ନିଆଯାଉଥିବା ପଦକ୍ଷେପ

ପାଇଲଟ୍ ପ୍ରକଳ୍ପ : ‘ଅନୁକୃତି’
ଯୋଜନା ଆୟୋଗ ଭାରତୀୟ ଭାଷାସଂସ୍ଥାକୁ ଅନୁବାଦ କ୍ଷେତ୍ରରେ ଅନୁକୃତି ନାମରେ ଏକ ବଡ ପ୍ରକଳ୍ପ ମଞୁର କରିଥିଲେ.ଅନୁବାଦ ୱେବ୍ସାଇଟ୍ ଅନୁକୃତି: ଟ୍ରାନ୍ସଲେଟିଂ ଇଣ୍ଡିଆ ସବୁ ଭାରତୀୟ ଭାଷାରେ ଅନୁବାଦ ସେବା ଏବଂ ତଥ୍ୟର ସାଇଟ୍ ରୂପରେ କାର୍ଯ୍ୟ କରିବା ପାଇଁ ପରିକଳ୍ପନା କରାଯାଇଥିଲା.ଏମିତି ୱେବ୍ସାଇଟ୍ ତିଆରି କରିବାର ପଛରେ ଥିବା ଧାରଣାଟି ଭାରତୀୟ ଭାଷାଗୁଡିକର ଅଭାବୃଦ୍ଧିରେ କାର୍ଯ୍ୟରତ ତିନୋଟି ସଂସ୍ଥା ଭାରତୀୟ ଭାଷା ସଂସ୍ଥା,ମହୀଶୂର, ସାହିତ୍ୟ ଏକାଡେମୀ ଏବଂ ନେସେନାଲ୍ ବୁକ୍ ଟ୍ରଷ୍ଟ, ନୂଆଁଦିଲ୍ଲୀଙ୍କଠୁଁ ଜନ୍ମଲାଭ କରିଥିଲା.

ଏହି ପ୍ରକଳ୍ପ ପାଇଁ ଦଶମ ଯୋଜନାରେ ୫୯.୬୪ ଲକ୍ଷ ଟଙ୍କା ମଞୁରୀ ପ୍ରାପ୍ତ ହୋଇଥିଲା.ଅନୁକୃତି ପ୍ରକଳ୍ପରେ :

  » ଏକ ଅନୁବାଦ ସୌଗମ୍ୟ ୱେବ୍ସାଇଟ୍, www.anukriti.net, ଆରମ୍ଭ କରାଯାଇଛି ଏବଂ ତାହା ଅନବରତ ଭାବେ ଅଦ୍ୟତନ କରାଯାଉଛି.
  » ଟ୍ରାନ୍ସଲେସନ ଟୁଡେ ନାମକ ଏକ ଅନ୍ଲାଇନ୍ ପତ୍ରିକାର ତିନିବର୍ଷର ସଂସ୍କରଣ ପ୍ରକାଶ କରାଯାଇଛି.
  » ଟ୍ରାନ୍ସଲେସନ୍ ଡାଟାବେସ ଏବଂ ଅନୁବାଦକମାନଙ୍କର ରାଷ୍ଟ୍ରୀୟ ରେଜିଷ୍ଟରକୁ ଅଦ୍ୟତନ କରାଯାଉଛି.
  » ଇଂରାଜୀ କନ୍ନଡ ମେସିନ୍ ଏଡେଡ୍ ଟ୍ରାନ୍ସଲେସନ ପ୍ୟାକେଜ୍ ଉପରେ କିଛି ପ୍ରାଥମିକ କାମ କରାଯାଇଛି.
  » ବିଭିନ୍ନ ପ୍ରକାଶନ ସଂସ୍ଥାମାନଙ୍କରୁ ମିଳିଥିବା ଅନୁବାଦ ପ୍ରକାଶନଗୁଡିକର ତାଲିକାଗୁଡିକୁ ୱେବ୍ସାଇଟ୍ ରେ ଦିଆଯାଇଛି.
  » ଦେଶରେ ଏବଂ ବିଦେଶରେ ଉପଲବ୍ଧ ଅନୁବାଦ ଉପରେ ବିଭିନ୍ନ ପାଠ୍ୟକ୍ରମର ବିସ୍ତୃତ ବିବରଣୀ ସାଇଟ୍ ରେ ଅଛି.
  » ବିଭିନ୍ନ ବ୍ୟବସାୟିକ ଅନୁବାଦ ଏଜେନ୍ସିଗୁଡିକ ସହ ସଂଯୋଗ ସ୍ଥାପନ କରାଯାଇଛି
  » ଅନ୍ଲାଇନ ଅନୁବାଦକମାନଙ୍କ ସୁବିଧା ପାଇଁ ବିଭିନ୍ନ ଅନୁବାଦ ସଫ୍ଟୱେର କିଣିବାକୁ ଅନ୍ଲାଇନ ସଂଯୋଗ ଦିଆଯାଇଛି.
  » ବିଭିନ୍ନ ଶବ୍ଦର ଅଭିଧାନ ଏବଂ ଅନୁବାଦ ଅଧ୍ୟୟନ ସମ୍ବନ୍ଧୀୟ ଗ୍ରନ୍ଥବିବରଣୀ ସମ୍ପୂର୍ଣ୍ଣ ହେବାରେ ଅଛି.

ଏନ୍.ସି.ଇ.ଆର୍.ଟି କରିଥିବା କାର୍ଯ୍ୟ
ଏନ୍.ସି.ଇ.ଆର୍.ଟି, ୧୨ କ୍ଲାସ୍ ପର୍ଯ୍ୟନ୍ତ ତାର ସମସ୍ତ ପାଠ୍ୟପୁସ୍ତକଗୁଡିକୁ ହିନ୍ଦି ଏବଂ ଉର୍ଦ୍ଧୁକୁ ଅନୁବାଦ କରିଛି.ଏନ୍.ଟି.ଏମ୍ ଏସବୁକୁ ଅନୁସୂଚୀ—୮ରେ ଥିବା ସମସ୍ତ ଭାରତୀୟ ଭାଷାରେ ଅନୁବାଦକରିବା ପାଇଁ ସହାୟତା ଯୋଗାଇ ପାରିବ.

ଭାରତରେ ଅନୁବାଦଗୁଡିକର ପ୍ରକାଶନ
ସାହିତ୍ୟ ଏକାଡେମୀ(୧୯୫୪ରେ ସ୍ଥାପିତ) ଏବଂ ନେସେନାଲ୍ ବୁକ୍ ଟ୍ରଷ୍ଟ(୧୯୫୭ରେ ସ୍ଥାପିତ) ଭାରତରେ ଅନୁବାଦ ପ୍ରକାଶ କରିବାର ପ୍ରଥମ ସାର୍ବଜନିକ କ୍ଷେତ୍ର.ଭାରତରେ ଭାଷା,ଅଞ୍ଚଳ ଏବଂ ଗୋଷ୍ଠୀ ଭିତରେ ବନ୍ଧନ ସୃଷ୍ଟି କରିବା ଏମାନଙ୍କ ମିଶନ୍ ର ଏକ ଅଂଶ.

ସାହିତ୍ୟ ଏକାଡେମୀ ସାହିତ୍ୟ ପାଠ୍ୟର ଅନୁବାଦ ଆଞ୍ଚଳିକ ଭାଷା ଏବଂ ଇଂରାଜୀରୁ ଅନ୍ୟ ଆଞ୍ଚଳିକ ଭାଷାଗୁଡିକୁ ଏବଂ ଆଞ୍ଚଳିକ ଭାଷାଗୁଡିକରୁ ଇଂରାଜୀକୁ ଅନୁବାଦ ପ୍ରକାଶ କରି ଆସୁଛି.ଏହା ୭୦୦୦ ପାଠ୍ୟର ଅନୁବାଦ ୨୪ଟି ଭାଷାରେ ପ୍ରକାଶ କରି ସାରିଛି.ଏହି ଅନୁବାଦଗୁଡିକ କେବଳ ଏକାଡେମୀ ସ୍ୱୀକୃତ ଭାଷାଗୁଡିକରେ ପ୍ରଥମତଃ ହୋଇଥିଲା;କିନ୍ତୁ ଏକ ସ୍ୱତନ୍ତ୍ର ଆଦିବାସୀ ସାହିତ୍ୟ ପ୍ରକଳ୍ପ ମାଧ୍ୟମରେ ପ୍ରଥମେ ବରୋଦାରେ ଏବଂ ବର୍ତ୍ତମାନ ସିଲଂରେ,ଏକାଡେମୀ ଆଦିବାସୀ ଭାଷା ଏବଂ ଉପଭାଷାଗୁଡିକରେ ଯଥା ଗଡ୍ୱାଲି, ଭିଲ୍ଲୀ, କୁଇ, ଗାରୋ, ଗମ୍ମିତ, ମିଜୋ, ଲେପ୍ଚା, ପାହାଡି, ମୁଣ୍ଡାରୀ,ଗୋଣ୍ଡି ଆଦିରେ ଅନୁବାଦ କରିବା ଆରମ୍ଭ କରିଦେଇଛି.ଆନ୍ତର୍ଭାଷିକ ଅନୁବାଦ କ୍ଷେତ୍ରରେ ଏହାର ମୁଖ୍ୟ ଅବଦାନ ରହିଛି.

ନେସେନାଲ୍ ବୁକ୍ ଟ୍ରଷ୍ଟ ର ଗୋଟିଏ ‘ଆଦାନ ପ୍ରଦାନ’ ଶୃଙ୍ଖଳା ଅଛି ଯାହା ସମ୍ବିଧାନର ଅଷ୍ଟମଧାରାରେ ଅନୁସୂଚିତ ଭାଷା ଗୁଡିକରୁ ସାମ୍ପ୍ରତିକ କ୍ଲାସିକ୍ସ ଚୟନ କରେ ଏବଂ ସେଗୁଡିକୁ ଇଂରାଜୀରେ ଓ ଅନ୍ୟ ଭାଷା ଗୁଡିକରେ ଅନୁବାଦ କରେ. ନେସେନାଲ୍ ବୁକ୍ ଟ୍ରଷ୍ଟ ର କାର୍ଯ୍ୟ କେବଳ ସାହିତ୍ୟରେ ସୀମିତ ନୁହେଁ,ଏହା ସ୍ୱାସ୍ଥ୍ୟ,ପରିବେଶ,ରାଜନୀତି ବିଜ୍ଞାନ,ଇତିହାସ,ସ୍ଥପତି ବିଜ୍ଞାନ,ଉପରେ ଥିବା ଜ୍ଞାନପୁସ୍ତକ ଗୁଡିକର ପ୍ରକାଶ ମଧ୍ୟ କରେ.

ଅଶୀ ଖ୍ରୀଷ୍ଟାବ୍ଦ ପରେ ଭାରତୀୟ ଅର୍ଥନୀତିର ଉନ୍ମୁକ୍ତତା କେତେଗୁଡିଏ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥାର ଦୃଷ୍ଟି ଆକର୍ଷଣ କରିଛି ଯେଉଁମାନେ ଭାରତରେ ପ୍ରକାଶନ କରିବା କାମ ଆରମ୍ଭ କରିଦେଲେଣି ଯଦିଓ ଭାରତରେ ଇଂରାଜୀଭାଷାରେ ୮୦% ଶୈକ୍ଷିକ ପ୍ରକାଶନ ହେଉଛି. ଏହି ଶିଳ୍ପ ଅଧିକରୁ ଅଧିକ ବ୍ୟବସାୟଗତ ହେବାରେ ଲାଗିଛି.ସଂପାଦକୀୟ ମାନକଗୁଡିକ ବଢୁଛି ଏବଂ ଦୃଷ୍ଟିନିବଦ୍ଧ ବଜାରର ଚାହିଦା ଅଛି.ପିଅର୍ସନ ଏଜୁକେସନ୍,ରେନ୍ଡମ ହାଉସ୍,ସେଜ୍,ମ୍ୟାକଗ୍ର ହିଲ୍ ଆଦି ପ୍ରକାଶକମାନେ ଶିକ୍ଷା କ୍ଷେତ୍ରରେ ବିସ୍ତୃତ ଭାବରେ ମନୋଯୋଗ ଦେଉଥିବାବେଳେ ଓରିଏଣ୍ଟ ଲଙ୍ଗମ୍ୟାନ୍,ମ୍ୟାକ୍ ମିଲାନ,ପେଙ୍ଗୁଇନ୍ ଇଣ୍ଡିଆ,ଅକ୍ସଫୋର୍ଡ ୟୁନିଭାର୍ସିଟି ପ୍ରେସ୍,ରୁପା ଏବଂ କୋ,ହାର୍ପର କଲିନ୍ସ ଇତ୍ୟାଦି ପ୍ରକାଶକମାନେ ଅନୁବାଦ ଉପରେ ଗୁରୁତ୍ୱଦେବା ଆରମ୍ଭ କରିଦେଇଛନ୍ତି.କଥା ଭଳି ପ୍ରକାଶନ ସଂସ୍ଥାମାନେ ମଧ୍ୟ ଅନୁବାଦପ୍ରତି ଉତ୍ସର୍ଗୀକୃତ.ସ୍ତ୍ରୀ,ଯୁବାନ,ରୋଲି ଏବଂ ଉଇନ୍ୟାନ୍ ଅନ୍ଲିମିଟେଡ୍ ପରି ଆଦି କ୍ଷୁଦ୍ର ପ୍ରକାଶନ ସଂସ୍ଥାଗୁଡିକ ଅନୁବାଦ ଉପରେ ଆଗ୍ରହ ଦେଖାଉଛନ୍ତି.

ଯଦିଓ ଇଂରାଜୀକୁ ସାହିତ୍ୟ ଅନୁବାଦର ଚିତ୍ର ସୁସ୍ପଷ୍ଟ ଏବଂ ବିସ୍ତୃତ, ଇଂରାଜୀକୁ ଅନ୍ୟବିଭାଗର ପୁସ୍ତକଗୁଡିକର ଅନୁବାଦ,ଇଂରାଜୀରୁ ଅନ୍ୟ ଭାରତୀୟ ଭାଷାଗୁଡିକୁ ଅନୁବାଦ ଏବଂ ଭାରତୀୟ ଭାଷାଗୁଡିକରେ ଅନୁବାଦର ଚିତ୍ର ସ୍ପଷ୍ଟ ନୁହେଁ.ଉଦାହରଣ ସ୍ୱରୁପ ମାଲାୟାଲମ୍ ରେ ୨୬୦ଟି ବାଙ୍ଗ୍ଲା ପୁସ୍ତକ ଥିବାବେଳେ କେବଳ ୧୨ଟି ପୁସ୍ତକ ମାଲାୟଲମରୁ ବଙ୍ଗଲାକୁ ଅନୁବାଦିତ ହୋଇଛି. ଏହି ଅସମତାର ଗୋଟିଏ କାରଣ ଭାଷାର ମୁକ୍ତ ଏବଂ ବଦ୍ଧ ପ୍ରକୃତି ଛଡା ଏହା ହୋଇପାରେ ଯେ କେତେଗୁଡିଏ ଭାଷାରୁ ଆଉକେତେଗୁଡିଏ ଭାଷାକୁ ଅନୁବାଦକମାନଙ୍କ ଅଭାବ. ବହୁଗୁଡିଏ ଭାଷାରେ ଇଂରାଜୀରୁ ଭାରତୀୟ ଭାଷାଗୁଡିକୁ ଅନୁବାଦ କରିବା ପାଇଁ ବିଶାରଦ ଥିବାବେଳେ,ଭାରତୀୟ ଭାଷାଗୁଡିକ ଭିତରେ ଅନୁବାଦ କରିବା ପାଇଁ ଅନୁବାଦକ ନାହାଁନ୍ତି.

ପାଠ୍ୟକ୍ରମଗୁଡିକ:
କେବଳ କେତେଗୁଡିଏ ବିଶ୍ୱବିଦ୍ୟାଳୟରେ ଅନୁବାଦରେ ଔପଚାରିକ ପାଠ୍ୟକ୍ରମ ଦିଆଯାଉଛି.ବର୍ତ୍ତମାନ ନିମ୍ନଲିଖିତ ପାଠ୍ୟକ୍ରମଗୁଡିକ ଉପଲବ୍ଧ:
1. ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ :  
  (i) ଅନୁବାଦ ଅଧ୍ୟୟନରେ ପି.ଜି. ଡିପ୍ଲୋମା
  (ii) ପ୍ରୟୋଗାତ୍ମକ ଭାଷାବିଜ୍ଞାନ ଏବଂ ଅନୁବାଦରେ ସ୍ନାତକୋତ୍ତର
  (iii) ଅନୁବାଦ ଅଧ୍ୟୟନରେ ସ୍ନାତକୋତ୍ତର
  (iv) ଭାଷାବିଜ୍ଞାନରେ ପିଏଚ୍.ଡି(ଅନୁବାଦ ସହ)
  (v) ଅନୁବାଦ ଅଧ୍ୟୟନ ରେ ଏମ୍.ଫିଲ୍
2. ଆଗ୍ରା ବିଶ୍ୱବିଦ୍ୟାଳୟ,କେ.ଏମ୍.ଇନ୍ଷିଚ୍ୟୁଟ୍ :ଅନୁବାଦରେ ଡିପ୍ଲୋମା ପାଠ୍ୟକ୍ରମ
3. ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ: ଅନୁବାଦ ଅଧ୍ୟୟନରେ ଏମ୍.ଫିଲ୍
4. ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱ ବିଦ୍ୟାଳୟ: ଅନୁବାଦରେ ସାର୍ଟିଫିକେଟ ପାଠ୍ୟକ୍ରମ
5. ସ୍ୱାମୀ ରାମାନନ୍ଦ ତୀର୍ଥ ମରଥ୍ୱାଡା ବିଶ୍ୱ ବିଦ୍ୟାଳୟ: ଅନୁବାଦରେ ସାର୍ଟିଫିକେଟ ପାଠ୍ୟକ୍ରମ
6. ପୁନା ବିଶ୍ୱ ବିଦ୍ୟାଳୟ: ଅନୁବାଦରେ ସାର୍ଟିଫିକେଟ୍ ଏବଂ ଡିପ୍ଲୋମା ପାଠ୍ୟକ୍ରମ
7. ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ (ଦୂରଶିକ୍ଷା ବିଭାଗ) : ଅନୁବାଦ ଅଧ୍ୟୟନରେ ପି.ଜି. ଡିପ୍ଲୋମା
8. ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ(ହିନ୍ଦି ବିଭାଗ):
  (i) ଅନୁବାଦରେ ଡିପ୍ଲୋମା
  (ii) ବ୍ୟବସାୟଗତ ଅନୁବାଦରେଏଡ୍ଭାନ୍ସଡ ଡିପ୍ଲୋମା
  (iii) ଅନୁବାଦ ଅଧ୍ୟୟନରେ ପି.ଜି. ଡିପ୍ଲୋମା
9. ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ(କେଲ୍ଚସ୍): ଅନୁବାଦ ଅଧ୍ୟୟନରେ ଏମ୍.ଫିଲ୍ ଏବଂ ପିଏଚ୍.ଡି
10. ସି.ଆଇ.ଇ.ଏଫ୍ ଏଲ୍ (ବର୍ତ୍ତମାନ ଟିଇଏଫ୍ ଏଲ୍ ୟୁ),ହାଇଦ୍ରାବାଦ,ଅନୁବାଦ ବିଭାଗ: ଅନୁବାଦ ଅଧ୍ୟୟନରେ ପି.ଜି. ଡିପ୍ଲୋମା
11. କେରଳ ବିଶ୍ୱବିଦ୍ୟାଳୟ: ଅନୁବାଦରେ ପି.ଜି. ଡିଗ୍ରୀ
12. ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟ: ଅନୁବାଦରେ ପି.ଜି. ପାଠ୍ୟକ୍ରମ
13. ତାମିଲ୍ ବିଶ୍ୱବିଦ୍ୟାଳୟ,ତାଞାଭର : ଅନୁବାଦରେ ଡିପ୍ଲୋମା ପାଠ୍ୟକ୍ରମ
14. ବିଶ୍ୱ ଭାରତୀ : ବ୍ୟବହାରାତ୍ମକ ହିନ୍ଦିରେ(ଅନୁବାଦ) ସ୍ନାତକୋତ୍ତର
ଉପରୋକ୍ତ ବିଶ୍ୱବିଦ୍ୟାଳୟ ଛଡା ବିଭିନ୍ନ ବିଶ୍ୱବିଦ୍ୟାଳୟର ତୁଳନାତ୍ମକ ସାହିତ୍ୟବିଭାଗଗୁଡିକ ଯଥା କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟ,ଦକ୍ଷିଣ ଗୁଜରାଟ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁବାଦ ଉପରେ ପାଠ୍ୟକ୍ରମ ଦେଉଛନ୍ତି. ଇନ୍ସଟିଚ୍ୟୁଟ ଅଫ୍ ଟ୍ରାନ୍ସଲେସନ ଷ୍ଟଡିଜ୍, ବାଙ୍ଗାଲୋର ପରି କେତେକ ବେସରକାରୀ ସଂସ୍ଥା ମଧ୍ୟ ଅନୁବାଦ ଉପରେ ଡିପ୍ଲୋମା ଦେଉଛନ୍ତି.

ଭାରତୀୟ ଭାଷାଗୁଡିକରେ ଭାଷାବୈଜ୍ଞାନିକ ତଥ୍ୟ ସଂଗ୍ରହ (କନସୋର୍ସିଅମ୍): (ଏଲ୍.ଡି.ସି ଆଇ.ଏଲ)
ଭାରତୀୟ ଭାଷା ସମ୍ବନ୍ଧିତ ଭାଷା ବୈଜ୍ଞାନିକ କ୍ଷେତ୍ରର ଉନ୍ନୟନକାରୀ,ଭାଷା ଉଦ୍ୟୋଗ ଏବଂ ଗବେଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଏଲ୍.ଡି.ସି ଆଇ.ଏଲ ସ୍ଥାପିତ ହୋଇଥିଲା.ଭାଷାର ଉପାତ୍ତ ବା ତଥ୍ୟ ହେଉଛି ଭାଷା ଉଦ୍ୟୋଗ କ୍ଷେତ୍ରରେ ଗବେଷଣା ଏବଂ ଅଭିବୃଦ୍ଧି ପାଇଁ ମୁଖ୍ୟ ଉପାଦାନ. ଏଲ୍.ଡି.ସି ଆଇ.ଏଲ, ହିନ୍ଦି ଏବଂ ଅନ୍ୟକେତେ ଭାରତୀୟ ଭାଷାରେ ଯନ୍ତ୍ର ପଠନୀୟ ଭାଷାତଥ୍ୟ ବୃଦ୍ଧିକରିବାର ଆବଶ୍ୟକତାକୁ ମଧ୍ୟ ନଜରରେ ରଖେ.ସଂଗ୍ରହ,ପ୍ରକ୍ରିୟାକରଣ ଏବଂ ଭାଷା ବୈଜ୍ଞାନିକ ତଥ୍ୟର ପରିମାଣର ବ୍ୟାଖ୍ୟା ବିଷୟଗୁଡିକ କେତେଗୁଡିଏ ଶାଖା ଯେମିତି ଭାଷାବିଜ୍ଞାନ,ଯନ୍ତ୍ର ବିଜ୍ଞାନ,ଗଣିତ ବିଜ୍ଞାନ ଇତ୍ୟାଦି ଗୁଡିକୁ ଅନ୍ତର୍ଭୁକ୍ତ କରେ.

ଏହା ସହ ଏଲ୍.ଡି.ସି ଆଇ.ଏଲ ପୁଣି
  » ସମସ୍ତ ଭାରତୀୟ ଭାଷାରେ ପାଠ୍ୟାକାରରେ,ବାକ୍ ଏବଂ ଲେକ୍ସିକାଲ କର୍ପୋରାକାରରେ ଭାଷା ବୈଜ୍ଞାନିକ ସମ୍ବଳର ଏକ ସଂଗ୍ରହର ସୃଷ୍ଟି.
  » ବିଭିନ୍ନ ସଙ୍ଗଠନ ଦ୍ୱାରା ଏହିପରି ଡାଟାବେସ୍ ର ସର୍ଜନାର ସୁବିଧାକରଣ
  » ବିଭିନ୍ନ ଗବେଷଣାମୂଳକ ଏବଂ ଅଭିବୃଦ୍ଧିମୂଳକ କାର୍ଯ୍ୟକଳାପ ପାଇଁ ତଥ୍ୟ ସଂଗ୍ରହ ଏବଂ ଭାଷାବୈଜ୍ଞାନିକ କର୍ପୋରାର ସଞ୍ଚୟ ପାଇଁ ମାନକ ନିର୍ଦ୍ଧାରଣ.
  » ପରିଚାଳନା ଏବଂ ତଥ୍ୟ ସଂଗ୍ରହ ପାଇଁ ଅଭିବୃଦ୍ଧିରେ ସହାୟତା ଏବଂ ଉପକରଣଗୁଡିକର ଭାଗୀକରଣ.
  » ବୈଷୟିକ ଏବଂ ତତ୍ ସମ୍ପର୍କିତ ପ୍ରକ୍ରିୟାଯୁକ୍ତ ବିଷୟଗୁଡିକରେ କର୍ମଶାଳା ଏବଂ ଆଲୋଚନା ଚକ୍ର ମାଧ୍ୟମରେ ପ୍ରଶିକ୍ଷଣ.
  » ଏଲ୍.ଡି.ସି ଆଇ.ଏଲ ୱେବ୍ସାଇଟ୍ ତିଆରି କରିବା ଏବଂ ତାର ସମ୍ପାଦାନ କରିବା ଯାହା ଏଲ୍.ଡି.ସି ଆଇ.ଏଲ ସମ୍ବଳଗୁଡିକୁ ପହଞ୍ଚିବାର ପ୍ରାଥମିକ ଦ୍ୱାର ହେବ.
  » ଜନ ବ୍ୟବହାର ପାଇଁ ସଠିକ ଭାଷା ଉଦ୍ୟୋଗର ସୃଷ୍ଟିରେ ସାହାଯ୍ୟ ଏବଂ ପରିକଳ୍ପନା.
  » ଏକାଡେମିକ ସଂସ୍ଥା ଏବଂ ବ୍ୟକ୍ତିଗତ ଗବେଷକ ଏବଂ ଲୋକମାନଙ୍କ ଭିତରେ ଆବଶ୍ୟକ ସଂଯୋଗୀକରଣ ଯୋଗାଇବା.
 
ଏହି କାର୍ଯ୍ୟାବଳୀଗୁଡିକ ମେସିନ ଟ୍ରାନ୍ସଲେସନ କାମରେ ସହାୟତା କରିବା ସହ ଏନ୍.ଟି.ଏମ୍ ପାଇଁ ସିଧାସଳଖ ଭାବେ ଉପକାର କରିବ.

ସି-ଡେକ୍ ଏବଂ ଟିଡିଆଇଏଲ୍ କରିଥିବା କାମ
ସଂଶୟବାଦୀ ଯେଉଁମାନେ ମେସିନ ଟ୍ରାନ୍ସଲେସନ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ କରନ୍ତି ସେମାନେ ସାରା ପୃଥିବୀରେ ମେସିନ ଟ୍ରାନ୍ସଲେସନର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି.ଉଦାହରଣ ଭାବରେ ସିସ୍ଟ୍ରାନ ଏବଂ ମେଟିଓ ଯେଉଁମାନେ ୧୯୭୭ରୁ କାନାଡିଏନ ମେଟିଓରୋଲୋଜିକାଲ କେନ୍ଦ୍ରରେ ପାଣିପାଗ ବୁଲେଟିନରେ ୪୫୦୦୦ରୁ ଉର୍ଦ୍ଦ୍ୱ ଶବ୍ଦକୁ ଅନୁବାଦ କରି ଆସୁଛି. ଭାରତରେ ମେସିନ୍ ଟ୍ରାନ୍ସଲେସନର ବିପ୍ଲବ ସିଡେକ୍ ଦ୍ୱାରା ହିଁ ଅଣାଯାଇଥିଲା ଯେତେବେଳେ ସି.ଡେକ, ନେଚୁରାଲ ଲେଙ୍ଗୁଏଜ୍ ପ୍ରୋସେସିଂ ଉପରେ କାମ କଲା ଏବଂ ଟେଗ୍ ବେସ୍ଡ ପର୍ସର୍ ଆଣିଲା ଯାହା ହିନ୍ଦି,ସଂସ୍କୃତ,ଗୁଜରାଟୀ,ଇଂରାଜୀ ଏବଂ ଜର୍ମାନୀକୁ ପର୍ସ କରିପାରିଲା.ଏହି ଉଦ୍ୟୋଗର ଉନ୍ନତି ସାଧନ କରୁଥିବା ବେଳେ, କମ୍ପାନୀ ଏହାରି ବ୍ୟବହାରିକ କାର୍ଯ୍ୟ ସମ୍ପାଦନ ଉପରେ ଦୃଷ୍ଟି ଦେଉଥିଲା ଏବଂ ଅନେକଗୁଡିଏ ସଂସ୍ଥାକୁ ଏହାକୁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଲା.ମେସିନ୍ ଟ୍ରାନ୍ସଲେସନ୍ ର ପ୍ରଚୁର ସମ୍ବଳ ଶକ୍ତିକୁ ଉପଲବ୍ଧି କରି,ଭାରତ ସରକାରଙ୍କ ଭାଷା ବିଭାଗ, ଏଭଳି ପ୍ରକଲ୍ପ ଉପରେ ଅର୍ଥଦାନ କରିବା ଆରମ୍ଭ କଲେ.ସରକାରଙ୍କ ସୂଚନା ଏବଂ ତଥ୍ୟ ମନ୍ତ୍ରାଳୟ ନିର୍ଦ୍ଦିଷ୍ଟ ପରିସର ଯୁକ୍ତ ଅନୁବାଦ ବ୍ୟବସ୍ଥା ପାଇଁ ନିମ୍ନ ଲିଖିତ ପରିସର ଚିହ୍ନଟ କରିଛନ୍ତି.

  » ସରକାରୀ ପ୍ରଶାସନିକ ପଦ୍ଧତି ଏବଂ ଗଠନ ଢାଞ୍ଚା.
  » ସଂସଦ ସଂକ୍ରାନ୍ତୀୟ ପ୍ରଶ୍ନ ଏବଂ ଉତ୍ତରଗୁଡିକ.
  » ନ୍ୟାୟସଙ୍ଗତ ଶବ୍ଦାବଳୀ ଏବଂ ବିଚାର.

୧୯୯୦ ଏବଂ ୧୯୯୧ ରେ ମନ୍ତ୍ରାଳୟ ଭାରତୀୟ ଭାଷାମାନଙ୍କର ଉନ୍ନତି ପାଇଁ ଉଦ୍ୟୋଗ ପ୍ରକଳ୍ପ ଆରମ୍ଭ କରିଥିଲେ.ଏହି ପ୍ରକଳ୍ପ ଭାରତୀୟ ଭାଷାରେ ତଥ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା ଏବଂ ଅଭିବୃଦ୍ଧି ପାଇଁ ସହମତ ହେବା ସହ ଅର୍ଥ ଅନୁଦାନ ମଧ୍ୟ ଦିଏ.ଯାହା ବି ହେଉ,୨୨ଟି ଭିନ୍ନ ଭିନ୍ନ ଭାରତୀୟ ଭାଷାରେ ଅନୁବାଦ ଏକ ଭିନ୍ନ କଷ୍ଟବହୁଳ ଆହ୍ୱାନ ଉପସ୍ଥାପନ କରେ. ଯେହେତୁ ଭାରତୀୟ ଭାଷାମାନଙ୍କରେ ଇଂରାଜୀ ଏବଂ ହିନ୍ଦି ଏକ ସମସ୍ୟାବହୁଳ ଜୋଡି ଯାହାକି ସରକାରୀ କାର୍ଯ୍ୟାଳୟମାନଙ୍କରେ ଯୋଗାଯୋଗ କ୍ଷେତ୍ରରେ ବହୁଳଭାବେ ବ୍ୟବହୃତ ହୁଏ, ଏହି ଜୋଡିକୁ ମେସିନ୍ ଟ୍ରାନ୍ସଲେସନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ପାଇଁ ଚିହ୍ନଟ କରାଯାଇଛି.

ସେ ଅନୁଯାୟୀ ଗବେଷଣାର ଦୁଇଟି ସ୍ୱତନ୍ତ୍ର କ୍ଷେତ୍ର ଚିହ୍ନଟ କରାଯାଇଛି:୧)ଭାରତୀୟ ଭାଷାଗୁଡିକରେ ଅନୁବାଦ ପାଇଁ ମେସିନ୍ ଟ୍ରାନ୍ସଲେସନର ବ୍ୟବସ୍ଥା,୨)ଇଂରାଜୀରୁ ହିନ୍ଦିକୁ ଅନୁବାଦ ପାଇଁ ମେସିନ୍ ଟ୍ରାନ୍ସଲେସନର ବ୍ୟବସ୍ଥା.ବର୍ତ୍ତମାନ ଦେଶରେ ତିନୋଟି ସଂସ୍ଥା ଯଥା ସିଡେକ୍ ପୁନେ,ଏନ୍ସିଏସ୍ଟି(ଯାହା ସିଡେକ୍ ମୁମ୍ବାଇ ନାମରେ ବର୍ତ୍ତମାନ ଖ୍ୟାତ),ଆଇଆଇଆଇଟି ହାଇଦ୍ରାବାଦ ଏବଂ ଆଇଆଇଟି କାନପୁର କଟିଂ ଏଡ୍ଜ ଉଦ୍ୟୋଗ ବ୍ୟବହାର କରି ପ୍ରୟୋଗଗୁଡିକର ଉନ୍ନତି ପାଇଁ ନେତୃତ୍ୱ ନେଇଛନ୍ତି.

ଇଲେକଟ୍ରୋନିକ୍ସ ବିଭାଗର ଜ୍ଞାନସମ୍ବଳିତ କମ୍ପୁଟର ବ୍ୟବସ୍ଥା ପ୍ରକଳ୍ପରେ,ସିଡେକ୍ ବ୍ୟାକର୍ତ୍ତା ଉଦ୍ଭବ କଲା ଯାହା ଇଂରାଜୀ,ହିନ୍ଦି ଏବଂ ଗୁଜରାଟୀ,ସଂସ୍କୃତକୁ ପର୍ସ କରିପାରିଲା.ଏହା ସେହି ସମାନ ପର୍ସର ବ୍ୟବହାର କଲା ଉଦ୍ଭବ କରିବାକୁ ମନ୍ତ୍ର(ଇଂରାଜୀରୁ ହିନ୍ଦିକୁ ଔପଚାରିକଭାଷାର ବାକ୍ୟଗୁଡିକୁ ଅନୁବାଦ କରିବାକୁ ଏକ ଯନ୍ତ୍ର ସହାୟକ ଅନୁବାଦ ଉପକରଣ ).ଏହାହିଁ ସରକାରଙ୍କ ଭାଷା ବିଭାଗକୁ ପ୍ରଦର୍ଶନ କରାଯାଇଥିଲା ଯିଏ ଇଂରାଜୀରୁ ହିନ୍ଦି କମ୍ପୁଟର ସହାୟକ ଅନୁବାଦ ବ୍ୟବସ୍ଥା ଉପରେଏକ ପ୍ରକଳ୍ପ ପ୍ରଶାସନିକ ଉଦ୍ଦେଶ୍ୟ ପାଇଁ ଆର୍ଥିକ ସହାୟତା ଦେଇଥିଲେ.ଏଇ ପ୍ରକଳ୍ପ କର୍ମଚାରିକ ପ୍ରଶାସନ ପାଇଁ କମ୍ପୁଟର ସହାୟକ ଅନୁବାଦ ବ୍ୟବସ୍ଥାର ପରିକଳ୍ପନା,ଉନ୍ନତି ଏବଂ ସମ୍ପାଦନ କରିବାର ଥିଲା ଏହାରି ଉଦ୍ଦେଶ୍ୟ.ଏହି ବ୍ୟବସ୍ଥାଟି ବର୍ତ୍ତମାନ ଅକ୍ଷର ଏବଂ ବିଜ୍ଞପ୍ତି ଯଥା ନିଯୁକ୍ତି ପତ୍ର ଏବଂ ସ୍ଥାନାନ୍ତର ପତ୍ର ଇତ୍ୟାଦିର ଅନୁବାଦ କରିବାକୁ ସକ୍ଷମ ଏବଂ ୱାର୍ଡ ପ୍ରୋସେସିଂ ଓ ଡିଟିପି ପ୍ୟାକେଜରୁ ଇନପୁଟ୍ ନେବାକୁ ମଧ୍ୟ ସକ୍ଷମ.

ଇଂରାଜୀରୁ ହିନ୍ଦି ଅନୁବାଦର ସଫଳତା ପରେ ବର୍ତ୍ତମାନ ସିଡେକ ଅନ୍ୟ ବିଷୟ କ୍ଷେତ୍ରକୁ ଏହି ଅନୁବାଦକୁ ପ୍ରସାର କରିବାକୁ ଚାହୁଁଛି ଏବଂ ବହୁଭାଷୀ ଅନୁବାଦ ପାଇଁ ଉନ୍ନତ କୌଶଳ ପ୍ରୟୋଗ କରିବାକୁ ଚାହୁଁଛି.ଏହି କ୍ଷମତା ଯେ କୌଣସି ଭାଷାଜୋଡିରେ ମେସିନ ଟ୍ରାନ୍ସଲେସନ ଲାଭ କରିବାକୁ ସକ୍ଷମ ହେବ.

ଏମ୍.ଟି କ୍ଷେତ୍ରରେ ସଂଶ୍ଲିଷ୍ଟ ଅନ୍ୟ ଏକ ସଂଗଠନ ମୁମ୍ବାଇରେ ସ୍ଥାପିତ ଏନ୍ସିଏସ୍ଟି ଅଟେ ଯାହାକି ବର୍ତ୍ତମାନ ସି.ଡେକ୍ ମୁମ୍ବାଇ ଭାବରେ ନାମିତ. ଏନ୍ସିଏସ୍ଟି ଥିଲା ଭାରତରେ ମେସିନ୍ ଟ୍ରାନ୍ସଲେସନ ଉପରେ କାମ କରୁଥିବା ପ୍ରଥମ ସଂସ୍ଥା.ଅଶୀ ଦଶକର ଶେଷ ଭାଗରେ ଲିପି ସଦୃଶ ଦୃଷ୍ଟିକୋଣ ବ୍ୟବହାର କରି ସ୍କ୍ରିନ୍ ଟକ୍ ନାମକ ଏକ ଆଦ୍ୟନମୁନା ସ୍ୱତନ୍ତ୍ର ବିଭାଗର ପିଟିଆଇ ସମାଚାରକୁ ଅନୁବାଦ କରିବାକୁ ବିକଶିତ କରିଥିଲୁ.ତା ପରଠୁଁ ଏହା ମାତ୍ରା ନାମକ ଅନ୍ୟ ଏକ ସଫ୍ଟୱେର୍ ବିକଶିତ କଲା.ମାତ୍ରା ଦୁଇ ପ୍ରକାରରେ ବ୍ୟବହାର କରାଯାଇପାରେ.ସ୍ୱୟଂଚାଳିତ ରୂପରେ,ଏହି ବ୍ୟବସ୍ଥା ଉତ୍ତମ ଅନୁବାଦ ଦିଏ ଯାହାକି ପରେ ବ୍ୟବହାରକାରୀ ଦ୍ୱାରା ସମ୍ପାଦିତ ହୋଇପାରିବ.ହସ୍ତଚାଳିତ ରୂପରେ ବ୍ୟବହାରକାରୀ ବ୍ୟବସ୍ଥାକୁ ଶୁଦ୍ଧ ଅନୁବାଦ ପାଇଁ ପଥ ଦେଖାଇ ପାରେ.

ଏମ୍.ଟି କ୍ଷେତ୍ରରେ ସଂଶ୍ଲିଷ୍ଟ ଅନ୍ୟ ଏକ ସଂଗଠନ ମୁମ୍ବାଇରେ ସ୍ଥାପିତ ଏନ୍ସିଏସ୍ଟି ଅଟେ ଯାହାକି ବର୍ତ୍ତମାନ ସି.ଡେକ୍ ମୁମ୍ବାଇ ଭାବରେ ନାମିତ. ଏନ୍ସିଏସ୍ଟି ଥିଲା ଭାରତରେ ମେସିନ୍ ଟ୍ରାନ୍ସଲେସନ ଉପରେ କାମ କରୁଥିବା ପ୍ରଥମ ସଂସ୍ଥା.ଅଶୀ ଦଶକର ଶେଷ ଭାଗରେ ଲିପି ସଦୃଶ ଦୃଷ୍ଟିକୋଣ ବ୍ୟବହାର କରି ସ୍କ୍ରିନ୍ ଟକ୍ ନାମକ ଏକ ଆଦ୍ୟନମୁନା ସ୍ୱତନ୍ତ୍ର ବିଭାଗର ପିଟିଆଇ ସମାଚାରକୁ ଅନୁବାଦ କରିବାକୁ ବିକଶିତ କରିଥିଲୁ.ତା ପରଠୁଁ ଏହା ମାତ୍ରା ନାମକ ଅନ୍ୟ ଏକ ସଫ୍ଟୱେର୍ ବିକଶିତ କଲା.ମାତ୍ରା ଦୁଇ ପ୍ରକାରରେ ବ୍ୟବହାର କରାଯାଇପାରେ.ସ୍ୱୟଂଚାଳିତ ରୂପରେ,ଏହି ବ୍ୟବସ୍ଥା ଉତ୍ତମ ଅନୁବାଦ ଦିଏ ଯାହାକି ପରେ ବ୍ୟବହାରକାରୀ ଦ୍ୱାରା ସମ୍ପାଦିତ ହୋଇପାରିବ.ହସ୍ତଚାଳିତ ରୂପରେ ବ୍ୟବହାରକାରୀ ବ୍ୟବସ୍ଥାକୁ ଶୁଦ୍ଧ ଅନୁବାଦ ପାଇଁ ପଥ ଦେଖାଇ ପାରେ.

ଯେତେବେଳେ ସମସ୍ତ ସାମ୍ପ୍ରତିକ ପ୍ରକଳ୍ପଗୁଡିକ ଇଂରାଜୀରୁ ହିନ୍ଦୀକୁ ମେସିନ ଅନୁବାଦ ଉପରେ ଗୁରୁତ୍ୱ ଦେଉଛନ୍ତି,ଏହି ବ୍ୟବସ୍ଥା ଅନ୍ୟଭାଷାଗୁଡିକରେ ପ୍ରୟୋଗ କରିବା ଏକ କଠିନ ଆହ୍ୱାନ.ଅନୁସାରକା ପ୍ରକଳ୍ପ ଯାହା ଆଇଆଇଟି,କାନପୁରରେ ଆରମ୍ଭ ହୋଇଥିଲା ଏବଂ ପରେ ଆଇଆଇଆଇଟି,ହାଇଦ୍ରାବାଦ ଏବଂସିଏଏଲଟିଏସ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଯୁକ୍ତ ଭାବରେ ଅନୁସାରିକାର ଉନ୍ନତି ହୋଇଥିଲା ଯାହା ନୂତନ ଭାବରେ ପ୍ରଗତିଶୀଳ ଥିଲା ଏବଂ ଗୋଟିଏ ଭାରତୀୟ ଭାଷାରୁ ଆଉ ଗୋଟିଏ ଭାରତୀୟ ଭାଷାକୁ ଅନୁବାଦ କରିବାର ଲକ୍ଷ୍ୟରେ ଆରମ୍ଭ ହୋଇଥିଲା.ଅନୁସାରକା ଗୋଟିଏ ପ୍ରକଳ୍ପ ଯାହା ପାଠ୍ୟକୁ ଗୋଟିଏ ଭାରତୀୟ ଭାଷାରୁ ଆଉଗୋଟିଏ ଭାରତୀୟ ଭାଷାକୁ ପରିବର୍ତନ କରିବାକୁ ସକ୍ଷମ ଅଟେ.ଏହା ଏପରି ଆଉଟପୁଟ ଉତ୍ପନ୍ନ କରେ ଯାହା ପୁରାରୂପେ ବ୍ୟାକରଣଗତ ନୁହେଁ କିନ୍ତୁ ପାଠକ ବୁଝିପାରିବ.ଉଦାହରଣ ସ୍ୱରୂପ ଗୋଟିଏ ବାଙ୍ଗଲାରୁ ହିନ୍ଦି ଅନୁସାରକା ଗୋଟିଏ ବାଙ୍ଗଲା ପାଠ୍ୟ ନେଇପାରିବ ଏବଂ ହିନ୍ଦୀରେ ଆଉଟପୁଟ ପ୍ରସ୍ତୁତ କରିପାରିବ ଯାହା ବ୍ୟବହାରକାରୀ ସହଜରେ ବୁଝିପାରିବ କିନ୍ତୁ ତାହା ସଠିକ ଭାବେ ବ୍ୟାକରଣଗତ ହେବ ନାହିଁ.ସେଅନୁଯାୟୀ ଜଣେ ବ୍ୟକ୍ତି ଯିଏ ଗୋଟିଏ ଭାଷା ସାଇଟ ବ୍ୟବହାର କରୁଛି କିନ୍ତୁ ସେ ଭାଷା ସେ ଜାଣେ ନାହିଁ ସେ ଅନୁସାରକା ବ୍ୟବହାର କରି ପାଠ୍ୟଟିକୁ ପଢି ପାରିବ.ଅନୁସାରକା ତେଲଗୁ,କନ୍ନଡ,ବାଙ୍ଗଲା,ମରାଠୀ ଏବଂ ପଞାବୀରୁ ହିନ୍ଦୀକୁ ପ୍ରସ୍ତୁତ ହୋଇଛି.ଏତେ ଉନ୍ନତ ବ୍ୟବସ୍ଥା ମୁକ୍ତସ୍ରୋତ ସଫ୍ଟୱେର ଭାବରେ ଉପଲବ୍ଧ ହେବ.ଶକ୍ତି ନାମକ ଆଉ ଏକ ଅନୁବାଦ ସହଯୋଗୀ ବ୍ୟବସ୍ଥା ଆଇଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କରିଛି.

ଜଣେ ଜାଣିପାରେ ଯେ ବର୍ତ୍ତମାନ ମଧ୍ୟ ଗବେଷକ ଏବଂବିଶ୍ୱବିଦ୍ୟାଳୟ/ଆଇଆଇଟି ଏବଂ ସଫ୍ଟୱେର ଉଦ୍ୟୋଗମାନଙ୍କୁ ବହୁ ମୂଖ୍ୟକାମ କରିବାକୁ ଅଛି ଯେଉଁମାନେ ଏନଟିଏମର ସହଯୋଗ ଦରକାର କରନ୍ତି.