଚାର ଓ ପ୍ରସାର
ଉପଲବ୍ଧ ଅନୁବାଦର ସାମର୍ଥ୍ୟତା ବିଷୟରେ ତଥ୍ୟ ଏଯାଏଁ ପର୍ଯ୍ୟାପ୍ତ ନୁହେଁ ଯେହେତୁ ଏଇଭଳି ତଥ୍ୟ ଥିବା ଏକ ନିର୍ଦ୍ଧିଷ୍ଟ ଧାରା ନାହିଁ.ଏହା ବିଶେଷତଃ ଭାଷାଅନୁବାଦକ କ୍ଷେତ୍ରରେ ସତ ଯେମିତି ଇଂରାଜୀ ଅନୁବାଦକମାନେ ଅପେକ୍ଷାକୃତ ବେଶୀ ଦୃଷ୍ଟିଗୋଚରତା ଉପଭୋଗ କରନ୍ତି.

ଏସବୁ ଅସୁବିଧାକୁ ଦୂର କରିବାପାଇଁ ମିଶନ୍ ନିମ୍ନ ପଦକ୍ଷେପ ନେବ-:-----
1. ବିଭିନ୍ନ ଦକ୍ଷତା ଏବଂ ଯୋଗ୍ୟତା ଥିବା ବିଭିନ୍ନ ଶାଖାର ଅନୁବାଦକମାନଙ୍କର ତଥ୍ୟାବଳୀର ସୃଷ୍ଟି.
2. ଊାରତୀୟ ଏବଂ ବୈଦେଶିକ ଭାଷାଗୁଡିକରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅନୁବାଦଗୁଡିକର ଏକ ଅନ୍ ଲାଇନ୍ ଗ୍ରନ୍ଥସୁଚୀର ସୃଷ୍ଟି. ଏ ଉଭୟ ତଥ୍ୟାବଳୀ ଏବଂ ଗ୍ରନ୍ଥସୂଚୀକୁ ବିଶ୍ୱବିଦ୍ୟାଳୟ,ପ୍ରକାଶକ,ଜାତୀୟ ପାଠାଗାର,ଏନ୍. ବି.ଟି,ଏବଂ ସି. ଏସ୍. ଟି. ଟି. ର ସଂଯୋଗରେ ଅଧୁନାତନ କରାଯିବ.
ସାହିତ୍ୟ ଏକାଡେମୀଦ୍ୱାରା ସଂଗୃହୀତ ସାହିତ୍ୟରେ ଅନୁବାଦର ଗ୍ରନ୍ଥସୂଚୀ ସି.ଆଇ.ଆଇ.ଏଲ୍ ର ଅନୁକୃତି ୱେବ୍ସାଇଟ୍ ରେ ଉପଲବ୍ଧ ଅଛି.

ସାହିତ୍ୟ ଏକାଡେମୀ ଭାରତୀୟ ଭାଷାରେ ବିଭିନ୍ନ ଅନୁବାଦକମାନଙ୍କ ଏକ ତାଲିକା “ଅନୁବାଦକର ରେଜିଷ୍ଟର୍” ପ୍ରକାଶ କରିଛି ଯାହା ଏନ୍.ଟି.ଏମ୍. ୱେବ୍ସାଇଟ୍ ରେ ରଖାଯାଇପାରେ.ଏ ଉଭୟ ଆବଶ୍ୟକତା ଅଦ୍ୟତନ ଏବଂ ବିସ୍ତାରିତ କରି ଭାରତର ନୂତନଭାବରେ ସ୍ୱୀକୃତ ଭାଷାକୁ ଅନ୍ତର୍ଭୁକ୍ତ କରିବା ଦରକାର.ଯେହେତୁ ଏହା ସାହିତ୍ୟରେ ସୀମିତ, ଅନ୍ୟକ୍ଷେତ୍ରରେ ଅନୁବାଦକ ଏବଂ ଅନୁବାଦର ତାଲିକା ତିଆରି କରିବା ଦରକାର ଯାହାପାଇଁ ଏନ୍.ଟି.ଏମ୍. ଭାରତର ବିଭିନ୍ନ ଅଂଚଳରୁ ସଂଗ୍ରହକ ଏବଂ ସଂପାଦକ ନିଯୁକ୍ତ କରିପାରେ.

D. ଦୃଷ୍ଟିଗୋଚରତା ଏବଂ ବ୍ୟବହାର୍ଯ୍ୟତା
ଅନୁବାଦ ଏବଂ ଅନୁବାଦକମାନେ ଅପେକ୍ଷାକୃତ ବେଶୀ ଦୃଷ୍ଟିଗୋଚର ହେବା ଦରକାର.ଏହା ଅନୁବାଦକର ପାରିତୋଷିକ ସ୍ତରକୁ ମଧ୍ୟ ଧ୍ୟାନ ଦେବ.ଯେହେତୁ ବର୍ତ୍ତମାନ ଅନୁବାଦକୁ ବୃତ୍ତିଭାବରେ ବିଚାର ଆମେ କରୁଛୁ, ଅନ୍ତିମରେ ଭାରତ ନିଶ୍ଚୟ ଏକ “ଅନୁବାଦ ଶିଳ୍ପ”ର ଅଧିକାରୀ ହେବ.ଆମେ ଏମିତି ଏକ ପରିବେଶ ସୃଷ୍ଟିକରିବା ଯେଉଁଠି ଅନୁବାଦକ ତାଙ୍କର ବିଶିଷ୍ଟ କ୍ଷେତ୍ର ଯାହା ହୋଇଥାଉନା କାହିଁକି, ଅନୁବାଦରୁ ହିଁ ସେ ଏକ ଭଦ୍ରୋଚିତ ଜୀବିକା ପାଇପାରିବେ.

ବିଭିନ୍ନ କ୍ଷେତ୍ରରେ ଥିବା ଅନୁବାଦକ, ଯେଉଁମାନେ ଏନ୍.ଟି.ଏମ୍. ରେ ପଞୀକୃତ, ସେମାନଙ୍କପାଇଁ ଏକ କାର୍ଯ୍ୟପ୍ରଣାଳୀ ବିକଶିତକରିବା ମଧ୍ୟ ସମ୍ଭବ ଯାହା ଫଳରେ ଏକ ଗୁଣାତ୍ମକମାନର ନିୟନ୍ତ୍ରଣ ଏବଂ ଉକ୍ତୃଷ୍ଟତା ପାଇଁ ସ୍ୱୀକୃତିପ୍ରଦାନ ସମ୍ଭବପର ହେବ. ବିଭିନ୍ନ ଶୃଙ୍ଖଳାର ବିଶାରଦଗଣ, ମୂଳ ଏବଂ ଟାର୍ଗେଟ୍ ଭାଷାଗୁଡିକରେ ଥିବା ବିଦ୍ୱାନଗଣ, ଏବଂ ଜ୍ଞାନପ୍ରାପ୍ତ ପାଠକବୃନ୍ଦ ଏକ ମୂଲ୍ୟାୟନ ବୋର୍ଡ ଗଠନ କରିପାରିବେ ଯାହା କିଏ ଭଲ ଅନୁବାଦକ ଯାହାକୁ ଜାତୀୟସ୍ତରରେ ସ୍ଥାନଦିଆଯାଇପାରିବ ତାର ବିଚାର କରିବା ସହ ଅନୁବାଦର ଗୁଣପ୍ରତି ଧ୍ୟାନ ଦେବ.ସେମାନଙ୍କୁ ପ୍ରମାଣପତ୍ର ସହ ସ୍ୱୀକୃତିପତ୍ର ମଧ୍ୟ ଦିଆଯାଇ ପାରିବ ଏବଂ ସେମାନଙ୍କ ନାମ ଏନ୍.ଟି.ଏମ୍. ୱେବ୍ସାଇଟ୍ ରେ ପ୍ରଦର୍ଶନ କରାଯିବ.

E. ଅନୁବାଦର ପ୍ରଚାର ଏବଂ ଅନୁବାଦର ସୁଲଭ୍ୟତା ପାଇଁ ନିଶ୍ଚିତକରଣ
ଅନୁବାଦକୁ ଦୃଷ୍ଟିଗୋଚର ଏବଂ ପ୍ରୋତ୍ସାହିତ କରିବାର ଅନ୍ୟକେତେ ମାଧ୍ୟମଗୁଡିକ:-
1. ଅନୁବାଦପାଇଁ ଉଦ୍ଦିଷ୍ଟ ବହିର ସଂଗଠିତକରଣ. ଅନୁବାଦପାଇଁ ପୁସ୍ତକ ଉନ୍ମୋଚନର ଆୟୋଜନ
2. ଅନୁବାଦପାଇଁ ପୁରସ୍କାର ଏବଂ ଛାତ୍ରବୃତ୍ତିର ପ୍ରତିଷ୍ଠାକରଣ
3. ପଠନ,ଆଲୋଚନା,ପୁସ୍ତକ ପ୍ରଦର୍ଶନୀ,ଅନୁବାଦକମାନଙ୍କୁ ସମ୍ମାନ ଆଦି ସହ ଆଂଚଳିକ ଅନୁବାଦ ମେଳାର ଆୟୋଜନ.
4. ଗୁଣାତ୍ମକ ଅନୁବାଦର ପ୍ରାଥମିକ ବଜାରର ନିଶ୍ଚିତକରଣ ପାଇଁ ପାଠାଗାର ନେଟ୍ୱାର୍କ୍ସ ସହ ସଂଯୋଗକରଣ.
5. ପ୍ରକାଶକ,ଲେଖକ ଏବଂ ଅନୁବାଦମାନଙ୍କର ଦରଖାସ୍ତଗୁଡିକୁ ଆଧାରକରି ଏମ୍.ଟି.ଏମ୍. ସହାୟତା ଅନୁଦାନ ସ୍କିମ୍ ରେ ବାଇବେକ୍ ବ୍ୟବସ୍ଥା.
6. ଅନୁବାଦକାର୍ଯ୍ୟ କୁ ପ୍ରୋତ୍ସାହିତ କରିବା ପାଇଁ ଅନୁବାଦକ ଏବଂ ପ୍ରକାଶନ ସଂସ୍ଥାମାନଙ୍କୁ ଏନ୍.ଟି.ଏମ୍ ସହାୟତା ଅନୁଦାନ ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ
7. ଅନୁବାଦିତ ଶୈକ୍ଷିକ ବିଷୟ ପାଇଁ ଡାଉନ୍ଲୋଡିଙ୍ଗ୍ ର ସୁବିଧା, ବାଂଛନୀୟଭାବେ ଓପନ୍ ସୋର୍ସ ସାଇଟ୍ ରୁ ବା ପ୍ରକାଶକଙ୍କୁ ଡାଉନ୍ଲୋଡ୍ ଅନୁସାରେ କିଛି ରାଶି ପ୍ରଦାନ କରି , ଯେମିତି ସ୍ଥିର କରାଯାଇପାରେ;
8. ଅନୁବାଦକ, ଅନୁବାଦକୁ ସ୍ୱାତନ୍ତ୍ର୍ୟତା ଦେଉଥିବା ବିଶ୍ୱବିଦ୍ୟାଳୟର ବିଭାଗ ଏବଂ ଅନୁବାଦର ଅଧିକରୁ ଅଧିକ ପ୍ରକାଶପାଇଁ ଇଛୁକ ପ୍ରକାଶକ, ରାଷ୍ଟ୍ରାୟତ୍ତ ଏବଂ ବେସରକାରୀ କ୍ଷେତ୍ର, ବିଶେଷତଃ ଅନୁବାଦର ଉପଭୋକ୍ତା ଏବଂ କ୍ରେତା ମାନଙ୍କ ପାଇଁ ଏକ ଅନ୍ତରାପୃଷ୍ଟର ଯୋଗାଣ.
9. ଅନୁବାଦକୁ ମୁଖ୍ୟଦୃଷ୍ଚି ଦେଇ ଭାରତୀୟ ଭାଷାଗୁଡିକରେ ଏବଂ ଇଂରାଜୀରେ ପତ୍ରପତ୍ରିକାର ପ୍ରକାଶନ ପାଇଁ ବା ଅନୁବାଦରେ ଇ-ଲେଖା ଆଣିବାକୁ ଥିବା ପତ୍ରପତ୍ରିକା ବା ମୁଖ୍ୟ ବ୍ୟବସାୟିକ ପତ୍ରିକାର ସଂସ୍କରଣ ବା ଆଂଚଳିକ ଭାଷାଗୁଡିକରେ ବିଭିନ୍ନ ବିଷୟଗୁଡିକର ଇଂରାଜୀରେ ଲଗାତାର ପ୍ରକାଶନ ପାଇଁ ଅନୁଦାନ ବିଭାଗଦ୍ୱାରା ଆର୍ଥିକ ସହାୟତା.
10. ଆଂଚଳିକ ପାଠ୍ୟକ୍ରମ ରେ ଏବଂ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଶ୍ୱବିଦ୍ୟାଳୟଗୁଡିକର ପାଠ୍ୟଖସଡା ରେ ଅନୁବାଦିତ ବିଷୟବସ୍ତୁକୁ ସମ୍ବିଳିତ କରିବା ପାଇଁ ପରାମର୍ଶ ଏବଂ ପ୍ରସ୍ତାବ ଦେବା.
11. ଆଂଚଳିକ ପାଠ୍ୟକ୍ରମ ରେ ଏବଂ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଶ୍ୱବିଦ୍ୟାଳୟଗୁଡିକର ପାଠ୍ୟଖସଡା ରେ ଅନୁବାଦିତ ବିଷୟବସ୍ତୁକୁ ସମ୍ବିଳିତ କରିବା ପାଇଁ ପରାମର୍ଶ ଏବଂ ପ୍ରସ୍ତାବ ଦେବା.
12. ଆଂଚଳିକ ପାଠ୍ୟକ୍ରମ ରେ ଏବଂ ବିଦ୍ୟାଳୟ,ମହାବିଦ୍ୟାଳୟ,ବିଶ୍ୱବିଦ୍ୟାଳୟଗୁଡିକର ପାଠ୍ୟଖସଡା ରେ ଅନୁବାଦିତ ବିଷୟବସ୍ତୁକୁ ସମ୍ବିଳିତ କରିବା ପାଇଁ ପରାମର୍ଶ ଏବଂ ପ୍ରସ୍ତାବ ଦେବା.
13. ଭାରତର କ୍ଷୁଦ୍ର ସହର ଏବଂ ଗ୍ରାମଗୁଡିକରେ ଅନୁବାଦିତ ବିଷୟବସ୍ତୁର ଅଧିକରୁ ଅଧିକ ସୁଲଭ୍ୟତାର ନିଶ୍ଚିତକରଣ କରିବାକୁ ଜନସଂସ୍ଥା ଏବଂ ବେସାମରିକ ସାମାଜିକ ସଂଗଠନମାନଙ୍କ ସହ ସଂଯୋଗ ସ୍ଥାପନ.