ଗ୍ରନ୍ଥସୂଚୀ ଇତିହାସ

ଅନୁବାଦ ଗ୍ରନ୍ଥସୂଚୀର ଇତିହାସ କେବେଠାରୁ କରିବାପାଇଁ ଅନୁଭବ କରାଯାଇଥିଲା. ଅନୁକୃତି.ନେଟ୍ ଗୋଟିଏ ଅନୁବାଦ ସେବା ଏବଂ ସୂଚନା ଦେଉଥିବା ସାଇଟ୍, ଏହାକୁ ଭାରତର ତିନୋଟି ପ୍ରମୁଖ ସଂସ୍ଥା ଦ୍ବାରା ଭାରୀତୟ ଭାଷା ସଂସ୍ଥାନ, ସାହିତ୍ୟ ଏକାଡେମୀ ଏବଂ ନେସନାଲ୍ ବୁକ୍ ଟ୍ରଷ୍ଟ ୨୦୦୨ ରେ ଆରମ୍ଭ କରିଥିଲେ. ଅନୁକୃତି ଅଧିନରେ ପାଖାପାଖି ୨୦୦୦୦ ଶୀର୍ଷକ ଏକତ୍ର କରାଯାଇଥିଲା ଏବଂ ଖୋଜିବା ଯୋଗ୍ୟ ଡାଟାବେସ୍ ବିକସିତ ହୋଇଥିଲା. ଯଦିଓ, ତଥ୍ୟଗୁଡ଼ିକର ପ୍ରମାଣୀକରଣ ଏବଂ ଅଧିକ ଯାଞ୍ଚର ଆବଶ୍ୟକତା ରହିଛି.

ଜୁନ୍ ୨୦୦୮ ରେ, ଏନ ଟି ଏମ୍ ଆରମ୍ଭ କରାଯାଇଥିଲା ଏବଂ ଅନୁକୃତିକୁ ଏନ୍ ଟି ଏମ୍ ସହିତ ସାମିଲ୍ କରାଯାଇଥିଲା. ଅନୁବାଦ ଗ୍ରନ୍ଥସୂଚୀର ଡାଟାବେସ୍ ଏନ୍ ଟି ଏମ୍ ରେ ଜାରୀ ରହିଲା. ୨୦୧୧ ର ପ୍ରାରମ୍ଭରେ ପ୍ରୋଜକ୍ଟ ଟି କୁ ନୂତନ କରି ପ୍ରୟାସରେ ନବୀକରଣ କରାଗଲା. ଗୋଟିଏ ରୋଡମ୍ୟାପ୍ ପ୍ରସ୍ତୁତ କରାଗଲା ଏବଂ ବିଭିନ୍ନ ସ୍ରୋତରୁ ତଥ୍ୟ ସଂଗ୍ରହ କରାଗଲା. ବିଭିନ୍ନ ଭାରତୀୟ ବିଶ୍ବବିଦ୍ୟାଳୟ, ପ୍ରକାଶକ ସଂସ୍ଥା, ପାଠାଗାର, ଅନୁବାଦ ଏଜେନ୍ସି, ସାହିତ୍ୟିକ ସମାଜ ଏବଂ ସଂସ୍ଥା ମାନଙ୍କ ସହିତ ସମ୍ପର୍କ କରାଗଲା ତଥ୍ୟର ନିରନ୍ତର ପ୍ରବାହ ସୁନିଶ୍ଚିତ କରିବାକୁ. ଆମେ ୭୦,୦୦୦ ଶୀର୍ଷକ ଉପରେ ସୂଚନା ସଂଗ୍ରହ କରିଛୁ ଯାହାକୁ କି ଯାଞ୍ଚ ଏବଂ ଡିଜିଟାଲ୍ କରିବାର ଆବଶ୍ୟକତା ରହିଛି. ଏହି ପଏଣ୍ଟ ରେ ୨୦୧୧ ମଧ୍ୟରେ, ପ୍ରଫେସର ଜି.ଏନ୍. ଦେବୀ, ଭାଷା ସଂଶୋଧନ କେନ୍ଦ୍ର, ଭଦୋଦରା, ଗୁଜୁରାଟ୍, ଯିଏ କି ବହୁତ ବର୍ଷ ଧରି ଭାରତୀୟ ଭାଷାରେ ତଥ୍ୟ ସଂକଳନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ନିଜ ଦ୍ବାରା ସଂଗୃହିତ ୨୦,୦୦୦ ମୂଲ୍ୟବାନ ଶୀର୍ଷକ ଏନ ଟି ଏମ୍ କୁ ଦାନ କରିବାକୁ ପ୍ରସ୍ତାବ ଦେଲେ.

ସେପ୍ଟେମ୍ବର ୨୦୧୧ ରେ, ଅନୁବାଦ ଗ୍ରନ୍ଥସୂଚୀ ଡାଟାବେସ୍ ରେ ଉପଲବ୍ଧ ଥିବା ଶୀର୍ଷକର ଭବିଷ୍ୟତ ପାଠ୍ୟକ୍ରମ ର ଡିଜିଟାଇଜେସନ୍ ବିଷୟରେ ଆଲୋଚନା କରିବାକୁ, ପ୍ରଫେସର. ଦେବୀ ଏବଂ ଏନ୍ ଟି ଏମ୍ ର ଗୋଟିଏ ଦଳ ଏନ୍ ଟି ଏମ୍, ମହିଶୂର ରେ ଦିନିକିଆ କର୍ମଶାଳାର ଆୟୋଜନ କରିଥିଲେ. କର୍ମଶାଳା ସମୟରେ ପ୍ରଫେସର୍ ଦେବୀ ସମସ୍ତ ଅନୁବାଦ ଶୀର୍ଷକ ପାଇଁ ଗୋଟିଏ ୟୁନିକ୍ ଆଇଡି ଆରମ୍ଭ କରିବାର ବିଚାର କରିଥିଲେ ଏବଂ ସେଥିପାଇଁ ସେ କିଛି ବ୍ୟବସ୍ଥାର ପ୍ରସ୍ତାବ ମଧ୍ୟ ଦେଲେ. ନଭେମ୍ବର ୨୦୧୧ ରେ ଭଦୋଦରାରେ ଡାଟାବେସ୍ ର ବୈଷୟିକ ଦୃଷ୍ଟିକୋଣ ଠିକ୍ କରିବା ପାଇଁ ଅନ୍ୟ ଗୋଟିଏ କର୍ମଶାଳାର ଆୟୋଜନ ହୋଇଥିଲା. ଅଧିକତର ‘ମୂଳ ପାଠ’ ବିଷୟରେ ସୂଚନା ସହିତ ‘ଅନୁବାଦ’ ପ୍ରଦାନ କରିବାର ଉଦ୍ଦେଶ୍ୟ ସହିତ ଗୋଟିଏ ନମୂନା ଡିଜାଇନ୍ କରାଗଲା. ଏନ୍ ଟି ଏମ୍ ବର୍ତମାନ ସଂସୋଧନ କରିବାର ପ୍ରକ୍ରିୟାରେ କାର୍ଯ୍ୟ କରୁଛି, ଏହି ଓ୍ବେବସାଇଟ୍ ରେ ୨୦,୦୦୦ ଯାଞ୍ଚ ହୋଇଥିବା ଶୀର୍ଷକ ୨୫ ଟି ଭାଷାରେ ରହିଛି.