|  | 
                 
         
         | 
        ପରିଚାଳନା ବ୍ୟବସ୍ଥା
                         
    
        
        
            
                
                         | ସିଆଇଆଇଏଲ୍ ମୁଖ୍ୟ ସଂଗଠନ ଭାବରେ ରାଷ୍ଟ୍ରୀୟ ଅନୁବାଦ ମିଶନ ସ୍ଥାପନ କରିବ ଏବଂ ସଂଚାଳିତ ମଧ୍ୟ କରିବ.
                    ସିଆଇଆଇଏଲ୍ ର ନିର୍ଦ୍ଦେଶକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରମୂଖ ପଦାଧିକାରୀ ହେବେ. ରାଷ୍ଟ୍ରୀୟ
                    ଅନୁବାଦ ମିଶନର ନିର୍ଦ୍ଦେଶକ ରାଷ୍ଟ୍ରୀୟ ଅନୁବାଦ ମିଶନର ପ୍ରକଳ୍ପ ଉପଦେଷ୍ଟା ସମିତିର ସଦସ୍ୟ ସଚିବ
                    ଭାବରେ କାର୍ଯ୍ୟ କରିବେ.(ସଂକ୍ଷିପ୍ତ ରୂପରେ ଏନ୍ ଟି ଏମ୍ ପିଏସି). 
 
 ଏନ୍ ଟି ଏମ୍ ପିଏସି ର ସଂରଚନା ନିମ୍ନଲିଖିତ ଭାବେ ହେବ
 |  
            
              
                | ନିର୍ଦ୍ଦେଶକ, କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନ,ମହୀଶୂର | ଅଧ୍ୟକ୍ଷ |  
             
                | ସଂଯୁକ୍ତ ସଚିବଙ୍କ ମନୋନୀତ ବ୍ୟକ୍ତି(ଭାଷାଗୁଡିକର), କିମ୍ବା ନିର୍ଦ୍ଦେଶକ (ଭାଷାଗୁଡିକର),ଉଚ୍ଚଶିକ୍ଷା
                    ବିଭାଗ,ମାନବୀୟ ସମ୍ବଳ ବିକାଶ ମନ୍ତ୍ରାଳୟ,ଭାରତ ସରକାର | ସଦସ୍ୟ |  
                
                | ଜେଏସ୍,ଏଫ୍ଏ ବା ଆଇଏଫ୍ ଡି ର ମନୋନୀତ ବ୍ୟକ୍ତି | ସଦସ୍ୟ |  
               
                | ଅଧ୍ୟକ୍ଷ,ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗ,ନୂଆଁଦିଲ୍ଲୀ, | ସଦସ୍ୟ |  
               
                | ଅନୁବାଦ ଶିକ୍ଷା ଦେଉଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଭାଗରୁ ଦୁଇଜଣ ପ୍ରତିନିଧି | ସଦସ୍ୟଗଣ |  
              
                | ଅନୁବାଦ ଏବଂ ଭାଷା ସହ ଜଡିତ ବିଭିନ୍ନ ରାଜ୍ୟର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନଙ୍କ ଭିତରୁ ଦୁଇଜଣ | ସଦସ୍ୟଗଣ |  
                
                | ଭାଷା ବିଶ୍ୱବିଦ୍ୟାଳୟର ଜଣେ କୂଳପତି(ଚକ୍ରାନୁକ୍ରମିକ) | ସଦସ୍ୟ |  
               
                | ବହି ବିକ୍ରେତା ଏବଂ ପ୍ରକାଶକମାନଙ୍କ ଭିତରୁ ତିନିଜଣ | ସଦସ୍ୟଗଣ |  
               
                | ସଚିବ,ସାହିତ୍ୟ ଏକାଡେମୀ | ସଦସ୍ୟ |  
               
                | ନିର୍ଦ୍ଦେଶକ,ଏନ୍ ବି ଟ | ସଦସ୍ୟ |  
                
                | ବିଭିନ୍ନ ଆଇଆଇଟି ବା ଏନ୍ ଆଇଟି ବା ଉଦ୍ୟୋଗିକ କ୍ଷେତ୍ରରେ ଆର୍ ଏବଂ ଡି ରେ ଅନୁବାଦ ଉପକରଣ ଏବଂ
                    ପ୍ରାଦ୍ୟୋଗିକ କାର୍ଯ୍ୟ ରେ ନିଯୁକ୍ତ ଦୁଇଜଣ ପ୍ରତିନିଧି. | ସଦସ୍ୟଗଣ |  
               
                | ଅନୁବାଦ ବିଶାରଦ / ବେସରକାରୀ ସଙ୍ଗଠନର ପ୍ରତିନିଧି/ କର୍ପୋରେଟ ହାଉସ୍ / ଅନୁବାଦରେ ଆଗ୍ରହ ରଖୁଥିବା
                    ବ୍ୟକ୍ତିବିଶେଷମାନଙ୍କରୁ ଆଠଜଣ | ସଦସ୍ୟଗଣ |  
             
                | ପ୍ରକଳ୍ପ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ଅନୁବାଦ ମିଶନ, ବା ତାଙ୍କ ଅନୁପସ୍ଥିତିରେ,ଏକାଡେମିକ ସଚିବ,ସିଆଇଆଇଏଲ | ସଦସ୍ୟ ସଚିବ |  
            
                 | ଏନ୍ ଟି ଏମ୍ ସୋସାଇଟିର ସଦସ୍ୟତା ସାଧାରଣତଃ ସମସ୍ତ ବ୍ୟବସାୟଗତ ଏବଂ ସୌଖିନ ଅନୁବାଦକ ଏବଂ ଅନୁବାଦକାର୍ଯ୍ୟ
                    ରେ ଆଗ୍ରହ ରଖୁଥିବା ସମସ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷମାନଙ୍କ ପାଇଁ ଖାଳା ରହିବା ଉଚିତ୍. 
 
 ରାଷ୍ଟ୍ରୀୟ ଅନୁବାଦ ମିଶନର ନିର୍ଦ୍ଦେଶକ ନିମ୍ନବ୍ୟକ୍ତିବିଶେଷମାନଙ୍କଦ୍ୱାରା ଗଠିତ ସମିତିଦ୍ୱାରା
                    ନିଯୁକ୍ତି ପାଇବେ ଭାଷା କ୍ଷେତ୍ରର ସଂଯୁକ୍ତ ସଚିବ ଅଧ୍ୟକ୍ଷଭାବରେ ଏବଂସିଆଇଆଇଏଲ୍ ର ନିର୍ଦ୍ଦେଶକ
                    ସଦସ୍ୟ ସଚିବଭାବରେ,ତିନିଜଣ ବିଶାରଦ ଏନ୍ ଟି ଏମ ପିଏସି ରୁ ଦୁଇଜଣ ଏବଂ ବାହାରୁ ଜଣେ ଯେଉଁମାନେ ସଚିବଙ୍କ
                    ଦ୍ୱାରା ମନୋନୀତ ହେବେ.ପ୍ରକଳ୍ପ ନିର୍ଦ୍ଦେଶକ ହେବାର ଯୋଗ୍ୟତା ନିମ୍ନରେ ଦିଆଯାଇଛି :
 |  
            
                | (i) | ରାଷ୍ଟ୍ରୀୟ ଅନୁବାଦ ମିଶନର ନିର୍ଦ୍ଦେଶକ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ ହେବେ. |  
                | (ii) | ରାଷ୍ଟ୍ରୀୟ ଅନୁବାଦ ମିଶନର ନିର୍ଦ୍ଦେଶକଙ୍କ ବୟସ ୬୦ବର୍ଷରୁ କମ୍ ହେବା ଉଚିତ୍. |  
                | (iii) | ମନୋନୀତ ବିଦ୍ୱାନ ନିଶ୍ଚୟ ଅନୁବାଦ ଅଧ୍ୟୟନରେ/ କୌଣସି ଭାଷାରେଏବଂସାହିତ୍ୟରେ(ତୁଳନାତ୍ମକ ସାହିତ୍ୟ
                    ସହ)/ ଭାଷାବିଜ୍ଞାନରେ, ପିଏଚ୍ ଡି ଡିଗ୍ରୀ ପ୍ରାପ୍ତ ବା ଅନୁବାଦ କ୍ଷେତ୍ରରେ ଜଣେ ବିଶିଷ୍ଟ ବିଦ୍ୱାନ
                    ହୋଇଥିବେ. |  
                | (iv) | ପନ୍ଦର ବର୍ଷର ଶିକ୍ଷାଗତ ଗବେଷଣାମୂଳକ ଅଭିଜ୍ଞତା ଥିବା ଉଚିତ. |  
                | (v) | ଅନୁବାଦ ଅଧ୍ୟୟନରେ/ ଭାଷାକୋଷ ବିଜ୍ଞାନରେ ପ୍ରକାଶନ ଏବଂ |  
                | (vi) | ଅନୁବାଦରେ ପ୍ରକୃତ ପ୍ରକାଶନର ପ୍ରମାଣ. |  
            
                | ଏନଟିଏମ ପ୍ରକଳ୍ପ ନିର୍ଦ୍ଦେଶକ,ସିଆଇଆଇଏଲ ନିର୍ଦ୍ଦେଶକଙ୍କୁ ସବୁ ବିଷୟରେ ରିପୋର୍ଟ ପ୍ରଦାନ କରିବେ
                    ଯେହେତୁ ଉପଯୁକ୍ତ କଣ୍ଟ୍ରାକ୍ଟ,,ସହଯୋଗ,ଏମଓୟୁ ଏବଂ କାର୍ଯ୍ୟଭାର ସ୍ୱାକ୍ଷର କରିବାର ଦାୟିତ୍ୱ ସହ
                    ସିଆଇଆଇଏଲ ନିର୍ଦ୍ଦେଶକ ଏହି ମିଶନ୍ ର ପ୍ରମୂଖ ଅଫିସର ହେବେ ଯେଉଁ ସବୁର ମୂଳକାର୍ଯ୍ୟ ଏବଂ ପତ୍ରାଚାରମୂଳକ
                    କାମସବୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯିବ. ପ୍ରକଳ୍ପ ନିର୍ଦ୍ଦେଶକ ନିମ୍ନଲିଖିତ କାର୍ଯ୍ୟ
                    କରିବେ. 
 
 |  
            
                | କ. | ସଂସ୍ଥାନର ରେକର୍ଡ୍ସ ଏବଂ ପ୍ରକାଶନ/ଇ –ପ୍ରକାଶନ ଏମିତି ସଂସ୍ଥାନର ଅନ୍ୟ ଦ୍ରବ୍ୟର ଅଭିରକ୍ଷକ; |  
                | ଖ. | ସଂସ୍ଥାନ କର୍ତ୍ତୃପକ୍ଷଙ୍କ ତରଫରୁ କାର୍ଯ୍ୟାଳୟ ସଂକ୍ରାନ୍ତୀୟ ଯୋଗାଯୋଗ ସ୍ଥାପନ କରିବା. |  
                | ଗ. | ପିଏସିର ଅଧ୍ୟକ୍ଷତାରେ ଏନଟିଏମ୍ ପିଏସି ଏବଂ କର୍ମଗୋଷ୍ଠୀ,ଅନ୍ୟ ସମିତିର ସଭା ଡକାଇବା; |  
                | ଘ. | ଏହି ସଭାଗୁଡ଼ିକର ମିନିଟ୍ସ ରଖିବା; |  
                | ଙ. | ଏନଟିଏମ୍.ର ଆର୍ଥିକ ବିଷୟ ବୁଝିବା; |  
                | ଚ. | ପିଏସିର କ୍ଷମତାର ଅଧିନ ହେବା, ଯେଉଁ କାର୍ଯ୍ୟ ପାଇଁ ଅର୍ଥ ମଞୁର ହେଉଛି ତାହା ଠିକ୍ ଭାବେ ଖର୍ଚ୍ଚ
                    ହେଉଛି ନା ନାହିଁ ସେ ବିଷୟରେ ବୁଝିବା; |  
                | ଛ. | ପ୍ରତ୍ୟେକ ବର୍ଷ ଆରମ୍ଭରେ ମିଶନ୍.ର ବଜେଟ୍ ତିଆରି କରିବା ଏବଂ ସିଆଇଆଇଏଲ୍ ନିର୍ଦ୍ଦେଶକଙ୍କ ଜରିୟାରେ
                    ମଞୁରୀ ପାଇଁ ମନ୍ତ୍ରାଳୟକୁ ପଠାଇବା; |  
                | ଜ. | .ପରିଚାଳନା ମଣ୍ଡଳୀଦ୍ୱାରା ଦିଆଯାଇଥିବା ପ୍ରଶାସନିକ ଏବଂ ଆର୍ଥିକ କ୍ଷମତାର ସୁସମ୍ପାଦନ କରିବା. |  
                | ଝ. | ଉପରୋକ୍ତ ବିଷୟରେ କୌଣସି ଅବହେଲା କଲେ,ଅନୁଚିତ୍ ଆଚରଣ ଦୃଷ୍ଟିରୁ ଭାରତ ସରକାର ଯେ କୌଣସି ସମୟରେ
                    ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପଦବୀ ହଟାଇ ପାରିବେ. |  
            
                 | ଏନ୍ ଟି ଏମ୍ ପାଇଁ କୌଣସି ସ୍ଥାୟୀ ପଦବୀ ରହିବ ନାହିଁ.ସ୍ୱଳ୍ପକାଳୀନ ଚୁକ୍ତି ଭିତ୍ତିରେ ଆବଶ୍ୟକତାନୁଯାୟୀ
                    କର୍ମଚାରୀ ନିଯୁକ୍ତ ହେବେ.କାମଗୁଡିକ ପ୍ରାୟ ବାହାରେ ହିଁ ଯେତେ ସମ୍ଭବ କରାଯିବ.ସେ ଯାହା ବି ହେଉ,୬୫ଜଣ
                    ମୂଳ ପ୍ରକଳ୍ପ ଷ୍ଟାପ୍ ରହିବେ ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଦିଲ୍ଲୀ କାର୍ଯ୍ୟାଳୟରେ ଏବଂ ଅବଶିଷ୍ଟାଂଶ
                    ମହୀଶୂରରେ ଅବସ୍ଥାପିତ ହେବେ. ଏହା ସହ ସ୍ୱତନ୍ତ୍ରକାର୍ଯ୍ୟ ପାଇଁ ଅନେକଗୁଡିଏ ପରାମର୍ଶଦାତା(ବିଭିନ୍ନ
                    ଭାରତୀୟ ଭାଷାରେ ସ୍ୱାତନ୍ତ୍ର୍ୟତା ଥିବା) ରହିବେ 
 ଏନ୍ ଟି ଏମ୍ ର ୬୫ଜଣ ମୂଳକର୍ମଚାରୀମାନଙ୍କ ବିବରଣୀ ନିମ୍ନରେ ବର୍ଣ୍ଣିତ:
 |  
            
                | କ୍ରମାଙ୍କ ସଂଖ୍ୟା | ମୁଖ୍ୟ |  
                | ୧. | ମାନବ ସମ୍ବଳ(ମୋଟ୍ ରେ ୬୫ଜଣ) |  
                | (କ) | ପ୍ରକଳ୍ପ ନିର୍ଦ୍ଦେଶକ (୧)@୪୦,୦୦୦ରୁ ଅଧିକ |  
                | (ଖ) | ଉପନିର୍ଦ୍ଦେଶକ ପ୍ରଧ୍ୟାପକ(୪) ବିଜ୍ଞାନ,ବୈଷୟିକ ବିଜ୍ଞାନ,ସମାଜ ବିଜ୍ଞାନ/ କଳାବିଦ୍ୟା ପ୍ରତ୍ୟେକ
                    ବିଭାଗରୁ ଜଣେ ଜଣେ @ ୩୫,୦୦୦-- ୩୮,୦୦୦ |  
                | (ଗ) | ଅନୁସନ୍ଧାନ(ଗବେଷଣା) ଅଧିକାରୀ ରିଡର୍ସ (୧୨)... ଉତ୍ତର ଭାରତ,ଦକ୍ଷିଣ ଭାରତ,ପୂର୍ବ ଭାରତ ଏବଂ ପଶ୍ଚିମ
                    ଭାରତ ପାଇଁ . @୨୯,୦୦୦- ୩୨,୦୦୦ |  
                | (ଘ) | କନିଷ୍ଠ ଅନୁସନ୍ଧାନ(ଗବେଷଣା) ଅଧିକାରୀ ବରିଷ୍ଠ ଅଧ୍ୟାପକ ଏବଂ ଅଧ୍ୟାପକ (୧୨) ଚାରି ଅଞ୍ଚଳ ଏବଂ
                    ଗୋଟିଏ ଉତ୍ତର ପୂର୍ବ ପାଇଁ @୨୦,୦୦୦- ୨୬,୦୦୦. |  
                | (ଙ) | ଗବେଷଣା ସହକାରୀ (୫) @୧୫,୫୦୦- ୧୮,୦୦୦. |  
                | (ଚ) | ବରିଷ୍ଠ ସମ୍ପାଦକ ୱେବ ସମ୍ପାଦକ ସହଯୋଗ ପାଇଁ (୫) ପ୍ରତ୍ୟେକ ଅଞ୍ଚଳ ପାଇଁ ଜଣେ ଏବଂ ଉତ୍ତରପୂର୍ବ
                    ପାଇଁ ଜଣେ @୨୪,୦୦୦- ୨୬,୦୦୦. |  
                | (ଛ) | ଉପସମ୍ପାଦକ ମୂଦ୍ରଣ ଏବଂ ୱେବ୍ (୫) @୨୦,୦୦୦- ୨୨,୦୦୦. |  
                | (ଜ) | ପ୍ରଶାସନିକ ଅଧିକାରୀ(ହିସାବ ସମ୍ବନ୍ଧୀୟ) (୧) @୨୨,୦୦୦ |  
                | (ଝ) | କାର୍ଯ୍ୟାଳୟ ତତ୍ତ୍ୱାବଧାରକ (୨) |  
                | (ଞ) | ବରିଷ୍ଠ ପ୍ରକଳ୍ପ ଟେକ୍ନିସିଏନ୍ (୪) @୨୪,୦୦୦- ୨୬,୦୦୦. |  
                | (ଟ) | କନିଷ୍ଠ ପ୍ରକଳ୍ପ ଟେକ୍ନିସିଏନ୍(୧୦) @୨୦,୦୦୦- ୨୨,୦୦୦ |  
                | (ଠ) | ଡେଟା ଏନ୍ଟ୍ରି ଅପରେଟର୍ସ (୨) ଇଂରାଜୀ ଭାରତୀୟ ଭାଷାରେ. |  
                | (ଡ) | କାର୍ଯ୍ୟଳୟ କର୍ମଚାରୀ ଏକାଉଣ୍ଚ (୨) |  
            
                | ଏକାଦଶ ଯୋଜନାରେ ସର୍ବମୋଟ୍ ଅନୁମାନିକ ଖର୍ଚ୍ଚ :୪,୨୬,୫୩,୦୧୨ଟଙ୍କା |  
                |  |  
                 | ଇଏଫସି (ଓ ପିଏଏମଡି ମଧ୍ୟ) ସ୍ଥିର କରିଥିଲେ ଯେ ମିଶନର ସମସ୍ତ କାମ ଏକ ଜାଗାରେ ଗୋଟିଏ ଛାତ ତଳେ
                    ତାର ସମସ୍ତ କାର୍ଯ୍ୟବାହୀ ଅଂଶ ସହ ସଂପାଦିତ ହେବ, ଏବଂ ଏନଟିଏମର ଅଲଗା ସ୍ଥାୟୀ ଭବନକୁ ମଧ୍ୟ ଅସ୍ୱୀକାର
                    କରାଯାଇ ପାରିବ ନାହିଁ.ଯେହେତୁ ମିଶନକୁ ସହଯୋଗ କରିବା ପାଇଁ ସିଆଇଆଇଏଲ ଆବଶ୍ୟକୀୟ ଉପକରଣ ଏବଂ ଜ୍ଞାନକୌଶଳରେ
                    ସଜ୍ଜିତ ଅଟେ ତେଣୁ ଏନଟିଏମ ସିଆଇଆଇଏଲରେକାମ କରିବା ଆରମ୍ଭ କରିବାକୁ ସ୍ଥିରୀକୃତ ହୋଇଛି. 
 ସେ ଯାହା ବି ହେଉ,ଯେହେତୁ ଏନଟିଏମ ସରକାରୀ ବିଭାଗ ଓ ସଙ୍ଗଠନ,କର୍ପୋରେଟ ହାଉସେସ୍,ଆଇଟି ସଫ୍ଟୱେର
                    ବିଶାରଦ,ପ୍ରକାଶନ ସଂସ୍ଥା,ସ୍ୱୟଂଶାସିତ ସାଂସ୍କୃତିକ ଅନୁଷ୍ଠାନ,ଭାରତୀୟ ଏବଂ ବିଦେଶୀୟ ଭାଷାରେ ବିଶାରଦମାନଙ୍କ
                    ସହ ସମ୍ପର୍କ ରଖୁଥିବ ଏବଂ ଯେହେତୁ ଏହା ତାର ବିଭିନ୍ନ ସମିତି ପାଇଁ ବହୁ ପରାମର୍ଶ ଦାତା ଏବଂ ବିଶାରଦ
                    ଦରକାର କରିବ, ତେଣୁ ଦିଲ୍ଲୀରେ ଏକ ଲିଆସନ ଅଫିସ କରିବାକୁ ସ୍ଥିର କରାଯାଇଛି ଯେହେତୁ ଦିଲ୍ଲୀରେ ବହୁସଂଖ୍ୟାରେ
                    ପ୍ରକାଶନ ସଂସ୍ଥା,ଆଇଟି ଏବଂ ଭାରତାୟ ଭାଷାଗୁଡିକରେ ବହୁ ବିଶାରଦ ଅଛନ୍ତି ଏବଂ ବହୁ ସରକାରୀ କାର୍ଯ୍ୟାଳୟ
                    ଓ ବହୁ ସ୍ୱୟଂଶାସିତ ସାଂସ୍କୃତିକ ଅନୁଷ୍ଠାନ ରହିଛି.ବର୍ତ୍ତମାନ ପାଇଁ ଦିଲ୍ଲୀରେ ଏକ ବେସରକାରୀ ଭବନରେ
                    ଏକ ଲିଆସନ ଅଫିସ କାର୍ଯ୍ୟ କରିବା ଆରମ୍ଭ କରିବ.
 
 
 ଏନଟିଏମର ଆବଶ୍ୟକତା ସେତେଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ଯେତେଦିନ ପର୍ଯ୍ୟନ୍ତ ବିଭିନ୍ନ ଭାଷାର ସାହିତ୍ୟିକ
                    ଏବଂ ଜ୍ଞାନପାଠ୍ୟଗୁଡିକର ଅନୁବାଦର ଆବଶ୍ୟକତା ଅନୁଭୂତ ହେବ.ଯେହେତୁ ଜ୍ଞାନ ହେଉଛି ଚିର ପ୍ରସାରୀ
                    ଏବଂ ଅନବରତଭାବରେ ନୂଆଁ ପାଠ୍ୟଗୁଡିକର ସୃଷ୍ଟି ହେବାରେ ଲାଗିଛି, ସେଥିପାଇଁ ଏନଟିଏମ କେତେଦିନ ପର୍ଯ୍ୟନ୍ତ
                    ଚାଳିବ ତାହା କଳ୍ପନା କରିବା ମଧ୍ୟ କଷ୍ଟକର ଅଟେ.
 |  
                |  |  |  |