ଗ୍ରନ୍ଥସୂଚୀ ଡାଟାବେସ୍

ଆଦେଶପତ୍ର

ଭାରତରେ ଅନୁବାଦ ସସ୍ବନ୍ଧିତ ସମସ୍ତ ଗତିବିଧି ପାଇଁ ଗୋଟିଏ କ୍ଲିଅରିଙ୍ଗ୍ ହାଉସ୍ ହେବା
ତଥ୍ୟ ଓ ଡାଟାବେସ୍ ର ଡିଜାଇନ୍ ଇନପୁଟ୍ ପାଇଁ ପ୍ରଫେସର୍ ଜି.ଏନ୍. ଦେବୀ, ଭାଷା ସଂଶୋଧନ କେନ୍ଦ୍ର, ଭଦୋଦରା, ଙ୍କ ଅବଦାନ ପାଇଁ ତାଙ୍କୁ ବିଶେଷ ଧନ୍ୟବାଦ.

ଗ୍ରନ୍ଥସୂଚୀ କ’ଣ ପାଇଁ ?

ଗ୍ରନ୍ଥସୂଚୀ ହେଉଛି ଗୋଟିଏ ବ୍ୟବସ୍ଥିତ ଅଧ୍ୟୟନ ଏବଂ ପୁସ୍ତକର ବର୍ଣ୍ଣନା. ଏହା ହେଉଛି ପୁସ୍ତକର ସୂଚୀ ଯାହା ସାଧାରଣ କାରଣ ଗୁଡ଼ିକୁ ଭାଗ କରେ, ଯାହାକି ଗୋଟିଏ ବିଷୟବସ୍ତୁ, ଭାଷା ଏବଂ ଗୋଟିଏ ଅବଧି ହୋଇପାରେ. ଏହି ତାଲିକାଟିର ପ୍ରକୃତି ବିସ୍ତାରିତ କିମ୍ବା ଚୟନାତ୍ମକ ହୋଇପାରେ.

ଗ୍ରନ୍ଥସୂଚୀର ଉଦ୍ଦେଶ୍ୟ ହେଉଛି ଦିଆଯାଇଥିବା ଗୋଟିଏ ବିଷୟବସ୍ତୁ ବିଷୟରେ ସୂଚନା ବ୍ୟବସ୍ଥିତ କରିବା, ଏପରି କରିବା ଦ୍ବାରା ଏହି ବିଷୟରେ ଜ୍ଞାନ ଆହରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଖରେ ଏହା ସହଜରେ ପହଁଞ୍ଚିପାରିବ. ଏହି ସୂଚନା ସେହି କାର୍ଯ୍ୟକ୍ରମର ଗୋଟିଏ ପୁସ୍ତକ ସହିତ କିମ୍ବା ଗୋଟିଏ ଉତ୍ପାଦ ସହିତ ଜଡ଼ିତ. ଏହିପରି ଭାବରେ ଗ୍ରନ୍ଥସୂଚୀ ଆମକୁ ଗୋଟିଏ ପୁସ୍ତକର ଇତିହାସ କହେ.

ଅନୁବାଦ ଗ୍ରନ୍ଥସୂଚୀର ଡାଟାବେଶ୍ ଗତିବିଧି ବିଷୟରେ ଅଧିକ ଜାଣିବା ପାଇଁ ଏଠାର୍ କ୍ଲିକ୍ କରନ୍ତୁ click here
  ମୂଳ ଉତ୍ସ
  » ଅନୁକୃତି (ସିଆଇଆଇଏଲ୍ – ସାହିତ୍ୟ ଏକାଡେମୀ ଏବଂ ଏନ୍ ବି ଟି)
  » ଭାଷା ସଂଶୋଧନ କେନ୍ଦ୍ର, ଭଦୋଦରା
  » ବ୍ରିଟିଶ୍ ଲାଇବ୍ରେରୀ ର ଓରିଏଣ୍ଟାଲ୍ ଏବଂ ଭାରତ ଅଫିସ୍ କଲେକସନ୍
  » ବିଭିନ୍ନ ପ୍ରକାଶକମାନଙ୍କର ପୁସ୍ତିକା ସୂଚୀ
  » ସେଣ୍ଟ୍ରାଲ୍ ରେଫରେନ୍ସ ଲାଇବ୍ରେରୀ, କଲିକତା
  » ନେସନାଲ୍ ବିବ୍ଲୋଗ୍ରାଫି ଅଫ୍ ଇଣ୍ଡିଆ ଲିଟ୍ରେଚର୍ (ଏନ୍ ବି ଆଇ ଏଲ୍)
  » ସାଉଥ୍ ଏସିଆନ୍ ୟୁନିଅନ୍ କ୍ୟାଟଲଗ୍, (ୟୁନିଭରସିଟି ଅଫ୍ ଚିକାଗୋ ଲାଇବ୍ରେରୀସ୍ ସାଉଥ୍ ଏସିଆ ଡିପାର୍ଟମେଣ୍ଟ)
  » ୟୁନିସ୍କୋ
  » ୟୁନିଭରସିଟି ଅଫ୍ ଇଲିନଏସ୍, ଅରବାନା-ଚ୍ୟାମ୍ପେନ୍ ରୁ ବର୍ତ୍ତମାନ ଏନ୍ ଟି ଏମ୍ ଅଧିକ ସୂତ୍ରରୁ ତଥ୍ୟ ସଂଗ୍ରହ କରୁଛି ଏବଂ ବହୁତ ଜଲଦି ଡିଜିଟାଇଜ୍ କରି ଡାଟାବେସ୍ ରେ ଅନ୍ତର୍ଭୁକ୍ତ କରାଯିବ.

ଗ୍ରନ୍ଥସୂଚୀର ଶୈଳୀ

ଗ୍ରନ୍ଥସୂଚୀର ଶୈଳୀ ବିଷୟରେ, ଗୋଟିଏ ଗ୍ରନ୍ଥସୂଚୀରେ ବିଭିନ୍ନ ପ୍ରକାର ସାଧନର ବିଭିନ୍ନ ପ୍ରକାର ଫର୍ମାଟ୍ ରହିଛି

ଏହି ଫର୍ମାଟ୍ ପାଇଁ ଦୁଇଟି ସବୁଠାରୁ ଅଧିକ ବ୍ୟବହୃତ ନିୟମାବଳୀ ହେଉଛି ଏମଏଲ୍ ଏ (ମଡର୍ଣ୍ଣ ଲାଙ୍ଗୁଏଜ୍ ଏସୋସିଏସନ୍) ଏବଂ ଏପିଏ (ଆମେରିକାନ୍ ସାଇକୋଲଜିକାଲ୍ ଏସୋସିଏସନ୍) ଫର୍ମାଟ୍. ମଡର୍ଣ୍ଣ ଲାଙ୍ଗୁଏଜ୍ ଏସୋସିଏସନ୍ ଶୈଳୀ ମୂଳତଃ ଗବେଷଣା କ୍ଷେତ୍ରରେ କିମ୍ବା ବିଭିନ୍ନ ବିଷୟରେ ଗ୍ରନ୍ଥସୂଚୀ କରିବାରେ ବ୍ୟବହୃତ ହୁଏ. ରାଷ୍ଟ୍ରୀୟ ଅନୁବାଦ ମିଶନ୍ ମଧ୍ୟ ଏଥିରେ ଗୋଟିଏ ସ୍ବତନ୍ତ୍ର ସଂଖ୍ୟାତ୍ମକ ପ୍ରମାଣକାରୀ ପଦ୍ଧତି ଯୋଗ କରି ଏହି ଶୈଳୀର ଅନୁକରଣ କରୁଛି.

ଏନ୍ ଟି ଏମ୍ ଦ୍ବାରା ବିକଶିତ ଗ୍ରନ୍ଥସୂଚୀର ସ୍ବତନ୍ତ୍ର ବିଶିଷ୍ଟ

ଏନ୍ ଟି ଏମ୍ ଦ୍ବାରା ନିର୍ମିତ ଗ୍ରନ୍ଥସୂଚୀ ସାହିତ୍ୟ ଏବଂ ସାହିତ୍ୟ ବହିଃର୍ଭୁତ କ୍ଷେତ୍ରର ଅନୁବାଦ ଗ୍ରନ୍ଥର ଶିରୋନାମାକୁ କେନ୍ଦ୍ରିତ କରୁଛି. ଏପରିକି ଭାରତୀୟ ସମ୍ବିଧାନର ଏବଂ ୮ ତମ ଅନୁସୂଚୀରେ ଅନ୍ତର୍ଭୁକ୍ତ ହୋଇଥାଉ କିମ୍ବା ନ ଥାଉ ତାହାର ବିଚାର ନ କରି ନିର୍ବିଶେଷରେ ସମସ୍ତ ଭାଷାରେ ପ୍ରକାଶିତ ଅନୁବାଦ ଗ୍ରନ୍ଥ ପାଇଁ ଚେଷ୍ଟା କରୁଛି.

ଭାରତୀୟ ଭାଷା ଛଡ଼ା ଅନ୍ୟ ଭାଷାରେ ଏବଂ ବିପରୀତକ୍ରମରେ ମଧ୍ୟ ଅନୁବାଦିତ ପୁସ୍ତକ ଶିରୋନାମାରେ ସୂଚନା ସମ୍ମିଳିତ ପଦ୍ଧତି ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶ ଅଟେ.

ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ପୁସ୍ତକ ଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ଗ୍ରନ୍ଥସୂଚୀରେ ଏନ୍ ଟି ଏମ୍ ପ୍ରସ୍ତାବ ଦେଉଛି ଗୋଟିଏ ୟୁନିକ୍ ଆଇ ଡି ନମ୍ବର ରଖିବାକୁ, ଯାହାକି ଆଇ ଏସ୍ ଟି ଏନ୍ (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟ୍ରାନ୍ସଲେସନ୍ ନମ୍ବର) ନାମରେ ନାମିତ. ଆଇ ଏସ୍ ଟି ଏନ୍ ସୃଷ୍ଟି କରିବାର କାରଣ ହେଉଛି ଭାରତୀୟ ଭାଷାରେ ପ୍ରକାଶିତ ହୋଇଥିବା ବିଭିନ୍ନ ଅନୁବାଦିକ ପୁସ୍ତକଗୁଡ଼ିକର ଟ୍ରାକ୍ ରଖିବାକୁ. ଦିଆଯାଇଥିବା ଭାଷାରେ, ଗୋଟିଏ ନିର୍ଦ୍ଧିଷ୍ଟ ବିଷୟରେ ଏବଂ ବର୍ଷରେ ପ୍ରକାଶିତ ହୋଇଥିବା ଅନୁବାଦ ପୁସ୍ତକଗୁଡ଼ିକ ଉପରେ ଗବେଷଣା କରୁଥିବା/ ବିଦ୍ବାନ/ ଜ୍ଞାନ ଆହରଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଗୋଟିଏ ଧାରଣା ପାଇପାରିବେ.


ଅଧିକରୁ ଅଧିକ ଅଭିଗମ୍ୟତା ସୁବିଧା ପ୍ରଦାନ କରିବାକୁ ଏହି ଡାଟାବେସ୍ କୁ ଓ୍ବେବ୍ ଆଧାରିତ ପରି ରଖିବାକୁ ଏନ୍ ଟି ଏମ୍ ସ୍ଥିର କରିଛି. ଡାଟାବେସ୍ ରେ ନୂତନ ସୂଚନା ସହିତ ଉନ୍ନତି କରିବାକୁ ଏହା ମଧ୍ୟ ଅବସର ପ୍ରଦାନ କରେ.

ଯଦି ଆପଣଙ୍କ ପାଖରେ ଅନୁବାଦ ବିଷୟରେ କିଛି ସୂଚନା ଅଛି ଯାହାକି ଡାଟାବେସ୍ ରେ ନାହିଁ, ଆପଣ ସେଥିରେ ଯୋଗ କରିବାକୁ ଏବଂ ଏନ୍ ଟି ଏମ୍ କୁ ସାହାଯ୍ୟ କରିବାକୁ ନିମନ୍ତ୍ରିତ କରୁଛୁ. ଆପଣ ଗୋଟିଏ ବ୍ୟବହାରକାରୀ ଏକାଉଣ୍ଟ ଏବଂ ଆପଣଙ୍କ ଜ୍ଞାନରେ ଥିବା ଅନୁବାଦ ବିଷୟ ଗୁଡ଼ିକୁ ରେକର୍ଡ୍ କରନ୍ତୁ. ଆଉ ମଧ୍ୟ ଆପଣ ntmciil@gmail.comକୁ ସୂଚନା ପଠେଇପାରିବେ ଯାହାକୁକି ଏନ୍ ଟି ଏମ୍ ଡାଟାବେସ୍ ରେ ଅଦ୍ୟତନ କରିବ. ଯଦି ଆପଣ ଜଣେ ପ୍ରକାଶକ, ବ୍ୟବହାରକାରୀଙ୍କ ପାଇଁ ଥିବା ଇନପୁଟ୍ ବ୍ୟବହାର କରି ନିଜ ପାଖରେ ଥିବା ନବୀନତମ ଅନୁବାଦର ସୂଚନା ବିଷୟରେ ସିଧା ଅଦ୍ୟତନ କରିପାରିବେ. ଆଉ ମଧ୍ୟ ଆପଣ ntmciil@gmail.comକୁ ସୂଚନା ପଠେଇ ପାରିବେ ଯାହାକୁ କି ଏନ୍ ଟି ଏମ୍ ଡାଟାବେସ୍ ରେ ଅଦ୍ୟତନ କରିବ.

ଗ୍ରନ୍ଥସୂଚୀ ସନ୍ଧାନ

ଭାରତୀୟ ଭାଷାରେ ଅଧିକ ସୂଚନା କିମ୍ବା କୌଣସି ଅନୁବାଦଗୁଡ଼ିକର ଶୀର୍ଷକ ଜାଣିବା ପାଇଁ ଏଠାରେ ଖୋଜନ୍ତୁ search here